ETV Bharat / state

ଦୁଇ ବର୍ଷ ପରେ ଆୟୋଜିତ ହେଲା ଝାରସୁଗୁଡା ଜିଲ୍ଲା ମହୋତ୍ସବ ଦୁଲଦୁଲି - ଝାରସୁଗୁଡା ଜିଲ୍ଲା ମହୋତ୍ସବ ଦୁଲଦୁଲି

ଦୁଇ ବର୍ଷ ପରେ ଝାରସୁଗୁଡା ଜିଲ୍ଲା ମହୋତ୍ସବ ଦୁଲଦୁଲି ଉଦଘାଟିତ ହୋଇଯାଇଛି । ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଛନ୍ତି ଦର୍ଶକ । ଅଧିକ ପଢନ୍ତୁ

ଝାରସୁଗୁଡା ଜିଲ୍ଲା ମହୋତ୍ସବ ଦୁଲଦୁଲି
ଝାରସୁଗୁଡା ଜିଲ୍ଲା ମହୋତ୍ସବ ଦୁଲଦୁଲି
author img

By

Published : Jan 15, 2023, 5:11 PM IST

ଝାରସୁଗୁଡା ଜିଲ୍ଲା ମହୋତ୍ସବ ଦୁଲଦୁଲି

ଝାରସୁଗୁଡା: କୋରୋନା କଟକଣାର ଦୁଇ ବର୍ଷ ପରେ ଝାରସୁଗୁଡାରେ ଜିଲ୍ଲା ଲୋକ ମହୋତ୍ସବ ଦୁଲଦୁଲି ଆୟୋଜିତ ହୋଇଛି । ଶନିବାରଠାରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବ ଆସନ୍ତା ୧୮ ତାରିଖ ଯାଏଁ ଚାଲିବ । ପ୍ରଥମ ଦିନରେ ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହୋତ୍ସବକୁ ଉଦଘାଟନ କରିଥିଲେ । ସାଂସ୍କୃତିକ ଶୋଭାଯାତ୍ରାରୁ ଏହି ମହୋତ୍ସବର ଶୁଭାରମ୍ଭ ହୋଇଥିଲା । ଜିଲ୍ଲାର ଆରାଧ୍ୟ ଦେବତା ଝାଡ଼େଶ୍ୱରଙ୍କର ପୀଠରେ ପୂଜାର୍ଚ୍ଚନା କରାଯିବା ସହ ଶନିବାର ଅପରାହ୍ନରେ ଏକ ସାସ୍କୃତିକ ଶୋଭାଯାତ୍ରା ବାହାରିଥିଲା । ଏଥିରେ ଝାରସୁଗୁଡ଼ା ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ସରୋଜ କୁମାର ସାମଲଙ୍କ ସମେତ ଉପଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ୱାଇଁ, ଦୁଲଦୁଲିର ସଂଯୋଜକ ତାପସ ରାୟ ଚୌଧୁରୀ ପ୍ରମୁଖ ସାମିଲ ହୋଇଥିଲେ ।

ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି ପ୍ରଥମ କରି ଜାନୁଆରୀ ପହିଲା ବଦଳରେ ଶନିବାର ଦିନ ସରବାହାଲ ପଡ଼ିଆରେ ଉଦଘାଟିତ ହୋଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ଜିଲ୍ଲାପାଳ ସରୋଜ ସାମଲ, ଝାରସୁଗୁଡ଼ା ପୌରାଧ୍ୟକ୍ଷା ରାନୀ ହାତୀ, ଝାରସୁଗୁଡ଼ା ଜିଲ୍ଲାପରିଷଦ ଅଧ୍ୟକ୍ଷା ତୁଳାବତୀ ମିଞ୍ଜ, ପଞ୍ଚାୟତ ସମିତି ଅଧ୍ୟକ୍ଷା ତ୍ରିବେଣୀ ପଟେଲ ଉପସ୍ଥିତ ରହିଥିଲେ । ସଂସ୍କୃତି, କଳା, ଶିଳ୍ପ ଓ ଆଧୁନିକତାର ପ୍ରତୀକ ହେଉଛି ଝାରସୁଗୁଡ଼ା ଜିଲ୍ଲା । ଝାରସୁଗୁଡ଼ା ହେଉଛି ମିନି ଇଣ୍ଡିଆ ଏଠି ଭାଇଚାରା ସହିତ ସମସ୍ତ ପର୍ବପର୍ବାଣୀ ପାଳନ ହୁଏ ବୋଲି ଉପସ୍ଥିତ ଅତିଥିଗଣ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଦୁଲଦୁଲିର ମୁଖପତ୍ର ସ୍ମରଣିକା ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା ।

ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ କମ୍ପିଥିଲା ମଞ୍ଚ । ସର୍ବପ୍ରଥମେ ଝାରସୁଗୁଡ଼ା ସୃଜନୀ ପରିବାର ପକ୍ଷରୁ ନୃତ୍ୟ ପରିବେଷଣ କରାଯାଇଥିଲା । ପରେ ଭୁବନେଶ୍ୱରର ନୃତ୍ୟଧାମର କଳାକାରମାନେ ଦଶ ମହାଧାମ ପରିବେଷଣ କରିଥିଲେ । ଯାହା ଉପସ୍ଥିତ ଦର୍ଶକଙ୍କ ବେଶ୍ ମନ ଜିଣିଥିଲା । ଏହାସାଙ୍ଗକୁ ବରଗଡ଼ ଗାଇସିଲେଟର କଳାକାରମାନେ ରସରକେଲି, ରାଜସ୍ଥାନ ବାରମେରର କଳାକାରମାନେ ଲୋକନୃତ୍ୟ, ବଲାଙ୍ଗୀରର ଘୁଡ଼କା ନାଚ, ପଞ୍ଜାବୀ ରୟଲ ଏକାଡେମୀର ଭାଙ୍ଗଡ଼ା ନୃତ୍ୟ, ଗଞ୍ଜାମର ଯୋଡ଼ି ଶଙ୍ଖ ଓ ଖୋର୍ଦ୍ଧାର ଗୋଟିପୁଅ ଇତ୍ୟାଦି ନୃତ୍ୟ ପରିବେଷଣ କରାଯାଇଥିଲା ।

ଅନ୍ୟପକ୍ଷରେ ମୁଖ୍ୟ ଅତିଥି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସଙ୍କ ପଲ୍ଲିଶ୍ରୀ ମେଳା ଓ ଶିଳ୍ପମେଳା ଉଦଘାଟନ କରିଥିଲେ । ଚଳିତ ବର୍ଷ ରାଜ୍ୟସ୍ତରୀୟ ପଲ୍ଲୀଶ୍ରୀ ମେଳା ପାଇଁ ୧୮୦ଟି ଷ୍ଟଲ, ଦୁଲଦୁଲିର ଫେନସି ଦୋକାନ ପାଇଁ ୧୦୬ଟି ଷ୍ଟଲ, ୫୦ଟି ଖାଦ୍ୟପେୟ ଷ୍ଟଲ, କୃଷି ଓ କୃଷି ଯାନ୍ତ୍ରୀକରଣର ୬୦ଟି ଷ୍ଟଲ୍‌ ଇତ୍ୟାଦି ମୋଟ ୩୯୬ଟି ଷ୍ଟଲ୍‌ କରାଯାଇଛି । ଜିଲ୍ଲାର ସମସ୍ତ ସରକାରୀ ବିଭାଗ ସହିତ ହସ୍ତତନ୍ତ, SHG ଗ୍ରୁପ ଏହି ମେଳାରେ ନିଜନିଜ ସାମଗ୍ରୀ ବିକ୍ରି କରିବାର ସୁଯୋଗ ପାଇଛନ୍ତି ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.