ETV Bharat / state

ଦୁର୍ଦ୍ଦାନ୍ତ ଅପରାଧୀ ପୁଅର ଛୁରାମାଡରେ ଯୁବକ ଗୁରୁତର

ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ଘୋଷଙ୍କ ନାବାଳକ ପୁଅର ଛୁରା ମାଡରେ ଜଣେ ଗୁରୁତର । ଗୁରୁତରଙ୍କୁ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ଅଧିକ ପଢନ୍ତୁ...

author img

By

Published : Aug 4, 2021, 10:49 PM IST

ଦୁର୍ଦ୍ଦାନ୍ତ ଅପରାଧୀ ପୁଅର ଛୁରାମାଡରେ ଯୁବକ ଗୁରୁତର
ଦୁର୍ଦ୍ଦାନ୍ତ ଅପରାଧୀ ପୁଅର ଛୁରାମାଡରେ ଯୁବକ ଗୁରୁତର

ଝାରସୁଗୁଡା: ଦୁର୍ଦ୍ଦାନ୍ତ ଅପରାଧୀ ପୁଅର ବର୍ବରକାଣ୍ଡ । ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରର ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ଘୋଷର ନାବାଳକ ପୁଅ ଓ ତାଙ୍କ ସହଯୋଗୀଙ୍କ ଛୁରା ମାଡରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୁରୁତର ହେଲେ ଚୂନାଭଟାର ପିଙ୍କୁ ଗନ୍ଦା(୨୧) । ଏ ନେଇ ପିଙ୍କୁଙ୍କ ବାପା ଶରତ ଗନ୍ଦା ବ୍ରଜରାଜନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଏହି ଅଭିଯୋଗକୁ ଭିତ୍ତି କରି ପୋଲିସ ବ୍ରଜରାଜନଗର ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଘଟଣାରେ ପୋଲିସ ଚୂନାଭଟାର ରାହୁଲ ବାରିକଙ୍କୁ ଗିରଫ କରିଛି । ଅଭିଯୁକ୍ତ ରାହୁଲଙ୍କୁ ବୁଧବାର କୋର୍ଟ ଚାଲାଣ କରାଯିବା ସହ ସୋନୁ ଘୋଷଙ୍କ ୧୬ ବର୍ଷିୟ ନାବାଳକ ପୁଅଙ୍କୁ ଜୁଭେନାଇଲ କୋର୍ଟକୁ ପଠାଯାଇଛି । ସେମାନଙ୍କ ନିକଟରୁ ପୋଲିସ ଏକ ସ୍କୁଟି, ଛୁରି ଆଦି ଜବତ କରିଛି ।

ପିଙ୍କୁଙ୍କ ପରିବାର ଓ ଅଭିଯୁକ୍ତ ରାହୁଲଙ୍କ ପରିବାର ମଧ୍ୟରେ ପୂର୍ବରୁ ବିବାଦ ଲାଗି ରହିଥିବା ଯୋଗୁଁ ଗତ ମଙ୍ଗଳବାର ରାତିରେ ରାହୁଲ ତାଙ୍କ ସହଯୋଗୀ ସମ୍ପୃକ୍ତ ନାବାଳକଙ୍କୁ ଡାକି ଏକ ଛୁରୀରେ ପିଙ୍କୁକୁ ଆକ୍ରମଣ କରିଥିଲେ ।

ଝାରସୁଗୁଡାରୁ ରବି ନାରୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.