ETV Bharat / state

ଝାରସୁଗୁଡାରେ ଲଜ୍ଜା: ନାବାଳିକାକୁ ଗଣଦୁଷ୍କର୍ମ, 2 ଅଟକ - jharsuguda

ଝାରସୁଗୁଡା ତାଳପଟିଆ ଫାଣ୍ଡି ଅଞ୍ଚଳରେ ଲଜ୍ଜା । ଏକୁଟିଆର ସୁଯୋଗ 2 ଦୁର୍ବୃତ୍ତ 17 ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ ।

ପ୍ରତିକାତ୍ମକ ଫଟୋ
author img

By

Published : Jun 19, 2019, 2:55 PM IST

ଝାରସୁଗୁଡ଼ା: 17 ବର୍ଷିୟା ନାବାଳିକା କୁ ଗଣଦୁଷ୍କର୍ମ ଅଭିଯୋଗ । ଏଭଳି ଲଜ୍ୟା ଝାରସୁଗୁଡା ତାଲପଟିଆ ଫାଣ୍ଡି ଅଞ୍ଚଳରେ ଘଟିଛି । ଘଟଣାରେ ପୋଲିସ 2 ଅଭିଯୁକ୍ତଙ୍କୁ ଅଟକ ରଖିଛି । ବୁଧବାର ନାବାଳିକାର ଡାକ୍ତରୀମାଇନା କରିଲା ପରେ ଅଟକ 2 ଯୁବକକୁ ଗିରଫ କରାଯିବ !

ଭିଡିଓ ସୌଜନ୍ୟ- ପ୍ରତିନିଧି, ଝାରସୁଗୁଡା

ସୋମବାର ଏହି ଘଟଣା ପରେ ଏନେଇ ଜଣେ ବ୍ୟକ୍ତି ଫୋନରେ ଚାଇଲଡ଼ଲାଇନକୁ ଜଣାଇଥିଲେ । ଚାଇଲଡ଼ଲାଇନ ଅଧିକାରୀ ନାବାଳିକା ଘରେ ପହଞ୍ଚି ଘଟଣା ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ନାବାଳିକା ସମସ୍ତ ଘଟଣା ସମ୍ପର୍କରେ ସେମାନଙ୍କ ସହ ଆଲୋଚନା କରିଥିଲେ । ପରେ ଚାଇଲଡ଼ଲାଇନ ଅଧିକାରୀଙ୍କ ସହ ପୋଲିସ ଥାନାରେ ଅଭିଯୋଗ କରିଥିଲେ ।

ଅଭିଯୋଗ ଅନୁଯାୟୀ, ନାବାଳିକାଙ୍କ ମା' ସବୁଦିନ ଭଳି କାମ କରିବା ପାଇଁ ବାହାରକୁ ଯାଇଥିଲେ । ହେଲେ ଘଟଣା ଦିନ ସନ୍ଧ୍ୟାରେ ଫେରିବା ବିଳମ୍ବ ହେବାରୁ ନାବାଳିକା ଜଣକ ମା'କୁ ଖୋଜିବା ପାଇଁ ଘରୁ ବାହାରି ରାସ୍ତାରେ ଅପେକ୍ଷା କରିଥିଲେ । ଏହାର ସୁଯୋଗ ନେଇ 2 ଜଣ ଯୁବକ ନାବାଳିକାକୁ ଉଠାଇ ନେଇ ଦୁଷ୍କର୍ମ କରିଥିଲେ ।

ଏ ନେଇ ପୋଲିସ ଅଭିଯୋଗ ପାଇଲା ପରେ ଘଟଣା ସମ୍ପର୍କରେ ଛାନଭିନ କରିବା ପରେ ତାଲପଟିଆ ପୋଲିସ 2 ଜଣ ଯୁବକକୁ ଅଟକ ରଖିଥିଲା ।

ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.