ETV Bharat / state

75 ଲକ୍ଷରେ ନିଲାମ ହେଲା ମା’ ଶାରଳାଙ୍କ ଭୋଗ ଓ ଦୀପ

ଝଙ୍କଡ଼ବାସିନୀ ମା' ଶାରଳା ମନ୍ଦିର ପରିସରରେ ଭୋଗ ଓ ଦୀପ ଦୋକାନ ନିଲାମ ହୋଇଛି । ଏହା ଫଳରେ 75 ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ମିଳିଛି । ଅଧିକ ପଢନ୍ତୁ...

author img

By

Published : Apr 3, 2021, 10:22 PM IST

75 ଲକ୍ଷରେ ନିଲାମ ହେଲା ମା’ ଶାରଳାଙ୍କ ଭୋଗ ଓ ଦୀପ
75 ଲକ୍ଷରେ ନିଲାମ ହେଲା ମା’ ଶାରଳାଙ୍କ ଭୋଗ ଓ ଦୀପ

ଜଗତସିଂହପୁର: ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳାଙ୍କ ମନ୍ଦିର ବେଢା ମଧ୍ୟରେ ଥିବା ଭୋଗ ଓ ଦୀପ ଦୋକାନର ନିଲାମ ପ୍ରକ୍ରିୟା ଶେଷ ହୋଇଛି । ରାଜ୍ୟ ଦେବୋତ୍ତର ବିଭାଗ ପକ୍ଷରୁ ନିଲାମ ପ୍ରକ୍ରିୟା କରାଯାଇଛି । ଏହା ଅଧିନରେ ଭୋଗ ଦୋକାନ ଓ ଦୀପ ବାବଦ କୁ ମୋଟ 75 ଲକ୍ଷ, 75 ହଜାର 775 ଟଙ୍କା ମିଳିଛି । ଏନେଇ ଶନିବାର କଟକ ଦେବୋତ୍ତର କମିଶନଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି ।

ପୂର୍ବରୁ କୋଭିଡ କଟକଣା ଯୋଗୁଁ ନିଲାମ ପ୍ରକ୍ରିୟା ବନ୍ଦ କରି ଦିଆଯାଇଥିଲା । ଫଳରେ ମନ୍ଦିର ଚରମ ଆର୍ଥିକ ଅନାଟନ ଦେଇ ଗତି କରୁଥିବାର ଖବର ‘ଇଟିଭି ଭାରତ’ରେ ପ୍ରସାରିତ ହୋଇଥିଲା । ଶାରଳା ମନ୍ଦିରକୁ ବିଶେଷ କରି ଭୋଗ ଓ ଦୀପ ଦୋକାନରୁ ହିଁ ସିହଂ ଭାଗ ଅର୍ଥ ଆସିଥାଏ । ତେବେ ଗତ 2020-21 ଆର୍ଥିକ ବର୍ଷରେ କୋରୋନା କଟକଣା ହେତୁ ମନ୍ଦିର ସର୍ଵସାଧାରଣ ଙ୍କ ପାଇଁ ବନ୍ଦ ରହିବା ସହ ଭୋଗ ଓ ଦୀପ ଦୋକାନ ର ନିଲାମ ପକ୍ରିୟା କୁ ପ୍ରତ୍ୟାହାର କରି ନିଆଯାଇଥିଲା । ଫଳରେ ମନ୍ଦିର ଘୋର ଆର୍ଥିକ ଅନାଟନରେ ଗତି କରିବା ସହ ନୀତିକାନ୍ତି ରେ ବାଧା ସୃଷ୍ଟି ହେବାର ଆଶଙ୍କା ଦେଖାଯାଉଥିଲା ।

ଏ ସମ୍ପର୍କ ରେ ଦେବୋତ୍ତର ବିଭାଗ ପଦକ୍ଷେପ ନେବା ସହ ନିଲାମ ପ୍ରକ୍ରିୟା ଶେଷ କରିଥିବା ସୂଚନା ଦେଇଛନ୍ତି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.