ETV Bharat / state

ଚାକିରି ନାଁରେ ଠକେଇ, 2 ୟୁପି ଯୁବକଙ୍କୁ ବାନ୍ଧିଲା ଝାରସୁଗୁଡା ପୋଲିସ - ଝାରସୁଗୁଡ଼ାରେ ଚାକିରୀ ଠକେଇ

ଝାରସୁଗୁଡ଼ା ସହରରେ ଚାକିରି କରେଇଦେବା ଆଳରେ ଠକେଇ । ଅଭିଯୋଗ ପରେ 2 ଉତ୍ତରପ୍ରଦେଶ ଯୁବକଙ୍କୁ ବାନ୍ଧିନେଲା ପୋଲିସ । ଅଧିକ ପଢ଼ନ୍ତୁ

ଚାକିରୀ କରେଇଦେବା ଆଳରେ ଠକେଇ
ଚାକିରୀ କରେଇଦେବା ଆଳରେ ଠକେଇ
author img

By

Published : May 20, 2022, 7:49 AM IST

ଝାରସୁଗୁଡ଼ା: ଝାରସୁଗୁଡ଼ା ସହରରେ ଚାକିରି କରେଇଦେବା ଆଳରେ ଠକେଇ । ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ତଥା ସମ୍ବଲପୁର, ବରଗଡ଼,ସୋନପୁର, ଦେବଗଡ଼ର ଅନେକ ଯୁବକ ଯୁବତୀ ମାନଙ୍କୁ ଚାକିରି କରେଇଦେବା ନେଇ ଠକିଥିଲେ ଉତ୍ତରପ୍ରଦେଶର ଦୁଇଜଣ ଯୁବକ । ଏମାନେ ଫେକ୍ ପୋଷ୍ଟର, ଫେକ୍ ପ୍ଲେସମେଣ୍ଟ ପତ୍ର ଦେଇ ଠକୁଥିବା ନଜରକୁ ଆସିଥିବା ବେଳେ ଝାରସୁଗୁଡ଼ାରେ ମଧ୍ୟ ଜଣକୁ ଚାକିରି ଦେବା ଆଳରେ ଠକିଥିଲେ ।

ଚାକିରୀ କରେଇଦେବା ଆଳରେ ଠକେଇ

ଏନେଇ ଝାରସୁଗୁଡ଼ା ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତେବେ ବସନ୍ତ ଲାଲ୍, ମହମ୍ମଦ ଅଶଲମ୍‌ ନାମକ ଦୁଇଜଣ ବ୍ୟକ୍ତିଙ୍କୁ ଗିରଫ କରିଛି । ତାଙ୍କ ପାଖରୁ ୨୦ହଜାର ନଗଦ ଟଙ୍କା, ୪ଟି ମୋବାଇଲ ଫୋନ, ବେନର ଏବଂ ଟଙ୍କା ରସିଦ ବହି ଜବତ କରିଛି ପୋଲିସ । ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା ।

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.