ETV Bharat / state

ବିସ୍ଥାପିତଙ୍କୁ ମିଳିନି କ୍ଷତିପୂରଣ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ - ହୀରାକୁଦ ବୁଡି ଅଞ୍ଚଳ ସଂଗ୍ରାମ ସମିତି

ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହୀରାକୁଦ ବୁଡି ଅଞ୍ଚଳ ସଂଗ୍ରାମ ସମିତିର ବିକ୍ଷୋଭ ପ୍ରଦର୍ଶନ। ହୀରାକୁଦ ନଦୀ ବନ୍ଧା ଯୋଜନା ପରେ ୯ଟି ଗାଁର ପ୍ରାୟ ୧୦ହଜାରରୁ ଅଧିକ ଲୋକଙ୍କୁ ଏଯାଏଁ କ୍ଷତିପୂରଣ ମିଳିନଥିବା ଅଭିଯୋଗ ହୋଇଛି। ଅଧିକ ପଢ଼ନ୍ତୁ...

ବିସ୍ଥାପିତଙ୍କୁ ମିଳିନି କ୍ଷତିପୂରଣ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

author img

By

Published : Nov 25, 2020, 8:50 PM IST

ଝାରସୁଗୁଡା: ହୀରାକୁଦ ବୁଡି ଅଞ୍ଚଳ ସଂଗ୍ରାମ ସମିତି ପକ୍ଷରୁ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରଯାଇଛି। ହୀରାକୁଦ ନଦୀ ବନ୍ଧା ଯୋଜନା ବିସ୍ଥାପନକୁ ୬୫ବର୍ଷ ବିତି ଯାଇଥିଲେ ସୁଦ୍ଧା ଆଜି ଯାଏଁ ବିସ୍ଥାପିତଙ୍କୁ କ୍ଷତିପୂରଣ ମିଳି ପାରିନଥିବା ଅଭିଯୋଗ କରିଛି ହୀରାକୁଦ ବୁଡି ଅଞ୍ଚଳ ସଂଗ୍ରାମ ସମିତି। ୯ଟି ଗାଁର ପ୍ରାୟ ୧୦ହଜାରରୁ ଅଧିକ ଲୋକଙ୍କୁ ଏଯାଏଁ କ୍ଷତିପୂରଣ ମିଳିନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଏହି ବିକ୍ଷୋଭ ପ୍ରଦର୍ଶନ କରିଛି ବୁଡି ଅଞ୍ଚଳ ସଂଗ୍ରାମ ସମିତି।

ବିସ୍ଥାପିତଙ୍କୁ ମିଳିନି କ୍ଷତିପୂରଣ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ବିସ୍ଥାପନକୁ ଏତେ ବର୍ଷ ବିତି ଯାଇଥିଲେ ସୁଦ୍ଧା ଆଜି ଯାଏଁ ନା ମିଳିଛି କ୍ଷତିପୂରଣ ଓ ଥଇଥାନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇପାରିନଥିବା ଅଭିଯୋଗ ହୋଇଛି। ବିସ୍ଥାପିତ ହୋଇଥିବା ପରିବାର ବର୍ତ୍ତମାନ ଭବିଷ୍ୟତ ଚିନ୍ତାରେ ସମୟ ବିତାଉଛନ୍ତି। ୧୯୫୫ ମସିହାରେ ହୀରାକୁଦ ନଦୀବନ୍ଧ ନିର୍ମାଣ ଆରମ୍ଭ ହୋଇଥିଲା। ସରକାରଙ୍କ ହାତକୁ ନିଜ ଭିଟାମାଟି ଟେକି ଏଠାକାର ବାସିନ୍ଦା। ତେବେ ସରକାରଙ୍କ ଉଦାସୀନତା ଓ ସ୍ଥାନୀୟ ପ୍ରଶାସନର ଅପାରଗତା କାରଣରୁ ଦୀର୍ଘ ପରେ ବି ଲୋକଙ୍କୁ କ୍ଷତିପୂରଣ ମିଳିପାରିନାହିଁ। କେବଳ ମିଳିଛି ପ୍ରତିଶୃତି। ବିସ୍ଥାପିତ ହୋଇଥିବା ଲୋକମାନେ ସେମାନଙ୍କ ଜୀବନର ଅଧାରୁ ଅଧିକ ସମୟ ଅନେକ ଦୁଃଖ କଷ୍ଟରେ କଟାଇସାରିଲେଣି। ବର୍ତ୍ତମାନ ସେମାନଙ୍କୁ ନ୍ୟାୟ ଦେବାକୁ ଦାବି କରିଛି ହୀରାକୁଦ ବୁଡି ଅଞ୍ଚଳ ସଂଗ୍ରାମ ସମିତି। ଏହାସହ କ୍ଷତିପୂରଣ ଦାବିରେ ଜିଲ୍ଲାପାଳଙ୍କୁ ଏକ 4 ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି।

ସୁପ୍ରିମକୋର୍ଟର ଆଇନଜୀବୀ ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ ଏକ ଯାଚିକା ଦାଖଲ କରିଥିଲେ। ଏହାକୁ ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ମାଗିଛନ୍ତି ଏନଏଚଆରସି । ଏହି ମାମଲାରେ ରାଜ୍ୟ ସରକାରଙ୍କୁ ଡିସେମ୍ବର ୭ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଝାରସୁଗୁଡ଼ାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.