ETV Bharat / state

ଭିଜିଲାନ୍ସ ହାତରେ ଧରାପଡିଲେ ଝାରସୁଗୁଡା କୃଷି ବିଭାଗର କନିଷ୍ଠ କିରାଣୀ

author img

By

Published : Nov 22, 2022, 8:04 PM IST

ଲାଞ୍ଚ ନେଇ ଫସିଗଲେ ଝାରସୁଗୁଡ଼ା କୃଷି ବିଭାଗର କନିଷ୍ଠ କିରାଣି । ଖରିଫ ଫସଲ ବୀମା କରାଇ ଦେବେ ବୋଲି କହି ଜଣେ ଚାଷୀଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ କନିଷ୍ଠ କିରାଣି । ଅଧିକ ପଢ଼ନ୍ତୁ

ଭିଜିଲାନ୍ସ ହାତରେ ଧରାପଡିଲେ ଝାରସୁଗୁଡା କୃଷି ବିଭାଗର କନିଷ୍ଠ କିରାଣୀ
ଭିଜିଲାନ୍ସ ହାତରେ ଧରାପଡିଲେ ଝାରସୁଗୁଡା କୃଷି ବିଭାଗର କନିଷ୍ଠ କିରାଣୀ

ଝାରସୁଗୁଡ଼ା : ଲାଞ୍ଚ ନେଇ ଫସିଗଲେ ଝାରସୁଗୁଡ଼ା କୃଷି ବିଭାଗର କନିଷ୍ଠ କିରାଣି (Jharsuguda Junior clerk in Agriculture Department arrested) । ଖରିଫ ଫସଲ ବୀମା କରାଇ ଦେବେ ବୋଲି କହି ଜଣେ ଚାଷୀଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ କନିଷ୍ଠ କିରାଣି । ତେବେ ଏହି ଲାଞ୍ଚ ଟଙ୍କା ନେଉଥିବା ବେଳେ କୃଷି ବିଭାଗର କନିଷ୍ଠ କିରାଣି ଅଜୟ ପାଣ୍ଡେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।

ସୂଚନାନୁସାରେ କନିଷ୍ଠ କିରାଣୀ ଅଜୟ ପାଣ୍ଡେ (Jharsuguda Junior clerk arrested by vigilance )ଙ୍କ ନିକଟକୁ କୂଳେମୁରାର ଚାଷୀ ପ୍ରେମାନନ୍ଦ ସା ଖରିଫ ଫସଲ ବୀମା କରାଇ ଦେବାକୁ ଯାଇଥିଲେ । ହେଲେ କିରାଣୀ ଅଜୟ ପାଣ୍ଡେ ଏନେଇ ଚାଷୀ ପ୍ରେମାନନ୍ଦଙ୍କୁ 20 ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏତେ ଟଙ୍କା ଚାଷୀ ପ୍ରେମାନନ୍ଦ ଦେଇପାରିବ ନାହିଁ ବୋଲି କହିଥିଲେ । ଏହାଶୁଣି ଅଜୟ କହିଥିଲେ ଟଙ୍କା ନଦେଲେ କାମ ହୋଇପାରିବନି । ଏହାପରେ ଚାଷୀ ପ୍ରେମାନନ୍ଦ ଭିଜିଲାନ୍ସ ବିଭାଗରେ ପହଞ୍ଚି ଘଟଣା ସମ୍ପର୍କରେ କହିଥିଲେ । ଏହାପରେ କନିଷ୍ଠ କିରାଣିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଭିଜିଲାନ୍ସ ବିଭାଗ ଯୋଜନା କରିଥିଲା ।

ଏହା ମଧ୍ୟ ପଢନ୍ତୁ: EDରେ ହାଜର ହେଲେ ଅକ୍ଷୟ ପରିଜା, ଖୋଲିବେ କି ଗୁମର ?

ଯୋଜନା ମୁତାବକ ଆଜି ଚାଷୀ ପ୍ରେମାନନ୍ଦ 20 ହଜାର ଟଙ୍କା ନେଇ କୃଷି ବିଭାଗର କନିଷ୍ଠ କିରାଣି ଅଜୟ ପାଣ୍ଡେଙ୍କ ପାଖକୁ ଯାଇଥିଲେ । ସେଠାରେ ଉଭୟ କିଛି ସମୟ କଥା ହୋଇଥିଲେ । ଏହାପରେ ଚାଷୀ ପ୍ରେମାନନ୍ଦଙ୍କ ହାତରୁ କିରାଣି ଅଜୟ ପାଣ୍ଡେ 20 ହଜାର ଟଙ୍କା ନେଉଥିବା ବେଳେ ମାଡିବସିଥିଲା ଭିଜିଲାନ୍ସ ବିଭାଗ (Jharsuguda Junior clerk for taking bribe) ।

ଏହା ମଧ୍ୟ ପଢନ୍ତୁ: ଅର୍ଚ୍ଚନା ନାଗ କେଳେଙ୍କାରୀରେ ତଦନ୍ତ କରୁଛି ED, ଏମିତି କହିଲେ ଧର୍ମେନ୍ଦ୍ର

ଏହାପରେ ତାଙ୍କ ପାଖରୁ ରଙ୍ଗବୋଳା ଟଙ୍କା ଜବତ କରିବାସହ ଗିରଫ କରିଥିଲା ( Jharsuguda Junior clerk Ajaya Pandey) । ପରେ ଏକ ମାମଲା ରୁଜୁ କରି ଅଜୟ ପାଣ୍ଡେଙ୍କ କଟାପାଲି ସ୍ଥିତ ଭଡ଼ା ଘରେ ମଧ୍ୟ ଭିଜିଲାନ୍ସ ବିଭାଗ ଯାଞ୍ଚ କରିଥିଲା । ହେଲେ ସେହି ଘର ଭିତରୁ କଣ ଜବତ ହୋଇଛି ତାହାର ସଠିକ ସୂଚନା ଏଯାଏଁ ମିଳିନାହିଁ । ତେବେ ଭିଜିଲାନ୍ସ ବିଭାଗ ତଦନ୍ତ ଜାରି ରଖିଛନ୍ତି । ଚାକିରୀକାଳ ମଧ୍ୟରେ ଅଜୟ ବେଆଇନ ସମ୍ପତ୍ତି ଠୁଳ କରିଛନ୍ତି କି ନାହିଁ ସେନେଇ ଖୋଳତାଡ଼ କରୁଛି ଭିଜିଲାନ୍ସ । ଝାରସୁଗୁଡ଼ା ଭିଜିଲାନ୍ସ ଟିମ ଏବଂ ସୁନ୍ଦରଗଡ଼ ଭିଜିଲାନ୍ସ ଟିମ ମିଳିତ ଭାବେ ଏହି ରେଡ୍ କରିଛନ୍ତି ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.