ETV Bharat / state

ଦୁଇ ନଦୀର ସଙ୍ଗମ ସ୍ଥଳରେ ପୂଜା ପାଆନ୍ତି ମା' ରାମଚଣ୍ଡୀ - ଶିଳ୍ପ ସମୃଦ୍ଧ ସହର ଝାରସୁଗୁଡା

ମା', ସେ କରୁଣାମୟୀ, ଶକ୍ତିମୟୀ, ଭକ୍ତିମୟୀ ଓ ଶାନ୍ତି ପ୍ରଦାୟିନୀ । ଭକ୍ତଙ୍କ ମଙ୍ଗଳ ନିମନ୍ତେ ଯୁଗେ ଯୁଗେ ଭିନ୍ନ ରୂପରେ ଧରାପୃଷ୍ଠରେ ଅବତରଣ କରିଥାନ୍ତି । କେତେବେଳେ ପାହାଡ ତଳେ ତ ଆଉ କେତେବେଳେ ଗୁମ୍ପାରେ ଅବସ୍ଥାନ କରିଥାନ୍ତି । ସେହିପରି ଏକ ଅନ୍ୟତମ ପୀଠ ହେଉଛି ଝାରସୁଗୁଡ଼ା ଜିଲ୍ଲାର ମା' ରାମଚଣ୍ଡୀ ମନ୍ଦିର । ଅଧିକ ଖବର ପଢନ୍ତୁ...

ଇବ ଓ ଭେଡ଼େନ ନଦୀର ମିଳନ ସ୍ଥଳୀରେ ପୂଜା ପାଉଛନ୍ତି ମା'ରାମଚଣ୍ଡୀ
author img

By

Published : Nov 15, 2019, 8:39 PM IST

Updated : Nov 15, 2019, 8:55 PM IST

ଝାରସୁଗୁଡା: ଶିଳ୍ପ ସମୃଦ୍ଧ ସହର ବା କୋଇଲା ନଗରୀ ଭାବେ ବେଶ ଜଣାଶୁଣା ଝାରସୁଗୁଡା । ଏହାସହ ଜିଲ୍ଲାର ଅନ୍ୟତମ ପରିଚୟ ହେଉଛି ମା' ରାମଚଣ୍ଡୀଙ୍କ ମନ୍ଦିର । ଝାରସୁଗୁଡ଼ା ସହର ଠାରୁ ୩୦ କି.ମି. ଦୂରରେ ଥିବା ବ୍ରଜରାଜନଗର ସହର ନିକଟସ୍ଥ ଇବ ଓ ଭେଡ଼େନ ନଦୀର ମିଶ୍ରଣ ସ୍ଥଳରେ ଏକ ପ୍ରାକୃତିକ ଗୁମ୍ଫା ମଧ୍ୟରେ ରହିଅଛି ରାମଚ଼ଣ୍ଡୀ ମନ୍ଦିର ।

ଇବ ଓ ଭେଡ଼େନ ନଦୀର ମିଳନ ସ୍ଥଳୀରେ ପୂଜା ପାଉଛନ୍ତି ମା'ରାମଚଣ୍ଡୀ

ସୂଚନା ଅନୁସାରେ, ଇବ ନଦୀ ସୁନ୍ଦରଗଡ ଜିଲ୍ଲାରୁ ଆସିଥିବା ବେଳେ ଭେଡ଼େନ ନଦୀ ଝାରସୁଗୁଡା ଜିଲ୍ଲାରୁ ଆସିଛି । ଏହି ମନ୍ଦିର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଇବ ନଦୀକୂଳରୁ ସ୍ପଷ୍ଟଭାବେ ଦୃଶ୍ୟମାନ ହୋଇଥାଏ । ଏହି ପୀଠକୁ ଭକ୍ତମାନେ ଯାଇ ମା’ଙ୍କ ଦର୍ଶନ କରିବାକୁ ହେଲେ ପାହାଡ ତଳକୁ ଓହ୍ଲାଇବାକୁ ଏକ ଲୌହ ନିର୍ମିତ ଗୋଳେଇ ଆକାର ସିଡ଼ିର ସାହାଯ୍ଯ ନେଇଥାନ୍ତି । ଦେବୀ ଚ଼ଣ୍ଡୀ ଏଠାରେ ପୂଜା ପାଉଛନ୍ତି । ଏହି ଚ଼ଣ୍ଡି ପୀଠ ପଶ୍ଚିମଓଡ଼ିଶାର ଏକ ପୁରାତନ ଓ ପ୍ରସିଦ୍ଧ ଶକ୍ତିପୀଠ । ଏଠାରେ ବର୍ଷ ତମାମ ଭକ୍ତମାନେ ଅଧିଷ୍ଠାତ୍ରୀ ଦେବୀ ମା' ରାମଚଣ୍ଡୀଙ୍କୁ ଦର୍ଶନ କରିବାକୁ ଆସିଥାନ୍ତି।

ଦୁଇଟି ନଦୀ ଅତିକ୍ରମ କରି ଭକ୍ତମାନେ ଆସିବାପରେ ଲୁହା ସିଡି ଦେଇ ପାହାଡ ତଳେ ଥିବା ଏକ ଛୋଟିଆ ଗୁ୍ମ୍ପାରେ ମା’ ଙ୍କୁ ଦର୍ଶନ କରନ୍ତି । ପୂର୍ବରୁ ଭକ୍ତମାନେ ପାହାଡ ଉପରେ ଥିବା ବରଗଛ ଓହଳ ଚେର ସାହାଯ୍ୟରେ ଯିବା ଆସିବା କରୁଥିଲେ ।

ଚଣ୍ଡୀମନ୍ଦିର ଇତିହାସ ସଂପର୍କରେ କୌଣସି ପ୍ରାମାଣିକ ଅଥବା ନିର୍ଭରଯୋଗ୍ୟ ଇତିହାସ ଖୋଜିଲେ ମିଳେନାହିଁ । ହେଲେ ଲୋକକଥା ଅନୁସାରେ ପ୍ରଭୁ ରାମଚନ୍ଦ୍ର ବନବାସରେ ବୁଲୁଥିବା ସମୟରେ ପ୍ରଭୁ ରାମଚନ୍ଦ୍ର ,ସିତା ଓ ଲକ୍ଷ୍ମଣ ଏହି ସ୍ଥାନ ଦେଇ ଯାଇଥିବା କିମ୍ବଦନ୍ତୀ ରହିଥିବା ଶୁଣିବାକୁ ମିଳିଥାଏ ।

ମା’ ରାମଚଣ୍ଡୀ ସ୍ଥାନୀୟ ଗଡରାମପୁର ଜମିଦାରଙ୍କ ଇଷ୍ଟଦେବୀ ହୋଇଥିବା ବେଳେ ମା’ ଚଣ୍ଡୀଙ୍କ ମନ୍ଦିର ଗଡରାମପୁରର ଜମିଦାରଙ୍କ ବଂଶଜ ମାନେ ମନ୍ଦିର ପୂଜା ପାଠ କରିବା ସହିତ ଦେଖାଶୁଣା କରିଥାନ୍ତି । ମା’ଙ୍କ ମନ୍ଦିରରେ ମୁଖ୍ୟତଃ ଚୈତ୍ର ନବରାତ୍ର , ଦଶହରାରେ ନବରାତ୍ର ଓ ନୂଆବର୍ଷରେ ଭକ୍ତଙ୍କ ଭିଡ ଅଧିକ ହୋଇଥାଏ ।

ପ୍ରତ୍ୟେକ ଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଭକ୍ତ ମାନସିକ ରଖି ଏଠାକୁ ଧାଇଁ ଆସନ୍ତି । ମା’ ପାଖରେ ଗୁହାରି ଜଣାଇବା ପାଇଁ କାହିଁ କେତେ ଦୂରରୁ ପାହାଡ ପର୍ବତ ଅତିକ୍ରମ କରି ଧାଇଁ ଆସନ୍ତି ଭକ୍ତ । ବିଶ୍ବାସ ରହିଛି ଭକ୍ତ ଡାକିଲେ ମା’ ଡାକ ଶୁଣି ମନୋସ୍କାମନା ପୂରଣ କରିଥାନ୍ତି ।

ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ

Intro:ଶିଳ୍ପ ସମ୍ବୃଦ୍ଧ ସହ କୋଇଲା ନଗରୀରେ ବେସ ପରିଚିତ ଥିବା ଜିଲ୍ଲା ହେଉଛି ଝାରସୁଗୁଡା । ଜିଲ୍ଲାର ଅନ୍ୟତମ ପରିଚୟ ହେଉଛି ମା ରାମଚଣ୍ଡୀ ଙ୍କ ମନ୍ଦିର । ଝାରସୁଗୁଡ଼ା ସହର ଠାରୁ ୩୦ କି.ମି. ଦୂରରେ ଥିବା ବ୍ରଜରାଜନଗର ସହର ନିକଟସ୍ଥ ଇବ ଓ ଭେଡ଼େନ ନଦୀର ମିଶ୍ରଣ ସ୍ତଳରେ ଏକ ପ୍ରାକୃତିକ ଗୁମ୍ଫା ମଧ୍ୟରେ ରହିଅଛି ରାମଚ଼ଣ୍ଡୀ ମନ୍ଦିର । ଇବ ନଦୀ ସୁନ୍ଦରଗଡ ଜିଲ୍ଲାରୁ ଆସିଥିବା ବେଳେ ଭେଡ଼େନ ନଦୀ ଝାରସୁଗୁଡା ଜିଲ୍ଲାରୁ ଆସିଛି । ଏହି ମନ୍ଦିର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଇବ ନଦୀକୂଳରୁ ସ୍ପଷ୍ଟରୂପରେ ଦୃଶ୍ୟମାନ ହୋଇଥାଏ । ଏହି ପୀଠକୁ ଭକ୍ତମାନେ ଯାଇ ମା’ଙ୍କ ଦର୍ଶନ କରିବାକୁ ହେଲେ ପାହାଡ ତଳକୁ ଓହ୍ଲାଇବାକୁ ଏକ ଲୌହ ନିର୍ମିତ ଗୋଳେଇ ଆକାର ସିଡ଼ିର ସାହାଯ଼୍ୟ ନେବାକୁ ପଡ଼େ । ଦେବୀ ଚ଼ଣ୍ଡୀ ଏଠାରେ ପୂଜା ପାଇଁଥାନ୍ତି । ଏହି ଚ଼ଣ୍ଡି ପୀଠ ପଶ୍ଚିମଓଡ଼ିଶାର ଏକ ପୁରାତନ ଓ ପ୍ରସିଦ୍ଧ ଶକ୍ତିପୀଠ ଏଠାରେ ବର୍ଷ ତମାମ ଭକ୍ତମାନେ ଅଧିଷ୍ଠାତ୍ରୀ ଦେବୀ ମା' ରାମଚଣ୍ଡୀ ଙ୍କୁ ଦର୍ଶନ କରିବାକୁ ଆସିଥାନ୍ତି ।Body:ବ୍ରଜରାଜନଗର ଅଞ୍ଚଳରେ ଥିବା ମା ରାମଚଣ୍ଡୀ ଏକ ପାହାଡ ତଳେ ଥିବା ଛୋଟିଆ ଗୁମ୍ଫା ରେ ଅବସ୍ଥାନ କରିଥିବାରୁ ମାଙ୍କ ଦର୍ଶନ କରିବାକୁ ହେଲେ ପ୍ରଥମେ ପଡିଥାଏ ଏକ ଛୋଟିଆ ପାହାଡ ଓ ଦୁଇଟି ନଦୀର ମିଶ୍ରଣ ହୋଇଥିବାରୁ ଅନ୍ୟ ତିନି ଦିଗରେ ରହିଛି ପାଣି ଭରା ନଦୀ । ମା ରାମଚଣ୍ଡୀ ପାହାଡ ତଳେ ଥିବାରୁ ପାହାଡ ଉପରୁ ତଳକୁ ଯିବାକୁ ହେଲେ ଲୌହ ନିର୍ମିତ ସିଡି ରେ ଓହ୍ଲାଇବାକୁ ପଡିଥାଏ । କିନ୍ତୁ ବହୁ ବର୍ଷ ପୂର୍ବେ ଏହି ସୁବିଧା ନଥିବା ବେଳେ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ମାନେ ମା’ଙ୍କ ଦର୍ଶନ କରିବାକୁ ପାହାଡ ଉପରେ ଥିବା ବରଗଛ ର ଓହଳ ଚେର ସାହାଯ୍ୟ ରେ ତଳକୁ ଉଲ୍ଲାଉ ଥିଲେ ଓ ଆଖପାଖ ଗା ର ଭକ୍ତ ଡଙ୍ଗା ସାହାଯ୍ୟ ରେ ଦର୍ଶନ କରି ଆସୁଥିଲେ । ଭକ୍ତଙ୍କ ଅସୁବିଧା କୁ ଦେଖି ବ୍ରଜରାଜନଗର ସ୍ଥିତ ବର୍ତମାନ ସମୟରେ ବନ୍ଦ ହୋଇ ପଡିରହିଥିବା ଓରିଏଣ୍ଟ କାଗଜକଳ କମ୍ପାନୀ (OPM) ଦ୍ଵାରା ଲୌହ ରେ ନିର୍ମାଣ ହୋଇଥିବା ସିଡି ରେ ଓଲ୍ଲଇ ଭକ୍ତ ବର୍ତମାନ ମା’ଙ୍କ ଦର୍ଶନ କରିବାକୁ ଯାଆନ୍ତି ।
ଚଣ୍ଡୀମନ୍ଦିର ଇତିହାସ ସଂପର୍କରେ କୌଣସି ପ୍ରାମାଣିକ ଅଥବା ନିର୍ଭରଯୋଗ୍ୟ ଇତିହାସ ଖୋଜିଲେ ମିଳେନାହିଁ । ହେଲେ ଲୋକକଥା ଅନୁସାରେ ପ୍ରଭୁ ରାମଚନ୍ଦ୍ର ବନବାସରେ ବୁଲୁଥିବା ସମୟରେ ପ୍ରଭୁ ରାମଚନ୍ଦ୍ର ,ସିତା ଓ ଲକ୍ଷ୍ମଣ ଏହି ସ୍ଥାନ ଦେଇ ଯାଇଥିବା କିମ୍ବଦନ୍ତୀ ରହିଥିବା ଶୁଣିବାକୁ ମିଳିଥାଏ । ମା ରାମଚଣ୍ଡୀ ସ୍ଥାନୀୟ ଗଡରାମପୁର ଜମିଦାରଙ୍କ ଇଷ୍ଟଦେବୀ ହୋଇଥିବା ବେଳେ ମା ଚଣ୍ଡୀ ଙ୍କ ମନ୍ଦିର ଗଡରାମପୁର ର ଜମିଦାର ତଥା ବର୍ତମାନରେ ଥିବା ବଂଶଜ ମାନେ ମନ୍ଦିର ପୂଜା ପାଠ କରିବା ସହିତ ଦେଖରେଖ କରିଥାନ୍ତି ।
ମା ରାମଚଣ୍ଡୀ ଙ୍କ ମନ୍ଦିରରେ ମୁଖ୍ୟତହ ଚୈତ୍ର ନବରାତ୍ର , ଦଶହରାରେ ନବରାତ୍ର ଓ ନୂଆବର୍ଷରେ ମା’ଙ୍କ ଦର୍ଶନ ପାଇବା ପାଇ ଭକ୍ତଙ୍କ ଭିଡ ଅତ୍ୟଧିକ ଅନୁଭୂତ ହୋଇଥାଏ ।
ସେହିପରି ଖରା ଓ ବର୍ଷା ସମୟରେ ମାଙ୍କ ମନ୍ଦିର ରେ ଦେଖିବାକୁ ମିଳିଥାଏ ଭିନ୍ନ ଏକ ଦୃଶ୍ୟ ଖରାଦିନରେ ନଦୀରେ ପାଣି ଶୁଖିଯିବା ପରେ ମା’ଙ୍କ ମନ୍ଦିର କୁ ଆସିବା ପାଇ ନଦୀର ବାଲି ଉପରେ ସ୍ଥାନୀୟ ଲୋକେ ଯିବା ଆସିବା କରୁଥିବା ବେଳେ ବର୍ଷା ଦିନରେ ଅତ୍ୟଧିକ ବର୍ଷା ହେଲେ ମାଙ୍କ ମନ୍ଦିର ଗୁମ୍ଫା ଭିତରେ ନଦୀ ପାଣି ପଶି ଆସେ । ଅନ୍ୟ ସାମାନ୍ୟ ଦିନ ମାନଙ୍କରେ ଭକ୍ତମାନେ ମା ରାମଚଣ୍ଡୀ ଙ୍କ ଦର୍ଶନ କରିବା ସହିତ ପ୍ରକୃତିକ ଦୃଶ୍ୟର ଲାଭ ନେଇଥାନ୍ତି ମା’ଙ୍କ ଭକ୍ତମାନେ ।
ମା ରାମ ଚଣ୍ଡୀଙ୍କ ଦର୍ଶନ କରିବା ପାଇ ଭକ୍ତଙ୍କ ଭିଡ ଦେଖିବାକୁ ମିଳୁଥିବା ବେଳେ ଏହି ସ୍ଥାନକୁ ପଶ୍ଚିମଓଡିଶା ସହ ରାଜ୍ୟ ଓ ରାଜ୍ୟବାହାର ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥାଏ ।

Byte :- ଶ୍ରଦ୍ଧାଞ୍ଜଳି ବେହେରା , କେନ୍ଦ୍ରାପଡା ରୁ ଆସିଥିବା ଭକ୍ତ , ( ଡ୍ରେସ ପିନ୍ଧିଥିବା ଦୁଇଝିଅ )
Byte :- ସମୀର ରାଉତ , କେନ୍ଦ୍ରାପଡା ( ବ୍ଲୂ ଟି ସାର୍ଟ )
Byte :- ସୁଶୀଲ ଭମର , ସମ୍ବଲପୁର ( ମହିଳା )
Byte :- ଅରୁଣ ଦେ , ଗବେଷକ , ଝାରସୁଗୁଡା ( ହଳଦିଆ କୁର୍ତା )
Byte :- ବିଜୟ ମିଶ୍ର , ସ୍ଥାନୀୟ ବାସିନ୍ଦା ( ଧଳା ସାର୍ଟ )
Byte :- ଜଗନ୍ନାଥ ପୂଜାରୀ , ପୂଜକ
Conclusion:
Last Updated : Nov 15, 2019, 8:55 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.