ETV Bharat / state

ବେଦାନ୍ତ କମ୍ପାନୀ ମୁଖ୍ୟ ଫାଟକରେ କାତିକେଲା ଗ୍ରାମବାସୀଙ୍କ ବିକ୍ଷୋଭ

author img

By

Published : Oct 27, 2020, 4:04 PM IST

ଝାରସୁଗୁଡା ବେଦାନ୍ତ କମ୍ପାନୀ ମୁଖ୍ୟ ଫାଟକରେ ଧାରଣାରେ ବସିଲେ କାତିକେଳା ଗ୍ରାମବାସୀ । ଗତ 2017ରୁ ସମସ୍ଯା ଘେରରେ ରହୁଥିଲେ ମଧ୍ୟ କୌଣସି ସଠିକ ସମାଧାନ ବେଦାନ୍ତ କର୍ତ୍ତୃପକ୍ଷ ନେଉନଥିବାରୁ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...

Katikela villagers protest at the main gate of Vedanta Company
ବେଦାନ୍ତ କମ୍ପାନୀ ମୁଖ୍ୟ ଫାଟକରେ କାତିକେଲା ଗ୍ରାମବାସୀଙ୍କ ବିକ୍ଷୋଭ

ଝାରସୁଗୁଡା: ବେଦାନ୍ତ କମ୍ପାନୀ ମୁଖ୍ୟ ଫାଟକରେ ଧାରଣାରେ ବସିଲେ କାତିକେଳା ଗ୍ରାମବାସୀ । ସୂଚନାମୁତାବକ, ଗତ 2017 ଅଗଷ୍ଟ 28 ତାରଖ ରାତିରେ କତିକେଲା ଗ୍ରାମର ନିକଟରେ ଥିବା ଆସପଣ୍ଡ ଭାଙ୍ଗି ଯାଇଥିଲା । ଫଳରେ ସେହି ଦିନ ଠାରୁ ଗ୍ରାମବାସୀମାନେ ଭୟର ବାତାବରଣରେ ରହୁଥିବା ବେଳେ ସମସ୍ତଙ୍କୁ ସ୍ଥାନାନ୍ତରିତ କରିବା ସହ ଉଚିତ ପ୍ରାପ୍ୟ ଓ ସ୍ଥାୟୀ ଚାକିରୀ ଦାବି କରିଆସୁଛନ୍ତି ଗ୍ରାମବାସୀ । ମାତ୍ର ବହୁଦିନ ହେଲାଣି ଏହି ସମସ୍ୟା ରହିଥିଲେ ମଧ୍ୟ କୌଣସି ସଠିକ ସମାଧାନ ବେଦାନ୍ତ କର୍ତ୍ତୃପକ୍ଷ କିମ୍ବା ଜିଲ୍ଲା ପ୍ରଶାସନ ନେଉନଥିବାରୁ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।

ଏନେଇ ଆଜି(ମଙ୍ଗଳବାର) ବେଦାନ୍ତ କମ୍ପାନୀ ମୁଖ୍ୟ ଫାଟକ ସମ୍ବୁଖରେ ଧାରଣାରେ ବସିଛନ୍ତି ସମସ୍ତ ଗ୍ରାମବାସୀ। ଉତେଜନା ଲାଗିରହିଥିବାରୁ ଫାଟକରେ ପୋଲିସ ପ୍ରଶାସନ ଉପସ୍ଥିତ ରହି ଗ୍ରାମବାସୀଙ୍କୁ ବୁଝାବୁଝି କରୁଛନ୍ତି ।

ଝାରସୁଗୁଡ଼ାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.