ETV Bharat / state

Jharsuguda ByPoll: ନିର୍ବାଚନ ପୂର୍ବରୁ ଦଳ ଡିଆଁ ପର୍ବ, ବିଜେପିରେ ମିଶିଲେ ବିଜେଡି କଂଗ୍ରେସ କର୍ମୀ - ଝାରସୁଗୁଡା ଖବର

ଆଜି ଝାରସୁଗୁଡ଼ା ସହରାଞ୍ଚଳ ସ୍ଥିତ ବିଟିଏମ ଠାରେ ଥିବା ବିଜେପି କାର୍ଯ୍ୟାଳୟରେ ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀଙ୍କ ଉପସ୍ଥିତିରେ ମରକୁଟା ପଞ୍ଚାୟତର ଶତାଧିକ କଂଗ୍ରେସ, ବିଜେଡ଼ିର କର୍ମୀ ଉଭୟ ପୁରୁଷ ମହିଳା ବିଜେପିରେ ମିଶିଥିଲେ । ଆସନ୍ତା ମେ ୧୦ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନ ଅନୁଷ୍ଠିତ ହେବ । ଅଧିକ ପଢନ୍ତୁ

Jharsuguda By Poll: ବିଜେପିରେ ସାମିଲ ହେଲେ  ବିଜେଡି କଂଗ୍ରେସ କର୍ମୀ

author img

By

Published : Apr 8, 2023, 8:42 PM IST

Jharsuguda By Poll: ବିଜେପିରେ ସାମିଲ ହେଲେ ବିଜେଡି କଂଗ୍ରେସ କର୍ମୀ

ଝାରସୁଗଡା: ଉପନିର୍ବାଚନ ପୂର୍ବରୁ ଜୋରଦାର ହୋଇଛି ଦଳ ଡିଆଁ ପର୍ବ । ନିର୍ବାଚନ ଯେତେ ପାଖେଇ ଆସୁଛି ଝାରସୁଗୁଡା ପରିବେଶର ତାତି ସେତେ ବଢୁଛି । ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇନାହିଁ । କିନ୍ତୁ ଶକ୍ତିବୃଦ୍ଧିରେ ମାତିଛନ୍ତି ରାଜନୈତିକ ଦଳ । ଅନେକ କର୍ମୀ ନିଜ ଦଳକୁ ଛାଡ଼ି ଅନ୍ୟ ଦଳ ଉପରେ ଆସ୍ଥା ପ୍ରକଟ କରୁଛନ୍ତି । ଦଳ କେମିତି ମଜଭୁତ ହେବ ସେନେଇ ବରିଷ୍ଠ ନେତା ମାର୍ଗଦର୍ଶନ ଦେଉଛନ୍ତି ।

ଆଜି ଝାରସୁଗୁଡ଼ା ସହରାଞ୍ଚଳ ସ୍ଥିତ ବିଟିଏମ ଠାରେ ଥିବା ବିଜେପି କାର୍ଯ୍ୟାଳୟରେ ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀଙ୍କ ଉପସ୍ଥିତିରେ ମରକୁଟା ପଞ୍ଚାୟତର ଶତାଧିକ କଂଗ୍ରେସ, ବିଜେଡ଼ିର କର୍ମୀ ଉଭୟ ପୁରୁଷ ମହିଳା ବିଜେପିରେ ମିଶିଥିଲେ । ଆସନ୍ତା ମେ ୧୦ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନ ଅନୁଷ୍ଠିତ ହେବ । ଏପର୍ଯ୍ୟନ୍ତ ବିଜେପି ପ୍ରାର୍ଥୀ ଘୋଷଣା କରିନଥିବା ବେଳେ, ବିଜେପିର ଆଶାୟୀ ପ୍ରାର୍ଥୀ ତଥା ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ କିନ୍ତୁ ସଂଗଠନର ଶକ୍ତିବୃଦ୍ଧି କରିବାରେ ଲାଗିଛନ୍ତି । ଯେଉଁମାନେ ଦଳରେ ଯୋଗ ଦେଇଛନ୍ତି ସେମାନେ ଆଗାମୀ ଦିନରେ ଦଳ ପାଇଁ କାର୍ଯ୍ୟ କରି ଦଳକୁ ସୁଦୃଢ଼ କରିବେ ବୋଲି ଟଙ୍କଧର ତ୍ରିପାଠୀ କହିଛନ୍ତି ।

ଆସନ୍ତା ମେ ମାସ ୧୦ ତାରିଖରେ ଝାରସୁଗୁଡ଼ାରେ ହେବ ଉପନିର୍ବାଚନ । ଏନେଇ ରାଜନୈତିକ ଦଳ ନିଜକୁ ତୃଣମୂଳ ସ୍ତରରୁ ସୁଦୃଢ଼ କରୁଛନ୍ତି । ପୂର୍ବରୁ ବିଜୁ ଜନତା ଦଳ ତାର ପ୍ରାର୍ଥୀ ଘୋଷଣା କରିଛି । ସ୍ବର୍ଗତ ନବ ଦାସଙ୍କ ଝିଅ ଦିପାଳୀ ଦାସଙ୍କୁ ନିଜର ପ୍ରାର୍ଥୀ ଭାବେ ଏହି ଉପନିର୍ବାଚନରେ ମଇଦାନକୁ ଓହ୍ଲାଇଛି । ସେପଟେ ବିଜେପି ଓ କଂଗ୍ରେସ ତାଙ୍କର ପ୍ରାର୍ଥୀ ବର୍ତ୍ତମାନ ସୁଦ୍ଧା ଘୋଷଣା କରିନାହାନ୍ତି । ଚଳିତ ମାସ ୧୩ ତାରିଖରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବ ।

ଅନ୍ୟପଟେ ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀଙ୍କୁ ପ୍ରାର୍ଥୀ କରିପାରେ ବୋଲି ଜୋରଦାର ଚର୍ଚ୍ଚା ହେଉଛି । ଏଥିପାଇଁ ଟଙ୍କଧର ମଧ୍ୟ ଦୀର୍ଘଦିନ ହେଲା ଝାରସୁଗୁଡାରେ ରହି ଦଳୀୟ ସଂଗଠନକୁ ସୁଦୃଢ କରିବା ସହ ଦୈନନ୍ଦିନ କାର୍ଯ୍ୟକ୍ରମ ଜାରି ରଖିଛନ୍ତି । କଂଗ୍ରେସ ବି ଦଳୀୟ ପ୍ରାର୍ଥୀ ଚୟନ ପାଇଁ ପ୍ରକ୍ରିୟା ଜାରି ରଖିଛି । ଦଳର 5 ଜଣିଆ କମିଟି ଝାରସୁଗୁଡା ଆସି ଦଳୀୟ ନେତା କର୍ମୀଙ୍କ ସହ ଆଲୋଚନା କରି ଫେରିଛନ୍ତି । ଏବେ ଦେଖିବାର କଥା ଶକ୍ତିଶାଳୀ ବିଜେଡି ବିରୋଧରେ ବିଜେପି ଓ କଂଗ୍ରେସ କାହାକୁ ପ୍ରାର୍ଥୀ ଦେଉଛନ୍ତି ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.