ETV Bharat / state

୩ କଲରାପତରିଆ ବାଘ ଛାଲ ଜବତ, 3ଜଣକୁ ବାନ୍ଧିଲା STF

author img

By

Published : Oct 16, 2022, 6:51 PM IST

୩ କଲରାପତରିଆ ବାଘ ଛାଲ ଜବତ । ଝାରସୁଗୁଡ଼ା ଓ ସମ୍ବଲପୁର ପୋଲିସ୍‌ର ମିଳିତ ସହଯୋଗରେ ଏସ୍‌ଟିଏଫ୍‌ର ଚଢ଼ାଉ । ବାଘ ଛାଲ ଜବତ କରିବା ସହ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ

୩ କଲରାପତରିଆ ବାଘ ଛାଲ ଜବତ
୩ କଲରାପତରିଆ ବାଘ ଛାଲ ଜବତ

ଝାରସୁଗୁଡା: କ୍ରାଇମବ୍ରାଞ୍ଚ ଏସଟିଏଫକୁ ସଫଳତା । ୩ କଲରାପତରିଆ ବାଘ ଛାଲ ଜବତ । ଓଡ଼ିଶାରେ ଦିନକୁ ଦିନ ବାଘ ଛାଲ ବେପାର ବୃଦ୍ଧି ପାଉଥିବାବେଳେ ଏବେ ଝାରସୁଗୁଡା ଜିଲ୍ଲାରୁ ବାଘଛାଲ ଜବତ କରାଯାଇଛି । ଆଜି ସମ୍ବଲପୁର- କୁଚିଣ୍ଡା-କୋଲାବିରାରୁ ୩ଟି ବାଘ ଛାଲ ଜବତ କରିବା ସହ 3ଜଣଙ୍କୁ ଗିରଫ କରିଛି STFର ସ୍ଵତନ୍ତ୍ର ଟିମ୍ । ଗିରଫ ଅଭିଯୁକ୍ତମାନେ ହେଲା ଯୋଗିଡିହିର ସୁମିତ ପଟେଲ, ସୁଡୁପଡ଼ାର କୃପା ସାହୁ, ପଲସାମାଲର ଆଦିତ୍ୟ ପାତ୍ର ।

୩ କଲରାପତରିଆ ବାଘ ଛାଲ ଜବତ

ସୂଚନା ଅନୁଯାୟୀ, ଝାରସୁଗୁଡା ଯୋଗିଡିହ ଗାଁର ସୁମିତ ପଟେଲ, ବଲାଙ୍ଗିର ସୁଦୁପଡାର କ଼ପା ସାହୁ ଓ ସମ୍ବଲପୁର ପଲାସାମାଳର ଆଦିତ୍ୟ ପାତ୍ର ବାଘଛାଲ ବେପାର କରିବାକୁ ଆଣିଥିଲେ । ସେମାନଙ୍କୁ କୌଶଳକ୍ରମେ ଏସ୍‌ଟିଏପ୍‌ ଗିରଫ କରିଛି । ଝାରସୁଗୁଡା ଓ ସମ୍ବଲପୁର ପୋଲିସର ମିଳିତ ଉଦ୍ୟମରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିବା ଏସଟିଏଫ ତରଫରୁ ଟ୍ବିଟଯୋଗେ ସୂଚନା ଦିଆଯାଇଛି । ଏହାସହ ଅଭିଯୁକ୍ତଙ୍କ ବିରୋଧରେ ୩୭୯ , ୪୧୧ , ୪୧୩ , ୧୨୦ ବି ଦଫାରେ ମାମଲା ରୁଜୁ କରି ଝାରସୁଗୁଡା ଏସଡିଜେଏମ କୋର୍ଟରେ ହାଜର କରାଯାଇଛି । ଏସ୍‌ଟିଏଫ୍‌ ଏହି ଘଟଣାରେ ଏବେ ଅଧିକ ତଦନ୍ତ ଆରମ୍ଭ କରିଛି ।

ଗୋଟିଏ ପଟେ ସରକାର ବନ୍ୟଯନ୍ତୁ ପ୍ରତି ସୁରକ୍ଷା ଯୋଗାଇ ଦେବାପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଏଭଳି ଘଟଣା ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ସରକାର ବାଘଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ ଚେଷ୍ଟା ଚଳାଇଥିବା ବେଳେ ଏଭଳି ବାଘ ଛାଲ ବେପାର କରୁଥିବା ମାଫିଆମାନଙ୍କ କାର୍ଯ୍ୟ ଉପରେ ରୋକ ଲଗେଇବା ପାଇଁ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ।

୩ କଲରାପତରିଆ ବାଘ ଛାଲ ଜବତ
୩ କଲରାପତରିଆ ବାଘ ଛାଲ ଜବତ

ଏହା ମଧ୍ୟ ପଢନ୍ତୁ: ବାଘ ଛାଲ ବିକ୍ରି ବେଳେ ମାଡି ବସିଲା STF, ୪ ଗିରଫ

ସୂଚନାଯୋଗ୍ୟ ଯେ, ଶେଷଥର ଅଗଷ୍ଟ 2 ତାରିଖରେ କନ୍ଧମାଳରୁ ବାଘଛାଲ ଜବତ କରଯାଇଥିଲା । କନ୍ଧମାଳ ଜିଲ୍ଲା ଟିକାବାଲି ରେଞ୍ଜ ଅଞ୍ଚଳରରେ ବାଘଛାଲ ବିକ୍ରି ବେଳେ ମାଡି ବସିଥିଲା ସ୍ପେଷାଲ ଟାସ୍କ ଫୋର୍ସ(STF) । ବାଘଛାଲ ସହ ଅଭିଯୁକ୍ତକୁ ଗିରଫ କରାଯାଇଥିଲା । ଅଗଷ୍ଟ 2 ତାରିଖ ରାତିରେ ବ୍ରାହ୍ମଣପାଦ ଅଞ୍ଚଳର ଜଣେ ଯୁବକ ବାଘ ଛାଲ ବିକ୍ରି ପାଇଁ ଯୋଜନା କରୁଥିବା ବେଳେ ଏନେଇ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଏସଟିଏଫ ଏବଂ ବନବିଭାଗର ମିଳିତ ଟିମ ଚଢାଉ କରିଥିଲା । ଏହି ଘଟଣାରେ ଗିରଫ ଅଭିଯୁକ୍ତଙ୍କ ଠାରୁ ଦେଶୀ ବନ୍ଧୁକ, ଗୁଳି, ଧନୁ ତୀର, ଫାସ ଆଦି ଜବତ କରାଯାଇଥିଲା ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.