ETV Bharat / state

ଆଜିଠୁ ଝାରସୁଗୁଡାରୁ କୋଲକାତାକୁ ବିମାନସେବା - କୋଲକାତାକୁ ଉଡାଣ ଭରିବ ବିମାନ

ଝାରସୁଗୁଡାରୁ କୋଲକାତାକୁ ଉଡାଣ ଭରିବ ବିମାନ । ଉଡାଣ ଯୋଜାନାରେ କୋଲକାତାକୁ ଉଡିବ ଏଲାଏନ୍ସ ବିମାନ । ଅଧିକ ପଢନ୍ତୁ...

jharsuguda to kolkata flight service
ଝାରସୁଗୁଡାରୁ କୋଲକାତାକୁ ଉଡାଣ ଭରିବ ବିମାନ
author img

By

Published : Jan 27, 2020, 12:44 PM IST

ଝାରସୁଗୁଡା: ଆଜିଠୁ ଝାରସୁଗୁଡାରୁ କୋଲକାତା ଉଡିବ ଏଲାଏନ୍ସ ଏୟାର ବିମାନ । କୋଲକାତାରୁ ଦିନ 11.45ରେ ଛାଡି ଝାରସୁଗୁଡାରେ 01.15ରେ ପହଞ୍ଚିବ। ପୁଣି ଝାରସୁଗୁଡାରୁ 01.45ରେ କୋଲକାତା ଅଭିମୁଖେ ଯିବ ବିମାନ । ଏନେଇ ସୂଚନା ଦେଇଛନ୍ତି ଝାରସୁଗୁଡା ବିମାନବନ୍ଦର ନିର୍ଦ୍ଦେଶକ ସୁଦେଶ କୁମାର । ଉଡାନ 3 ଯୋଜନା ମାଧ୍ୟମରେ ଏହି ବିମାନ ଉଡାଣ ଭରିବ ।

ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ଏୟାରପୋର୍ଟରୁ ସ୍ପାଇସ ଜେଟ୍‌ ସଫଳ ହେବା ପରେ ଉଡାନ ୩ ଯୋଜନାରେ ଗତବର୍ଷ ଜୁନ ୬ ତାରିଖରୁ ଏଲାଏନ୍ସ ଏୟାର ପକ୍ଷରୁ ଆରମ୍ଭ ହୋଇଥିଲା ଝାରସୁଗୁଡାରୁ ଭୁବନେଶ୍ବର ଓ ରାୟପୁରକୁ ବିମାନ ସେବା । ପୂର୍ବରୁ ନୂଆଦିଲ୍ଲୀ, କୋଲକତା ଓ ହାଇଦ୍ରାବାଦକୁ ଏଠାରୁ ବିମାନ ଚଳଚଳ ଆରମ୍ଭ ହୋଇଥିଲା । ଆଉ ଏବେ ଉଡାନ ଯୋଜନାରେ ସିଧାସଳଖ କୋଲକାତା ସହ ଯୋଡି ହୋଇଛି ଝାରସୁଗୁଡା ।

ଝାରସୁଗୁଡାରୁ କୋଲକାତାକୁ ଉଡାଣ ଭରିବ ବିମାନ

ରାଜ୍ୟର ଦ୍ବିତୀୟ ବିମାନ ବନ୍ଦର ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର । ଝାରସୁଗୁଡାରୁ ନିୟମିତ ବିମାନ ସେବା ମିଳିବା ପରେ ଏବେ ଝାରସୁଗୁଡା ବିମାନ ବନ୍ଦର ଉପରେ ସମଗ୍ର ପଶ୍ଚିମ ଓଡିଶା ନିର୍ଭରଶୀଳ । ପଡୋଶୀ ଛତିଶଗଡ଼ ଓ ଝାଡ଼ଖଣ୍ଡର ଯାତ୍ରୀମାନେ ମଧ୍ୟ ଏହାଦ୍ବାରା ସୁଫଳ ପାଇପାରୁଛନ୍ତି । ଆଜିଠାରୁ ଝାରସୁଗୁଡା -କୋଲକାତା ସିଧାସଳଖ ବିମାନ ସେବା ଏଲାଏନ୍ସ ଏୟାର ଆରମ୍ଭ କରୁଥିବା ବେଳେ ୩୧ ଜାନୁଆରୀରୁ ଝାରସୁଗୁଡା -ବାରାଣାସୀ ଭୟା ଭୁବନେଶ୍ବର ଆରମ୍ଭ ହେଉଥିବା ସୂଚନା ଦେଇଛନ୍ତି ଝାରସୁଗୁଡା ବିମାନ ବନ୍ଦର ନିର୍ଦ୍ଦେଶକ ସୁଦେଶ କୁମାର ଚୌହାନ । ଏଥିସହିତ ପୂର୍ବ ସମୟ ସାରଣୀରେ ମଧ୍ୟ ପରିବର୍ତ୍ତନ ହୋଇଛି ।

କୋଲକାତାରୁ ସକାଳ 5 ଟା 50ମିନିଟ ରେ ବାହାରି ଝାରସୁଗୁଡାକୁ 7 ଟା 20 ମିନିଟ ପହଞ୍ଚିବ । ସେହିପରି ଝାରସୁଗୁଡ଼ାରୁ 7 ଟା 45 ମିନିଟ ବାହାରି ରାୟପୁରକୁ ସକାଳ 8 ଟା 50 ମିନିଟରେ ପହଞ୍ଚିବ । ରାୟପୁରରୁ ସକାଳ 9 ଟା 15 ମିନିଟ ବାହାରି ସକାଳ 10 ତା 20 ମିନିଟରେ ପହଞ୍ଚିବ । ସେହିପରି ଝାରସୁଗୁଡାରୁ 10ଟା 45 ମିନିଟରେ ବାହାରି 11 ଟା 50 ମିନିଟରେ ପହଞ୍ଚିବ । ବହୁ ପ୍ରତୀକ୍ଷିତ ସେକ୍ଟର ଭୁବନେଶ୍ବରରୁ ଦିନ 12 ଟା 15 ମିନିଟରେ ବାହାରି ବାରଣାସୀକୁ ଦିନ 2 ଟା 5 ମିନିଟରେ ପହଞ୍ଚିବ।

ବାରାଣସୀରୁ ଦିନ 2 ଟା 30 ମିନିଟ ବାହାରି ଭୁବନେଶ୍ବରକୁ 4 ଟା 20 ମିନିଟରେ ପହଞ୍ଚିବ । ଭୁବନେଶ୍ବରରୁ 4 ଟା 45 ମିନିଟ ରେ ବାହାରି 5 ଟା 50 ମିନିଟ ପହଞ୍ଚିବ ଏବଂ ଝାରସୁଗୁଡାରୁ ସନ୍ଧ୍ୟା 6 ଟା 15 ମିନିଟରେ ବାହାରି କୋଲକାତାକୁ 7 ଟା 45 ମିନିଟ ପହଞ୍ଚିବ । ପଶ୍ଚିମ ଓଡ଼ିଶାର ଜନ ସାଧାରଣ ପୂର୍ବରୁ ବାରାଣସୀକୁ ଯିବା ପାଇଁ ନୂଆଦିଲ୍ଲୀ ଉପରେ ନିର୍ଭର କରୁଥିବାବେଳେ ମାତ୍ର ତିନି ଘଣ୍ଟା ମଧ୍ୟରେ ପହଞ୍ଚି ପାରିବେ ବୋଲି ବିମାନ ବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଝାରସୁଗୁଡା ବିମାନ ବନ୍ଦରରେ ଯାତ୍ରୀଙ୍କ ଅଭିବୃଦ୍ଧି ଆଗକୁ ଦେଶର ପ୍ରମୁଖ ସହରକୁ ବିମାନ ସେବା ପାଇଁ ସୁଯୋଗ ସୃଷ୍ଟି କରିଛି।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:ଉଡାନ3 ଯୋଜନାରେ ଆଜିଠାରୁ ଝାରସୁଗୁଡା ରୁ କୋଲକାତାକୁ ସିଧାସଳଖ ବିମାନ ସେବା
ଏଲୟନ୍ସ ଏୟାର ପକ୍ଷରୁ ମିଳିବ। କୋଲକାତାରୁ ଦିନ ୧୧.୪୫ ରୁ ଛାଡି ଝାରସୁଗୁଡାରେ ୧.୧୫ ରେ ପହଂଚିବ। ପୁଣି ଝାରସୁଗୁଡାରୁ ୧.୪୫ ରେ କୋଲକାତା ଅଭିମୁଖେ ଯିବ ବିମାନ ବୋଲି ଝାରସୁଗୁଡା ବିମାନବନ୍ଦର ନିର୍ଦ୍ଦେଶକ ସ୍ୱଦେଶ ଚୌହ୍ୱାନଙ୍କ ସୂଚନା ।

ଝାରସୁଗୁଡ଼ା ବୀର ସୁରେନ୍ଦ୍ରସାଏ ଏୟାରପୋର୍ଟରୁ ସ୍ପାଇସଜେଟ୍‌ ସଫଳ ହେବା ପରେ ଉଡାନ୩ ଯୋଜନାରେ ଗତବର୍ଷ ଜୁନ ୬ ତାରିଖରୁ ଏଲୟନ୍ସ ଏୟାର ପକ୍ଷରୁ ଆରମ୍ଭ ହୋଇଥିଲା ଝାରସୁଗୁଡାରୁ ଭୁବନେଶ୍ବର ଓ ରାୟପୁରକୁ ବିମାନ ସେବା । ପୂର୍ବରୁ ନୂଆଦିଲ୍ଲୀ, କୋଲକତା ଓ ହାଇଦ୍ରାବାଦକୁ ଏଠାରୁ ବିମାନ ଚଳଚଳ ଆରମ୍ଭ ହୋଇଥିଲା । ଆଉ ଏବେ ଉଡାନ ଯୋଜନାରେ ସିଧାସଳଖ କୋଲକାତା ସହ ଯୋଡି ହୋଇଛି ଝାରସୁଗୁଡା ।
ରାଜ୍ୟର ଦ୍ବିତୀୟ ବିମାନ ବନ୍ଦର ଝାରସୁଗୁଡା । ଏହା କାର୍ଯ୍ୟକ୍ଷମ ହେବା ପରେ ସ୍ଥାନୀୟ ଲୋକ ବେଶ ଲାଭବାନ ହେଉଛନ୍ତି । ଝାରସୁଗୁଡାରୁ ନିୟମିତ ବିମାନ ସେବା ମିଳିବା ପରେ ଏବେ ଝାରସୁଗୁଡା ବିମାନ ବନ୍ଦର ଉପରେ ସମଗ୍ର ପଶ୍ଚିମ ଓଡିଶା ନିର୍ଭରଶୀଳ । ପଡୋଶୀ ଛତିଶଗଡ଼ ଓ ଝାଡ଼ଖଣ୍ଡର ଯାତ୍ରୀମାନେ ମଧ୍ୟ ଏହାଦ୍ବାରା ସୁଫଳ ପାଇପାରୁଛନ୍ତି । ଆଜିଠାରୁ ଝାରସୁଗୁଡା -କୋଲକାତା ସିଧାସଳଖ ବିମାନ ସେବା ଏଲୟନ୍ସ ଏୟାର ଆରମ୍ଭ କରୁଥିବା ବେଳେ ୩୧ ଜାନୁଆରୀ ରୁ ଝାରସୁଗୁଡା -ବାରାଣସୀ ଭୟା ଭୁବନେଶ୍ବର ଆରମ୍ଭ ହେଉଥିବା ସୂଚନା ଦେଇଛନ୍ତି ଝାରସୁଗୁଡା ବିମାନ ବନ୍ଦର ନିର୍ଦେଶକ ସୁଦେଶ କୁମାର ଚୌହାନ । ଏଥିସହିତ ପୂର୍ବ ସମୟ ସାରଣୀ ରେ ମଧ୍ୟ ପରିବର୍ତ୍ତନ ହୋଇଛି । କୋଲକାତା ରୁ ସକାଳ 5 ଟା 50ମିନିଟ ରେ ବାହାରି ଝାରସୁଗୁଡା କୁ 7 ଟା 20 ମିନିଟ ପହଞ୍ଚିବ ।ସେହିପରି ଝାରସୁଗୁଡ଼ା ରୁ 7 ଟା 45 ମିନିଟ ବାହାରି ରାୟପୁର କୁ ସକାଳ 8 ଟା 50 ମିନିଟ ରେ ପହଞ୍ଚବ । ରାୟପୁର ରୁ ସକାଳ 9 ଟା 15 ମିନିଟ ବାହାରି ସକାଳ 10 ତା 20 ମିନିଟ ରେ ପହଞ୍ଚିବ । ସେହିପରି ଝାରସୁଗୁଡା ରୁ 10ଟା 45 ମିନିଟ ରେ ବାହାରି 11 ଟା 50 ମିନିଟ ରେ ପହଞ୍ଚିବ । ବହୁ ପ୍ରତୀକ୍ଷିତ ସେକ୍ଟର ଭୁବନେଶ୍ୱର ରୁ ଦିନ 12 ଟା 15 ମିନିଟ ରେ ବାହାରି ବାରଣାସୀ କୁ ଦିନ 2 ଟା 5 ମିନିଟ ରେ ପହଞ୍ଚିବ । ବାରାଣସୀ ରୁ ଦିନ 2 ଟା 30 ମିନିଟ ବାହାରି ଭୁବନେଶ୍ୱର କୁ 4 ଟା 20 ମିନିଟ ରେ ପହଞ୍ଚିବ । ଭୁବନେଶ୍ୱର ରୁ 4 ଟା 45 ମିନିଟ ରେ ବାହାରି 5 ଟା 50 ମିନିଟ ପହଞ୍ଚିବ ଏବଂ ଝାରସୁଗୁଡା ରୁ ସନ୍ଧ୍ୟା 6 ଟା 15 ମିନିଟ ରେ ବାହାରି କୋଲକାତା କୁ 7 ଟା 45 ମିନିଟ ପହଞ୍ଚିବ । ପଶ୍ଚିମ ଓଡ଼ିଶାର ଜନ ସାଧାରଣ ପୂର୍ବରୁ ବାରାଣସୀ କୁ ଯିବା ପାଇଁ ନୂଆଦିଲ୍ଲୀ ଉପରେ ନିର୍ଭର ଥିବା ବେଳେ ମାତ୍ର ତିନି ଘଣ୍ଟା ମଧ୍ୟରେ ପହଞ୍ଚି ପାରିବେ ବୋଲି ବିମାନ ବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।ଝାରସୁଗୁଡା ବିମାନ ବନ୍ଦର ରେ ଯାତ୍ରୀଙ୍କ ଅଭିବୃଦ୍ଧି ଆଗକୁ ଦେଶର ପ୍ରମୁଖ ସହର କୁ ବିମାନ ସେବା ପାଇଁ ସୁଯୋଗ ସୃଷ୍ଟି କରିଛି।Body:...Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.