ETV Bharat / state

ସରୁନାହିଁ ପ୍ରକଳ୍ପ କାର୍ଯ୍ୟ, ଶୋଷରେ ଝାରସୁଗୁଡ଼ା - ଝାରସୁଗୁଡା ଜିଲ୍ଲା ଖଣିଜ ପାଣ୍ଠି

ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଝାରସୁଗୁଡା ଜିଲ୍ଲା ଖଣିଜ ପାଣ୍ଠିରୁ ପାଖାପାଖି 1000 କୋଟି ଟଙ୍କା ବ୍ୟୟରେ ଚାଲିଛି ମେଗା ପ୍ରକଳ୍ପ । ହେଲେ ପ୍ରକଳ୍ପ କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବାରୁ ଜଳ ଯନ୍ତ୍ରଣା ଭୋଗୁଛନ୍ତି ଜିଲ୍ଲାର ଖଣି ଅଞ୍ଚଳବାସୀ । ଅଧିକ ପଢନ୍ତୁ...

ସରୁନାହିଁ ପ୍ରକଳ୍ପ କାର୍ଯ୍ୟ, ଶୋଷରେ ଝାରସୁଗୁଡ଼ା

author img

By

Published : Jul 19, 2020, 10:05 PM IST

Updated : Jul 20, 2020, 12:55 PM IST

ଝାରସୁଗୁଡା: ଗୋଟିଏ ପଟେ ମହାନଦୀକୁ ନେଇ ଓଡିଶା ଓ ଛତିଶଗଡ଼ ମଧ୍ୟରେ ଜଳ ବିବାଦ ଲାଗିରହିଥିବା ବେଳେ ରାଜ୍ୟ ସରକାର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ପାଇପ ଲାଇନ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଅଣ୍ଟା ଭିଡିଛନ୍ତି । ଶୁଦ୍ଧ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ରାଜ୍ୟର ଏକ ମଡେଲ ଜିଲ୍ଲା ଭାବେ ପରିଗଣିତ ହେବାକୁ ଯାଉଛି ଝାରସୁଗୁଡା । ଜିଲ୍ଲା ଖଣିଜ ପାଣ୍ଠିରୁ ପାଖାପାଖି 1000 କୋଟି ଟଙ୍କା ବ୍ୟୟରେ ଚାଲିଛି ଏହି ମେଗା ପ୍ରକଳ୍ପ । ଜିଲ୍ଲାକୁ ଶତ ପ୍ରତିଶତ ପାଇପ ଜଳ ଯୋଗାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ହେଲେ ଏହି ଲକ୍ଷ୍ୟ କେବେ ପୁରଣ ହେବ ତାକୁ ନେଇ ଜିଲ୍ଲାବାସୀଙ୍କ ମନରେ ଉଠୁଛି ଅନେକ ପ୍ରଶ୍ନ ।

ସରୁନାହିଁ ପ୍ରକଳ୍ପ କାର୍ଯ୍ୟ, ଶୋଷରେ ଝାରସୁଗୁଡ଼ା

ମହାମାରୀ କୋରୋନା ଯୋଗୁଁ କେଉଁଠି ଠିକାଦାର ପ୍ରକଳ୍ପ କାମ ଅଧାରୁ ଛାଡ଼ି ଚାଲିଗଲେଣି ତ ଆଉ କେଉଁଠି ଜଳସମ୍ପଦ ଓ ଜଙ୍ଗଲ ବିଭାଗର ଅନୁମତି ଅଭାବରୁ ଅଧାରେ ପଡିରହିଛି କାମ । ତାଛଡ଼ା ଲକଡାଉନ ସମୟରେ ଶ୍ରମିକ ଅଭାବରୁ ଅନେକ ପ୍ରକଳ୍ପ ଆଗେଇ ପାରୁନି । ଏପରିସ୍ଥିତିରେ ବିଶୁଦ୍ଧ ପାଣି ଟୋପାଏ ପାଇଁ ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି ଝାରସୁଗୁଡାର ଖଣି ଅଞ୍ଚଳ ବାସିନ୍ଦା । MCL ର ଭୂତଳ କୋଇଲା ଖଣି ପାଇଁ ଭୂତଳ ଜଳସ୍ତର ହ୍ରାସ ଯୋଗୁଁ ଝାରସୁଗୁଡା ଜିଲ୍ଲାରେ ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି । ଜିଲ୍ଲାର ଖଣି ପାର୍ଶ୍ବବର୍ତ୍ତୀ ଗାଁ ଗୁଡ଼ିକରେ ପାଣି ମିଳିବା ଏବେ କଷ୍ଟକର ହୋଇପଡିଛି । ବିଶେଷ କରି ଏଭଳି ଭୟଙ୍କର ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି ଜିଲ୍ଲାର 33ଟି ଗ୍ରାମପଞ୍ଚାୟତ ବିଶିଷ୍ଟ ଲଖନପୁର ବ୍ଲକ ବାସିନ୍ଦା । ସେପଟେ ହୀରାକୁଦ ନଦୀବନ୍ଧରୁ ସିଧାସଳଖ ପାଇପ ଜଳଯୋଗାଣ ପାଇଁ ୩ଟି ମେଗା ପ୍ରୋଜେକ୍ଟର କାର୍ଯ୍ୟ ଜାରି ରହିଛି । ହୀରାକୁଦ ଜଳଭଣ୍ଡାରରୁ ପାଇପ ଲାଇନ ଯୋଗେ ପାନୀୟ ଜଳଯୋଗାଣ ପାଇଁ ପ୍ରଶାସନ ଜିଲ୍ଲାର ସମସ୍ତ 5ଟି ବ୍ଲକ ତଥା 3ଟି ମ୍ୟୁନିସିପାଲିଟିକୁ ପାନୀୟ ଜଳ ଯୋଗାଣ ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରିଥିବାବେଳ ଝାରସୁଗୁଡା, ବ୍ରଜରାଜନଗର, ବେଲପାହାଡ଼ ସହରାଞ୍ଚଳ ତଥା ଜିଲ୍ଲର 5 ଟି ବ୍ଲକର 78 ଗ୍ରାମପଞ୍ଚାୟତକୁ ଜଳଯୋଗାଣ ନେଇ କାର୍ଯ୍ୟ ଚାଲିଛି । ଏହି ପ୍ରକଳ୍ପ କାର୍ଯ୍ୟ ୨୦୧୮ -୨୦୧୯ ରୁ ଆରମ୍ଭ ହୋଇଥିବା ବେଳେ ୨ ବର୍ଷ ମଧ୍ୟରେ ଏହାର କେବଳ କିଛି ପ୍ରତିଶତ କାର୍ଯ୍ୟ ହୋଇପାରିଛି ।

ରାଜ୍ୟ ସରକାର ସମସ୍ତଙ୍କୁ ଶୁଦ୍ଧ ପାନୀୟ ଯୋଗାଇବା ପାଇଁ ନାରା ଦେଉଥିବା ବେଳେ ବାସ୍ତବରେ ଝାରସୁଗୁଡା ଜିଲ୍ଲାରେ ପାନୀୟ ଜଳ ପ୍ରକଳ୍ପ ଠିକ ସମୟରେ କାର୍ଯ୍ୟକାରୀ ନହୋଇପାରିବା ଏବେ ଚିନ୍ତାର ବିଷୟ ପାଲଟିଛି । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରିଲେ ଝାରସୁଗୁଡା ରାଜ୍ୟର ଅନ୍ୟ ଜିଲ୍ଲାମାନଙ୍କ ପାଇଁ ଉଦାହରଣ ସାଜିବ ।

ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ

Last Updated : Jul 20, 2020, 12:55 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.