ETV Bharat / state

ସଚେତନତା ପାଇଁ ଝାରସୁଗୁଡା ପୋଲିସର ନୂତନ ପ୍ରୟାସ - coronavirus news

ପ୍ଲାକାର୍ଡ ମାଧ୍ୟମରେ ଝାରସୁଗୁଡା ପୋଲିସ ଲୋକଙ୍କୁ ମହାମାରୀ କୋରୋନାକୁ ନେଇ ସଚେତନ କରୁଛି । ଏ ସମ୍ପର୍କିତ ଫାଟୋ ଏବଂ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡ଼ିଆର ସହାୟତା ନେଇଛି ଝାରସୁଗୁଡ଼ା ପୋଲିସ। ଅଧିକ ପଢନ୍ତୁ....

jharsuguda-police-new-idea-apply-for-awarness
ଲୋକଙ୍କୁ ସଚେତନତା ପାଇଁ ଝାରସୁଗୁଡା ପୋଲିସର ନୂତନ ପ୍ରୟାସ
author img

By

Published : Apr 4, 2020, 5:15 PM IST

ଝାରସୁଗୁଡା: ଜିଲ୍ଲାରେ କୋରୋନାକୁ ନେଇ ସରକାରୀ କଟକଣାକୁ କଡ଼ାକଡ଼ି ପାଳନ କରିବାକୁ ପୋଲିସ ଓ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି । ଶେଷରେ ଲୋକଙ୍କୁ ମନାଇବା ପାଇଁ ହାତଯୋଡି ହାତରେ ପ୍ଲାକାର୍ଡ ଧରି ଠିଆ ହେବାକୁ ପଡିଲା ପୋଲିସକୁ | ତଥାପି ଲୋକେ ଅନେକାଂଶରେ ଏହାକୁ ମାନୁ ନଥିବା ଦେଖିବା ପାଇଁ ମିଳୁଥିବାରୁ ପୋଲିସ ଆରମ୍ଭ କରିଛି ଏକ ଅଭିନବ ଉପାୟ |

jharsuguda-police-new-idea-apply-for-awarness
ଲୋକଙ୍କୁ ସଚେତନତା ପାଇଁ ଝାରସୁଗୁଡା ପୋଲିସର ନୂତନ ପ୍ରୟାସ

ଝାରସୁଗୁଡାରେ ଅମାନିଆ ଲୋକଙ୍କୁ ମନାଇବାର ଉପାୟ ଖୋଜିଛି | ପୋଲିସ ହାତରେ ନିଜ ସମସ୍ୟା ଲେଖା ସହ ଲୋକଙ୍କୁ ସୁରକ୍ଷିତ ରଖିବା ସଂପର୍କିତ ପ୍ଲାକାର୍ଡ ଧରି ହାତଯୋଡି ବୁଝାଇବାର ପ୍ରୟାସ କରୁଛି | ପ୍ଲାକାର୍ଡରେ ପୋଲିସ ନିଜର ସମସ୍ୟାକୁ ଉପସ୍ଥାପନ କରି ଅମାନିଆ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଛି। ଝାରସୁଗୁଡା ପୋଲିସ ଆପଣଙ୍କ ସେବାରେ,ଆପଣଙ୍କୁ ସୁରକ୍ଷିତ ଭାବେ ଘରକୁ ଫେରାଇବା ଆମ ଦାୟିତ୍ବ, ମୋର ବି ଗୋଟିଏ 3ବର୍ଷର ଝିଅ ଅଛି , ମୋ ମାଙ୍କ ଦେହ ଖରାପ ଅଛି । ଏହିଭଳି ଅନେକ ମର୍ମସ୍ପର୍ଶୀ କଥା ଲେଖି ଲୋକଙ୍କୁ ମନାଇବାକୁ ଚେଷ୍ଟା କରିଛି ।

ଲୋକଙ୍କୁ ସଚେତନତା ପାଇଁ ଝାରସୁଗୁଡା ପୋଲିସର ନୂତନ ପ୍ରୟାସ (ସୌ: ଝାରସୁଗୁଡା ପୋଲିସ)

ଲକଡାଉନ ସମୟରେ ରାସ୍ତାରେ ଠିଆ ହୋଇ ପୋଲିସ ଲୋକଙ୍କୁ ଘରୁ ନବାହାରିବା ପାଇଁ ପ୍ରବର୍ତ୍ତାଉଥିବା ଦେଖିବାକୁ ମିଳୁଛି। ଏ ସମ୍ପର୍କିତ ଫାଟୋ ଏବଂ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡ଼ିଆର ସହାୟତା ନେଇଛି ଝାରସୁଗୁଡ଼ା ପୋଲିସ।

ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.