ETV Bharat / state

କୋରୋନାର ଦ୍ବିତୀୟ ଷ୍ଟ୍ରେନ, ତତ୍ପର ଝାରସୁଗୁଡା ଜିଲ୍ଲା ପ୍ରଶାସନ - ଝାରସୁଗୁଡା ଜିଲ୍ଲା ପ୍ରଶାସନର କୋରନା ତତ୍ପରତା

ରାଜ୍ୟରେ କରୋନା ଦ୍ଵିତୀୟ ଲହରୀ ଆସି ଯାଇଥିବାବେଳେ ଝାରସୁଗୁଡା ଜିଲ୍ଲାରେ ଆଉଥରେ ସଂକ୍ରମଣ ବ୍ୟାପିଲେ ସ୍ଥିତି ବିଗାଡ଼ି ଯାଇପାରେ । ଏ ସଂକ୍ରାନ୍ତରେ ସମସ୍ତ ଜିଲ୍ଲାପାଳ ଓ ନଗର ନିଗମ କମିଶନର, ବିଜୁ ପଟ୍ଟନାୟକ ବିମାନବନ୍ଦର ଓ ବୀର ସୁରେନ୍ଦ୍ର ସାଏ ଝାରସୁଗୁଡ଼ା ବିମାନବନ୍ଦର ନିର୍ଦ୍ଦେଶକ ଓ ପୂର୍ବତଟ ରେଳବାଇର ମହାପ୍ରବନ୍ଧକଙ୍କୁ ଚିଠି ଲେଖିଛି ସ୍ବାସ୍ଥ୍ୟ ବିଭାଗ । ୫ଟି ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବାକୁ କୁହାଯାଇଛି । ଅଧିକ ପଢନ୍ତୁ...

କୋରୋନାର ଦ୍ବିତୀୟ ଷ୍ଟ୍ରେନ, ତତ୍ପର ଝାରସୁଗୁଡା ଜିଲ୍ଲା ପ୍ରଶାସନ

author img

By

Published : Mar 25, 2021, 4:08 PM IST

ଝାରସୁଗୁଡା : ଛତିଶଗଡ଼ ସମେତ ଅନ୍ୟ କେତେକ ରାଜ୍ୟରେ କୋଭିଡ୍‌ ସଂକ୍ରମଣ ବ୍ୟାପିବା ଘଟଣା ସାମ୍ନାକୁ ଆସିବା ପରେ ଓଡ଼ିଶା ସରକାର ପୁଣିଥରେ ତତ୍ପର ହୋଇଛନ୍ତି । ରାଜ୍ୟରେ କୋଭିଡ୍‌ ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ନିୟମ କୋହଳ କରି ଲୋକଙ୍କ ଜୀବନ ଜୀବିକା ପାଇଁ ବଜାର, ହାଟ ଓ ଶିକ୍ଷାନୁଷ୍ଠାନ ଆଦି ସରକାର ଖୋଲି ଦେଇଥିଲେ । ଏବେ ରାଜ୍ୟରେ କରୋନା ଦ୍ଵିତୀୟ ଲହରୀ ଆସି ଯାଇଥିବାବେଳେ ଝାରସୁଗୁଡା ଜିଲ୍ଲାରେ ଆଉଥରେ ସଂକ୍ରମଣ ବ୍ୟାପିଲେ ସ୍ଥିତି ବିଗାଡ଼ି ଯାଇପାରେ । ପରିସ୍ଥିତିର ଗମ୍ଭୀରତାକୁ ଉପଲବ୍ଧ କରି ରାଜ୍ୟ ସରକାର କଟକଣା ଲଗାଇଛନ୍ତି ।

କୋରୋନାର ଦ୍ବିତୀୟ ଷ୍ଟ୍ରେନ, ତତ୍ପର ଝାରସୁଗୁଡା ଜିଲ୍ଲା ପ୍ରଶାସନ

ଏ ସଂକ୍ରାନ୍ତରେ ସମସ୍ତ ଜିଲ୍ଲାପାଳ ଓ ନଗର ନିଗମ କମିଶନର, ବିଜୁ ପଟ୍ଟନାୟକ ବିମାନବନ୍ଦର ଓ ବୀର ସୁରେନ୍ଦ୍ର ସାଏ ଝାରସୁଗୁଡ଼ା ବିମାନବନ୍ଦର ନିର୍ଦ୍ଦେଶକ ଓ ପୂର୍ବତଟ ରେଳବାଇର ମହାପ୍ରବନ୍ଧକଙ୍କୁ ଚିଠି ଲେଖିଛି ସ୍ବାସ୍ଥ୍ୟ ବିଭାଗ । ୫ଟି ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବାକୁ କୁହାଯାଇଛି । ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଛତିଶଗଡ଼, କେରଳ ଓ ପଞ୍ଜାବ ଆଗନ୍ତୁକଙ୍କ ଉପରେ ନଜର ରଖାଯାଉଛି । ସମ୍ପୃକ୍ତ ୫ଟି ରାଜ୍ୟରୁ ଆସୁଥିବା ଲୋକଙ୍କର ସ୍କ୍ରିନିଂ କରାଯାଉଛି । ସେଠାରୁ ଆସୁଥିବା ଲୋକଙ୍କୁ ହୋମ ଆଇସୋଲେସନରେ ରଖାଯାଉଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଝାରସୁଗୁଡା ଜିଲ୍ଲା ପ୍ରଶାସନ ତତ୍ପର ହୋଇଛି ।

ଓଡ଼ିଶା-ଛତିଶଗଡ଼ ସୀମାନ୍ତବର୍ତ୍ତୀ କନକତୋରା ଝାରସୁଗୁଡା ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ୍ -୧୯ ସଚେତନତା କରାଯାଇଛି । ଜିଲ୍ଲାପାଳ ସରୋଜ କୁମାର ସାମଲ, ପିଡି ଡିଆରଡିଏ ତପିରାମ ମାଝା, ଏସ୍‌ପି ବିକାଶ ଚନ୍ଦ୍ର ଦାସ, ଉପଜିଲ୍ଲାପାଳ ଶିବ ଟପ୍ପୋ, ସିଡିଏମଓ ଡା. ଲାଲମୋହନ ରାଉତରାୟ, ଜିଲ୍ଲା ଶିକ୍ଷା ଅଧିକାରୀ କଳ୍ପନା ପଣ୍ଡାଙ୍କ ସମେତ ଲଖନପୁର ବ୍ଲକ ସ୍ତରୀୟ ଅଧିକାରୀ ମାନେ ଅଂଶଗ୍ରହଣ କରି ଲୋକଙ୍କୁ କୋଭିଡ-୧୯ ସମ୍ପର୍କୀୟ ସଚେତନତା ବାର୍ତ୍ତା ଦେଇଥିଲେ ।

ଓଡ଼ିଶା-ଛତିଶଗଡ଼ ସୀମାନ୍ତ କନକତୋରା ବାଦିମାଲ, ଭିଖମପାଲି , କଣ୍ଢେଇକେଲା, ଚାରପାଲି, ପିଥିଣ୍ଡା ଓ ଅତାବିରା ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ଅଙ୍ଗନବାଡ଼ି କର୍ମୀ, ସ୍ବାସ୍ଥ୍ୟ କର୍ମୀ, ଆଶା କର୍ମୀ, ସହ ସ୍ଥାନୀୟ ଲୋକ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଲୋକେ କୋଭିଡ କଟକଣାକୁ ଠିକ୍ ଭାବେ ଅନୁପାଳନ ବିଶେଷ କରି ସାମାଜିକ ଦୂରତା ରକ୍ଷା ଉପରେ ଗୁରୁତ୍ବାରୋପ କରିଥିଲେ ।

ପଡ଼ୋଶୀ ରାଜ୍ୟ ତଥା ଜିଲ୍ଲା ସହିତ ବନ୍ଧୁତା ବଜାୟ ରହୁ, କିନ୍ତୁ ଫୋନ ଓ ଇ-ମେଲ ମାଧ୍ୟମରେ ସମ୍ପର୍କ ସ୍ଥାପନ କରନ୍ତୁ ଏବଂ ଅତ୍ୟାବଶ୍ୟକ କାର୍ଯ୍ୟ ନହେଲେ ଅନ୍ୟତ୍ର ଯାଆନ୍ତୁ ନାହିଁ ବୋଲି ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଡ଼ାକବାଜି ଯନ୍ତ୍ର ଓ ଲିଫ୍‌ଲେଟ୍ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରିବା ସହ ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ପିନ୍ଧିବା, ବାରମ୍ବାର ସାବୁନରେ ହାତ ଧୋଇବା ସହିତ କୋଭିଡ-୧୯ର ନିୟମକୁ ସଦାସର୍ବଦା ଅନୁକରଣ କରିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ ।

ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.