ETV Bharat / state

ମାଣ୍ଡିଆ ଯୋଗାଇବ ନିଯୁକ୍ତି, ପ୍ରଥମ କରି ଝାରସୁଗୁଡାରେ ମାଣ୍ଡିଆ ଦିବସ ପାଳିତ - ଝାରସୁଗୁଡା ଖବର

ଝାରସୁଗୁଡାରେ ପାଳିତ ହୋଇଯାଇଛି ମାଣ୍ଡିଆ ଦିବସ । ମାଣ୍ଡିଆ ଚାଷକୁ ପ୍ରୋତ୍ସାହନ ଦେବାସହ ଏଥିରୁ ପ୍ରସ୍ତୁତ ହେଉଥିବା ଖାଦ୍ୟକୁ ଲୋକପ୍ରିୟତା କରିବାପାଇଁ ମାଣ୍ଡିଆ ଦିବସ ପାଳନ କରାଯାଇଛି । ଅଧିକ ପଢ଼ନ୍ତୁ

ମାଣ୍ଡିଆ ଯୋଗାଇବ ନିଯୁକ୍ତି, ରାଜ୍ୟ ସରକାରଙ୍କ ଘୋଷଣା ପରେ ପ୍ରଥମ କରି ଝାରସୁଗୁଡାରେ ମାଣ୍ଡିଆ ଦିବସ ପାଳିତ

author img

By

Published : Nov 11, 2022, 10:19 AM IST

ଝାରସୁଗୁଡା: ଝାରସୁଗୁଡାରେ ପାଳିତ ହୋଇଯାଇଛି ମାଣ୍ଡିଆ ଦିବସ । ମାଣ୍ଡିଆ ଚାଷକୁ ପ୍ରୋତ୍ସାହନ ଦେବାସହ ଏଥିରୁ ପ୍ରସ୍ତୁତ ହେଉଥିବା ଖାଦ୍ୟକୁ ଲୋକପ୍ରିୟତା କରିବାପାଇଁ ମାଣ୍ଡିଆ ଦିବସ ପାଳନ କରାଯାଇଛି । ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ, କୃଷି ବିଭାଗ ଅଧିକାରୀଙ୍କ ସହ ସ୍ଥାନୀୟ ବୁଦ୍ଧିଜୀବୀମାନେ ଉପସ୍ଥିତ ଥିଲେ ।

ଚାଷୀମାନେ ବିଭିନ୍ନ ଷ୍ଟଲରେ ମାଣ୍ଡିଆ ଜାତୀୟ ଫସଲ ଓ ଏଥିରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ପ୍ରଦର୍ଶିତ କରିଥିଲେ । ଏଥିରେ ମାଣ୍ଡିଆ ବିସ୍କୁଟ, କେକ, ମାଣ୍ଡିଆ କାଜୁ ବିସ୍କୁଟ, ବାଦାମ ଭଳି ନାନା ସୁଆଦିଆ ଖାଦ୍ୟ ପ୍ରଦର୍ଶିତ ହୋଇଥିଲା । ତେବ ଏହାର ଆବଶ୍ୟକତା ଓ ଉପକାରିତା ଆମ ଶରୀର ପାଇଁ କେତେ ଲାଭଦାୟକ ସେନେଇ ଆଲୋଚନା ହୋଇଥିଲା । ସେହିପରି ମାଣ୍ଡିଆ ଦିବସ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ରାଜ୍ୟ ସରକାର ନେଇଥିବା ପଦକ୍ଷେପ ଦ୍ୱାରା ଲୋକେ ପୁଷ୍ଟିକର ଖାଦ୍ୟ ପାଇପାରିବେ ଏବଂ ଏହାଦ୍ୱାରା ଚାଷୀ ତଥା ମହିଳାମାନେ ସ୍ୱାବଲମ୍ବୀ ହୋଇପାରିବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ଏହାସହ ଆଗାମୀ ଦିନରେ ମାଣ୍ଡିଆ ଚାଷରେ ଝାରସୁଗୁଡା ଜିଲ୍ଲା ରାଜ୍ୟରେ ଅଗ୍ରଣୀ ଜିଲ୍ଲା ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

ମାଣ୍ଡିଆ ଯୋଗାଇବ ନିଯୁକ୍ତି, ରାଜ୍ୟ ସରକାରଙ୍କ ଘୋଷଣା ପରେ ପ୍ରଥମ କରି ଝାରସୁଗୁଡାରେ ମାଣ୍ଡିଆ ଦିବସ ପାଳିତ

ଏ ସମ୍ପର୍କରେ ଜିଲ୍ଲାପାଳ ସରୋଜ କୁମାର ସାମଲ କହିଛନ୍ତି, ''ଆରମ୍ଭ ହୋଇଛି ମାଣ୍ଡିଆ ମିଶନ । ବର୍ତ୍ତମାନ ଝାରସୁଗୁଡ଼ା ଜିଲ୍ଲାର ଲଖନପୁର, ଝାରସୁଗୁଡ଼ା ବ୍ଲକ ଏବଂ କିରମିରା ବ୍ଲକରେ ମାଣ୍ଡିଆ ମିଶନ ଆମେ ଆରମ୍ଭ କରିଛୁ । ସେଥିପାଇଁ ଆଜକା ଓ ସେବକ ଏହି ୨ ଗୋଟି ଏନଜିଓ ସହଯୋଗିତାରେ ଆମେ ମାଣ୍ଡିଆ ମିଶନ ଆରମ୍ଭ କରିଛୁ । ମାଣ୍ଡିଆ ଚାଷକୁ ଜନ ପ୍ରିୟ କରାଇବା ଏବଂ ମାଣ୍ଡିଆକୁ ଖାଦ୍ୟ ଭାବେ ଜନ ପ୍ରିୟ କରାଇବା ଏହି ୨ଟି ଆଭିମୁଖ୍ୟ ନେଇକି ଆଜି ମାଣ୍ଡିଆ ଦିବସ ପାଳନ କରାଯାଉଛି । ଏଥିରେ ମହିଳା ଚାଷୀମାନେ ସ୍ବାବଲମ୍ବୀ ହୋଇପାରିବେ । ଏହାସହ ମାଣ୍ଡିଆରେ ତିଆରି ହୋଇଥିବା ବିଭିନ୍ନ ଖାଦ୍ୟ ମଧ୍ୟ ପରିବେଷଣ କରାଯାଇଛି ।''

ସେହିପରି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି, ''ଆଜି ଝାରସୁଗୁଡାରେ ମାଣ୍ଡିଆ ଦିବସ ପାଳିତ ହୋଇଛି । ମାଣ୍ଡିଆ ଚାଷକୁ ଜନ ପ୍ରିୟ କରାଇବା ଏବଂ ମାଣ୍ଡିଆକୁ ଖାଦ୍ୟ ଭାବେ ଜନ ପ୍ରିୟ କରାଇବା ଏହି ୨ଟି ଆଭିମୁଖ୍ୟ ନେଇକି ଆଜି ମାଣ୍ଡିଆ ଦିବସ ପାଳନ କରାଯାଉଛି । ଏଥିରେ ଯେତେ ମହିଳା ସମ୍ପୃକ୍ତ ହୋଇ ଚାଷ କରିବେ ସେତେ ସ୍ବାବଲମ୍ବୀ ହେବେ । ଏହି ଦିବସଟି ଅତି ଶୃଙ୍ଖଳିତ ସହ ହୋଇଥିବାରୁ ମୁଁ ଧନ୍ୟବାଦ ଦେବି ଜିଲ୍ଲାପାଳଙ୍କୁ, କୃଷି ବିଭାଗ ଅଧିକାରୀଙ୍କୁ । ଏହି ମାଣ୍ଡିଆ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭକାରୀ ।''

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.