ଝାରସୁଗୁଡ଼ା: ବ୍ୟାଙ୍କ ଅଫ ଇଣ୍ଡିଆରୁ ମହିଳାଙ୍କ ଠାରୁ ଟଙ୍କା ଲୁଟ ଉଦ୍ୟମ । ଲୁଟେରାକୁ ଗିରଫ କଲା ପୋଲିସ । ଆଜି ଅପରାହ୍ନ 3ଟା 4 ମିନିଟ ବେଳକୁ ଝାରସୁଗୁଡ଼ା ବ୍ୟାଙ୍କ ଅଫ ଇଣ୍ଡିଆ ଭିତରୁ 2 ଜଣ ମହିଳାଙ୍କ ଠାରୁ ଟଙ୍କା ଲୁଟ ଉଦ୍ୟମ ହୋଇଥିଲା । ଜଣେ ଅଣଓଡ଼ିଆ ବ୍ୟକ୍ତି ନକଲି ଟଙ୍କା ଥାଇପାରେ ବୋଲି କହି ଦୁଇ ମହିଳାଙ୍କ ଠାରୁ ଟଙ୍କା ଛଡାଇ ନେଇ ପଳାଇଥିଲେ ।
ମାଲିମୁଣ୍ଡାର ଭାଗବତୀ ସିଂ ଓ ତାଙ୍କ ଭଉଣୀ ଆଜି ଅପରାହ୍ନରେ ବ୍ୟାଙ୍କ ଅଫ ଇଣ୍ଡିଆରୁ 45 ହଜାର ଟଙ୍କା ଉଠାଇଥିଲେ । ସେ କ୍ୟାସ କାଉଣ୍ଟରରୁ ଟଙ୍କା ନେଇ ଗଣୁଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ନକଲି ଟଙ୍କା ଥାଇପାରେ ବୋଲି କହି ତାଙ୍କଠାରୁ ଟଙ୍କା ଛଡ଼ାଇ ନେଇଥିଲା ।
ମହିଳା ମାନେ ପାଟି କରିବାରୁ ସେ ସେଠାରୁ ଦୌଡ଼ିଯାଇ ଏକ ଯାତ୍ରୀବାହି ବସରେ ଫେରାର ଉଦ୍ୟମ କରିଥିଲା । ହେଲେ ସ୍ଥାନୀୟ ଲୋକେ ତାକୁ କାବୁ କରି ପୁଲିସ ହାତରେ ଦେଇଛନ୍ତି । ଲୁଟେରା ଜଣଜ ମହାରାଷ୍ଟ୍ର ନାଗପୁର ଅଞ୍ଚଳର ସଜ୍ଜାଦ ଅଲ୍ଲୀ ବୋଲି ଜଣାପଡିଛି । ଘଟଣାର ତଦନ୍ତ କରାଯାଉଛି ବୋଲି ଝାରସୁଗୁଡା ଥାନା ଅଧିକାରୀ ସାବିତ୍ରୀ ବଳ କହିଛନ୍ତି।
ଝାରସୁଗୁଡାରୁ ରବି ନାରାୟଣ ସାହୁ,ଇଟିଭି ଭାରତ