ETV Bharat / state

ଦଳକୁ ଫେରିଲେ ମଙ୍ଗଳ ସାହୁ, ଆଜି ନାମାଙ୍କନ ଦାଖଲ କରିବେ ରାଧାରାଣୀ - ବ୍ରଜରାଜନଗର ଉପନିର୍ବାଚନ

ଅବୁଝା ମଙ୍ଗଳ ସାହୁଙ୍କୁ ବୁଝାଇବାରେ ସଫଳ ହୋଇଛି ବିଜେପି । ଅଧିକ ପଢନ୍ତୁ

ଦଳକୁ ଫେରିଲେ ମଙ୍ଗଳ ସାହୁ ; ଆଜି ନାମାଙ୍କନ ଦାଖଲ କରିବେ ରାଧାରାଣୀ

author img

By

Published : May 11, 2022, 10:25 AM IST

Updated : May 11, 2022, 12:05 PM IST

ଝାରସୁଗୁଡା : ଅବୁଝା ମଙ୍ଗଳ ସାହୁଙ୍କୁ ବୁଝାଇବାରେ ସଫଳ ହୋଇଛି ବିଜେପି । ବ୍ରଜରାଜନଗର ଉପ ନିର୍ବାଚନରେ ଟିକେଟ୍ ବଣ୍ଟନରେ ଅସନ୍ତୋଷ ବ୍ୟକ୍ତ କରି ଦଳରୁ ମୁହଁ ଫେରାଇଥିଲେ ଝାରସୁଗୁଡା ବିଜେପି ଜିଲ୍ଲା ସଭାପତି ମଙ୍ଗଳ ସାହୁ । ଶେଷରେ ସେ ପୁଣି ଥରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।

ବରିଷ୍ଠ ନେତା କୁଚିଣ୍ଡା ପୂର୍ବତନ ବିଧାୟକ ତଥା ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ରବି ନାଏକ ମଙ୍ଗଳଙ୍କୁ ବୁଝାସୁଝା କରିଥିଲେ । ପରେ ମଙ୍ଗଳବାର ସେ ତାଙ୍କର ଇସ୍ତଫାପତ୍ର ପ୍ରତ୍ୟାହାର କରିଥିବା ନେଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ରବିବାର ବିଜେପି ପକ୍ଷରୁ ବ୍ରଜରାଜନଗର ଉପନିର୍ବାଚନ ଦଳୀୟ ପ୍ରାର୍ଥୀ ଭାବେ ରାଧାରାଣୀ ପଣ୍ଡା ନାମ ଘୋଷଣା କରିଥିଲା ।

ଦଳକୁ ଫେରିଲେ ମଙ୍ଗଳ ସାହୁ, ଆଜି ନାମାଙ୍କନ ଦାଖଲ କରିବେ ରାଧାରାଣୀ

ଏହା ପରେ ଖପ୍ପା ହୋଇଥିଲେ ବିଜେପି ଜିଲ୍ଳା ସଭାପତି । ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆଶାୟୀ ପ୍ରାର୍ଥୀ ଥିଲେ ମଙ୍ଗଳ ସାହୁ । ଅସନ୍ତୋଷ ପ୍ରକାଶ କରି ନିଜ ଇସ୍ତଫା ପତ୍ର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ଦେଇଥିଲେ । ତେବେ ଆଜି ବିଧାୟିକା ପ୍ରାର୍ଥୀ ରାଧାରାଣୀ ପଣ୍ଡା ନାମାଙ୍କନ ପତ୍ର ଦାଖଲ କରିବେ । ଏହି ସମୟରେ ରାଜ୍ୟ ସଭାପତି ସମୀର ମହାନ୍ତି ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି । ଏହାସହ କଂଗ୍ରେସ ଓ ବିଜେଡି ପ୍ରାର୍ଥୀ ମଧ୍ୟ ନିଜ ନାମାଙ୍କନ ଦାଖଲ କରିବେ ବୋଲି ସୂଚନା ମିଳିଛି ।

ଝାରସୁଗୁଡାରୁ ଗୁରୁ ଚରଣ ବାଘ,ଇଟିଭି ଭାରତ

Last Updated : May 11, 2022, 12:05 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.