ETV Bharat / state

ନିର୍ବାହୀଯନ୍ତ୍ରୀ ଅପହରଣର ପର୍ଦ୍ଦାଫାସ କଲା ଝାରସୁଗୁଡ଼ା ପୋଲିସ, 8 ଗିରଫ - ନିର୍ବାହୀଯନ୍ତ୍ରୀ ମନୋରଞ୍ଜନ ପଟ୍ଟନାୟକ

ନିର୍ବାହୀଯନ୍ତ୍ରୀ ମନୋରଞ୍ଜନ ପଟ୍ଟନାୟକଙ୍କ ଅପହରଣର 3 ଦିନ ଭିତରେ ପର୍ଦ୍ଦାଫାସ କଲା ଝାରସୁଗୁଡ଼ା ପୋଲିସ। ଏହି ଅପହରଣ ମାମଲାରେ 8 ଜଣଙ୍କୁ ଗିରଫ କରିଛି ପୋଲିସ। ଅପହର୍ତ୍ତା ମାନଙ୍କୁ କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାରୁ ଧରିଛି ପୋଲିସ।

ନିର୍ବାହୀଯନ୍ତ୍ରୀ ଅପହରଣର ପର୍ଦ୍ଦାଫାସ କଲା ଝାରସୁଗୁଡ଼ା ପୋଲିସ, 8  ଗିରଫ

author img

By

Published : Oct 11, 2020, 10:13 AM IST

ଝାରସୁଗୁଡା: ନିର୍ବାହୀଯନ୍ତ୍ରୀ ମନୋରଞ୍ଜନ ପଟ୍ଟନାୟକଙ୍କ ଅପହରଣର 3 ଦିନ ଭିତରେ ପର୍ଦ୍ଦାଫାସ କଲା ଝାରସୁଗୁଡ଼ା ପୋଲିସ। ଏହି ଅପହରଣ ମାମଲାରେ 8 ଜଣଙ୍କୁ ଗିରଫ କରିଛି ପୋଲିସ। ଅପହର୍ତ୍ତା ମାନଙ୍କୁ କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାରୁ ଧରିଛି ପୋଲିସ।

ଅପହରଣ ପଛରେ ନିର୍ବାହୀଯନ୍ତ୍ରୀଙ୍କ ଅଫିସରେ କାର୍ଯ୍ୟରତ କର୍ମଚାରୀଙ୍କ ହାତ ଥିବା କହିଛନ୍ତି ଝାରସୁଗୁଡ଼ା ଏସପି ରାହୁଲ ପିଆର । ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ, ଖଣ୍ଡା, ଭୁଜାଲି,9 ମୋବାଇଲ ଓ ବୋଲେରୋ ସହ ଗୋଟିଏ ସୁନାଚେନ ଜବତ କରାଯାଇ ସମସ୍ତ 8 ଜଣଙ୍କ କୋଭିଡ ପରୀକ୍ଷା କରି କୋର୍ଟ ଚାଲାଣ କରିଛି ପୋଲିସ।

ନିର୍ବାହୀଯନ୍ତ୍ରୀ ଅପହରଣର ପର୍ଦ୍ଦାଫାସ କଲା ଝାରସୁଗୁଡ଼ା ପୋଲିସ, 8 ଗିରଫ

ଖବର ଥାଉକି, ଗତ 6 ତାରିଖରେ ବିଳମ୍ବିତ ରାତିରେ ଘରେ ଶୋଇବା ସମୟରେ 8 ଜଣ ବ୍ୟକ୍ତି ଝାରସୁଗୁଡା ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀଯନ୍ତ୍ରୀ ମନୋରଞ୍ଜନ ପଟ୍ଟନାୟକଙ୍କୁ ଭୁଜାଲି ଓ ବନ୍ଧୁକ ଦେଖାଇ ଅପହରଣ କରି କଳାହାଣ୍ଡି ଜିଲ୍ଲାର କେସିଙ୍ଗା ନିକଟରେ ଛାଡି ପଳାଇଥିଲେ।

ଘଟଣାକ୍ରମି ଏମିତିକି ଅଭିଯୁକ୍ତଙ୍କ ବାପାଙ୍କ ଦରମା ବନ୍ଦ ସହ କାମରେ ଅବହେଳା ଯୋଗୁଁ କାର୍ଯ୍ୟାନୁଷ୍ଠାନ ସୁପାରିଶ ପରେ ନିର୍ବାହୀ ଯନ୍ତ୍ରୀଙ୍କୁ ଅଫିସର ପିଅନ ରବି ତାଣ୍ଡିଙ୍କ ଦୁଇପୁଅ ଶିବ ତାଣ୍ଡି ଓ ତୋଫାନ ତାଣ୍ଡି ଏଭଳି କାଣ୍ଡ ଭିଆଇଛନ୍ତି। ସେମାନେ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଓ ମୁରିବାହାଲ ଅଞ୍ଚଳର କିଛି ଯୁବକଙ୍କୁ ଡକାଇ ପ୍ରତିଶୋଧ ନେବାକୁ ଚେଷ୍ଟା କରିଥିଲେ ଶେଷରେ ଦୁଇପୁଅ ସମେତ ଅନ୍ୟ 6 ଜଣଙ୍କୁ ଜେଲ ଯିବାକୁ ପଡିଛି।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.