ETV Bharat / state

Samarth Murder Case: ନ୍ୟାୟ ଦାବିରେ ୟୁଥ ସଂଘର ଥାନା ଘେରାଉ

ଝାରସୁଗୁଡା ନାବାଳକ ସମର୍ଥ ଅଗ୍ରୱାଲ ହତ୍ୟା ଘଟଣା । କଠୋର ଦଣ୍ଡ ଦିଆଯିବା ଦାବିରେ ରାଲି କରି ଥାନା ଘେରାଉ କଲା ୟୁଥ ସଂଘ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Apr 2, 2023, 4:21 PM IST

ନ୍ୟାୟ ଦାବିରେ ୟୁଥ ସଂଘର ଥାନା ଘେରାଉ

ଝାରସୁଗୁଡ଼ା: ଟଙ୍କା ପାଇଁ ୧୫ବର୍ଷ ନାବାଳକ ସମର୍ଥ ଅଗ୍ରୱାଲଙ୍କୁ ଅପହରଣ ଓ ହତ୍ୟା ଘଟଣା । ଝାରସୁଗୁଡ଼ା ସହରରେ ଉତ୍ତେଜନା ବଢ଼ିବାରେ ଲାଗିଛି । ଦୋଷୀଙ୍କୁ କଠୋର ଦଣ୍ଡାଦେଶର ଦାବି ନେଇ ଝାରସୁଗୁଡ଼ା ୟୁଥଙ୍କ ପକ୍ଷରୁ ଏକ ବିରାଟ ରାଲି କରାଯାଇ ଝାରସୁଗୁଡ଼ା ଟାଉନ ଥାନାକୁ ଘେରାଉ କରାଯାଇଛି । ସେପଟେ ଦୋଷୀଙ୍କୁ ଏନକାଉଣ୍ଟର କରିବା ଲାଗି ସାଧାରଣରେ ମଧ୍ୟ ଦାବି ହୋଇଛି ।

ଫାଷ୍ଟ ଟ୍ରାକ କୋର୍ଟରେ ଏହାର ଫଇସଲା କରି ହତ୍ୟାକାରୀଙ୍କୁ ଫାଶୀ ଦିଆଯାଉ ବୋଲି ଦାବି କରିଛି ୟୁଥ ସଂଘ । ତେବେ ଉତ୍ତେଜନା ଧୀରେଧୀରେ ବଢ଼ିବାରେ ଲାଗିଛି । ଗତ ୨୭ ତାରିଖରେ ସରବାହାଲରେ ରହୁଥିବା ୧୫ ବର୍ଷୀୟ ସମର୍ଥ ଅଗ୍ରୱାଲଙ୍କୁ ଅପହରଣ ଓ ହତ୍ୟା କରି ବରଗଡ଼ରେ ନିଆଁ ଲଗାଇବା ଘଟଣାରେ ଆଜି ଝାରସୁଗୁଡ଼ା ୟୁଥଙ୍କ ପକ୍ଷରୁ ଏକ ବିରାଟ ରାଲି କରାଯାଇ ଝାରସୁଗୁଡ଼ା ଟାଉନ ଥାନାକୁ ଘେରାଉ କରାଯାଇଥିଲା ।

ଏହା ବି ପଢନ୍ତୁ- ସମର୍ଥକୁ ଝୁରୁଛନ୍ତି ସାଙ୍ଗସାଥୀ, ଟଙ୍କା ପାଇଁ ହୋଇଥିଲେ ହତ୍ୟାର ଶିକାର

ଝାରସୁଗୁଡ଼ା ସହରର ଶହଶହ ଯୁବକ, ଯୁବତୀ, ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀ ସମର୍ଥକୁ ନ୍ୟାୟ ଓ ଦୋଷୀକୁ କଠୋରରୁ କଠୋର ଦଣ୍ଡ ଦିଆଯିବା ଦାବି କରି ରାଲି କରିଛନ୍ତି । ଏହାସହ ଥାନା ଘେରାଉ କରି ଦୋଷୀକୁ ଫାଶୀ ଦିଆଯାଉ ଅନ୍ୟଥା ଯେଉଁମାନେ ଏଭଳି ଘଟଣା ଘଟାଇଛନ୍ତି ସେମାନଙ୍କୁ ପୋଲିସ ଏନକାଉଣ୍ଟର କରିବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ଜନସାଧାରଣ । ତେବେ ଏହି ଘଟଣାର ତଦନ୍ତ ଜାରି ରହିଥିବା ବେଳେ, ଏପର୍ଯ୍ୟନ୍ତ କଣ ପାଇଁ ହତ୍ୟା କରାଯାଇଥିଲା ତାହା ସ୍ପଷ୍ଟ ହୋଇନାହିଁ ।

ଅନ୍ୟପଟେ ଯେପର୍ଯ୍ୟନ୍ତ ଦୋଷୀମାନଙ୍କୁ କଠୋର ଦଣ୍ଡ ଦିଆଯାଇନାହି, ସେପର୍ଯ୍ୟନ୍ତ ଝାରସୁଗୁଡ଼ାବାସୀ ଚୁପ ରହିବେ ନାହିଁ ବୋଲି କହିଛନ୍ତି ଆନ୍ଦୋଳନକାରୀ । ସେପଟେ ପୋଲିସ ୨ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଘଟଣାର ତଦନ୍ତ ପାଇଁ ପୋଲିସ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଆଣି ଆହୁରି ଖୋଳତାଡ଼ କରିବ ବୋଲି ସୂଚନା ରହିଥିଲା । ହତ୍ୟାକାଣ୍ଡର ପ୍ରକୃତ କାରଣ ଏଯାବତ ପୋଲିସ ହାତରେ ଲାଗିନାହିଁ । ହତ୍ୟାକାରୀ କାହିଁକି ଏଭଳି କାଣ୍ଡ ଭିଆଇଛନ୍ତି ତାହା ମଧ୍ୟ ସ୍ପଷ୍ଟ ଭାବରେ ଜଣାପଡ଼ି ନାହିଁ ।

ଯଦି ଟଙ୍କା ପାଇଁ ଏହି କାଣ୍ଡ ଘଟିଛି ତେବେ ହତ୍ୟାକାରୀ ଟଙ୍କା ପାଇବା ପୂର୍ବରୁ କାହିଁକି ହତ୍ୟା କରିଛନ୍ତି ସେ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସମର୍ଥଙ୍କ ବାପା ଜଣେ ଛୋଟ ବ୍ୟବସାୟୀ ଏତେ ଟଙ୍କା ଦେଇପାରିବାରେ ଅସମର୍ଥ ଥିବା ଜାଣି କାହିଁକି ଅପହରଣ କରିଲେ ଅପହରଣକାରୀ ? ଏଥିରେ କିଛି ଅନ୍ୟ ଶତୃତା ରହିଛି କି ? ଯେଉଁ କାରଣରୁ ବଳିପଡିଲା ଏକ ନିଷ୍ପାପ ଜୀବନ । ଏହି ସମସ୍ତ ଦିଗକୁ ଦୃଷ୍ଟିରେ ରଖି ପୋଲିସ ତଦନ୍ତ ପ୍ରକ୍ରିୟା ଆଗକୁ ନେଉଛି ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.