ETV Bharat / state

ପ୍ରବାସୀ ଗର୍ଭବତୀଙ୍କୁ ସାହାଯ୍ୟ କଲା ଝାରସୁଗୁଡା ପୋଲିସ - ଝାରସୁଗୁଡା ପୋଲିସ

ଝାରସୁଗୁଡାରେ ପହଞ୍ଚି ଥିବା ମହିଳାଙ୍କୁ ପରୀକ୍ଷା କରାଇବା ସହ ତାଙ୍କୁ ଘରକୁ ପଠାଇ ଥିଲା ପୋଲିସ।

Jharsuguda police
ଝାରସୁଗୁଡା ପୋଲିସ
author img

By

Published : May 23, 2020, 5:16 PM IST

ଝାରସୁଗୁଡା: ପ୍ରବାସୀ ଗର୍ଭବତୀ ମହିଳାଙ୍କ ଯନ୍ତ୍ରଣା ଅନୁଭବ କଲା ଝାରସୁଗୁଡା ପୋଲିସ । ମହାରାଷ୍ଟ୍ରରୁ ଫେରି ଝାରସୁଗୁଡାରେ ପହଞ୍ଚି ଥିବା ମହିଳାଙ୍କୁ ପରୀକ୍ଷା କରାଇବା ସହ ତାଙ୍କୁ ଘରକୁ ପଠାଇ ଥିଲା ପୋଲିସ। ଝାରସୁଗୁଡାରେ ପ୍ରବାସୀଙ୍କ ପ୍ରସ୍ଥାନ ସମୟରେ ପୋଲିସ ପ୍ରଶାସନ ଓ ସ୍ଥାନୀୟ ସ୍ବେଚ୍ଛାସେବୀଙ୍କ ପକ୍ଷରୁ ଦିଆଯାଉଛି ଅତିଥି ରୂପି ଚର୍ଚ୍ଚା । ମହାରାଷ୍ଟ୍ର, ଗୁଜୁରାଟ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ ଭଳି ଅନେକ ରାଜ୍ୟରୁ ବହୁ କଷ୍ଟରେ ଆସୁଛନ୍ତି ପ୍ରବାସୀ। ସେମାନେ ଝାରସୁଗୁଡାର ପ୍ରଵେଶ ପଥରେ ପହଞ୍ଚିବା ପରେ ସେମାନଙ୍କୁ ଖାଇବା ବ୍ୟବସ୍ଥା କରାଇ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ବ୍ୟବସ୍ଥା କରାଉଛି ପ୍ରଶାସନ।

Jharsuguda police
ଝାରସୁଗୁଡା ପୋଲିସ

ଗତକାଲି ଏହି ଭିଡ ଭିତରେ ଜଣେ ଗର୍ଭବତୀ ମହିଳା ଯନ୍ତ୍ରଣା ଅନୁଭବ କରିବାରୁ ଝାରସୁଗୁଡା ଥାନା ପୋଲିସ ଆଇଆଇସି ଏହା ଜାଣିବା ପରେ ସଂପୃକ୍ତ ମହିଳାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ। ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆମ୍ବୁଲାନ୍ସ ଯୋଗେ ମହିଳାଙ୍କୁ ନେଇ ଡାକ୍ତରୀ ପରୀକ୍ଷା କରାଇବା ପରେ ଜିଲ୍ଲା ପୋଲିସ ଏକ ସ୍ଵତନ୍ତ୍ର ଗାଡିର ବ୍ୟବସ୍ଥା କରାଇ ଏହି ଗର୍ଭବତୀ ମହିଳାଙ୍କ ସହ ତାଙ୍କ ସ୍ବାମୀଙ୍କୁ ବାଲେଶ୍ବର ଜିଲ୍ଲା ଭୋଗରାଇକୁ ପଠାଇଥିଲା।

ଝାରସୁଗୁଡା ପୋଲିସ

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.