ଝାରସୁଗୁଡ଼ା: ପେଞ୍ଚାକ ସିଲାଟ ୱାର୍ଲ୍ଡ ଚମ୍ପିଆନସିପ ରେଫରୀ ପାଇଁ ଝାରସୁଗୁଡ଼ାର ପ୍ରେମ ସିଂ ଥାପା ମନୋନୀତ ହୋଇଛନ୍ତି । ଆଜି ସେ ଝାରସୁଗୁଡ଼ାରୁ ମାଲେସିଆ ଅଭିମୁଖେ ଯାତ୍ରା କରିଛନ୍ତି । ଏହି ପେଞ୍ଚାକ ସିଲାଟ ୱାର୍ଲଡ଼ ଚମ୍ପିଆନସିପ ଜୁଲାଇ ୨୫ରୁ ୩୧ତାରିଖ ପର୍ଯ୍ୟନ୍ତ ଚାଲିବ । ଏହାକୁ ନେଇ ଆଜି ଝାରସୁଗୁଡ଼ା ରୋଡ଼ ରେଳ ଷ୍ଟେସନ ଠାରେ ପ୍ରେମ ସିଂ ଥାପାଙ୍କୁ ଜିଲ୍ଲା କ୍ରୀଡ଼ା ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ପୂର୍ବରୁ ଥାପା ମଧ୍ୟ ପେଞ୍ଚାକ ସିଲାଟ ଚମ୍ପିଆନସିପରେ ରେଫରୀ ରହିସାରିଛନ୍ତି । ବର୍ତ୍ତମାନ ମିଳିଥିବା ଏଭଳି ଏକ ୱାର୍ଲଡ଼ ଚମ୍ପିଆନସିପରେ ରେଫ୍ରି ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ବ ପାଇଁ ତାଙ୍କୁ ଅନ୍ତର୍ଜାତୀୟ ପେଞ୍ଚାକ ସିଲାଟ ଆସୋସିଏସନ ପକ୍ଷରୁ ମନୋନୀତ କରାଯାଇଥିବାରୁ ଥାପା ଖୁସି ବ୍ୟକ୍ତ କରିଛନ୍ତି ।
ଇଟିଭି ଭାରତ, ଝାରସୁଗୁଡ଼ା