ETV Bharat / state

Congress President Resigns: ଝାରସୁଗୁଡା କଂଗ୍ରେସ ସଭାପତିଙ୍କ ଇସ୍ତଫା, କହିଲେ ଅଣନିଃଶ୍ବାସୀ ଅନୁଭବ କରୁଛି

author img

By

Published : May 1, 2023, 4:45 PM IST

ଝାରସୁଗୁଡା ଉପନିର୍ବାଚନ ପାଇଁ ଜୋରଦାର ଚାଲିଛି ନିର୍ବାଚନ ପ୍ରଚାର । ସବୁ ଦଳ ମୈଦାନରେ ସବୁ ଶକ୍ତି ଲଗାଇଛନ୍ତି । କିନ୍ତୁ ପୁଣି ଥରେ କଂଗ୍ରେସ ଝାରସୁଗୁଡାରେ ଶକ୍ତିହୀନ ସ୍ଥିତିକୁ ଆସିଯାଇଛି । ଲଢେଇ ଚାଲିଥିବା ବେଳେ ଲଢେଇରୁ ପଳାୟନ କରିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ଅଶୋକ ମିଶ୍ର । ଅଧିକ ପଢନ୍ତୁ

ଝାରସୁଗୁଡା କଂଗ୍ରେସ ସଭାପତିଙ୍କ ଇସ୍ତଫା
ଝାରସୁଗୁଡା କଂଗ୍ରେସ ସଭାପତିଙ୍କ ଇସ୍ତଫା

ଝାରସୁଗୁଡା: ଉପ ନିର୍ବାଚନ ବେଳେ କଂଗ୍ରେସକୁ ବଡ ଝଟକା । ଜିଲା ସଭାପତି ପଦ ଛାଡିଲେ ଅଶୋକ ମିଶ୍ର । ସଭାପତି ପଦରୁ ଇସ୍ତଫା ନେଇ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ପଠାଇଲେ ଇସ୍ତଫା ପତ୍ର।ଝାରସୁଗୁଡା ଉପନିର୍ବାଚନ ପାଇଁ ଜୋରଦାର ଚାଲିଛି ନିର୍ବାଚନ ପ୍ରଚାର । ସବୁ ଦଳ ମୈଦାନରେ ସବୁ ଶକ୍ତି ଲଗାଇଛନ୍ତି । କିନ୍ତୁ ପୁଣି ଥରେ କଂଗ୍ରେସ ଝାରସୁଗୁଡାରେ ଶକ୍ତିହୀନ ସ୍ଥିତିକୁ ଆସିଯାଇଛି । ଲଢେଇ ଚାଲିଥିବା ବେଳେ ଲଢେଇରୁ ପଳାୟନ କରିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ଅଶୋକ ମିଶ୍ର । ଉପନିର୍ବାଚନ ପରିଚାଳନା, ଦଳୀୟ କନ୍ଦଳ ବିଭିନ୍ନ ସମସ୍ୟାକୁ ନେଇ ଦଳର ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । କିନ୍ତୁ କଂଗ୍ରେସରେ ଥିବା କହିଛନ୍ତି ଅଶୋକ ।

ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେବା ପରେ ଅଶୋକ ମିଶ୍ର କହିଛନ୍ତି, ‘‘ଉପନିର୍ବାଚନ ପରିପ୍ରେକ୍ଷୀରେ ଯେଉଁ ରାଜନୀତି ଚାଲିଛି, ତାହା ମୋତେ ଭଲ ଲାଗୁନାହିଁ। ପୁଣି ଦଳୀୟ ନେତୃତ୍ବଙ୍କ କାର୍ଯ୍ୟକଳାପରେ ମୁଁ ଚାଲିପାରୁନାହିଁ । ମୁଁ ସ୍ବଚ୍ଛ ରାଜନୀତି କରିବା ଲୋକେ। ବର୍ତ୍ତମାନର ଗୋଳିଆ ସ୍ଥିତି ଭିତରେ ମୁଁ ଅଣନିଃଶ୍ବାସୀ ଅନୁଭବ କରୁଛି। ଫଳରେ ମୁଁ ଦଳର ସଭାପତି ପଦରୁ ଇସ୍ତଫା ଦେଇଛି ।’’ ଖାଲି ଏତିକି ନୁହେଁ ଅଶୋକ ଝାରସୁଗୁଡାରେ କଂଗ୍ରେସର ଅସଲ ଚେହେରା ପଦାରେ ପକାଇଛନ୍ତି । କହିଛନ୍ତି ଏଠି ଯେଉଁ ପ୍ରକାର କାର୍ଯ୍ୟକ୍ରମ ଚାଲିଛି, ତାକୁ ଦେଖିଲେ ଲାଗୁନାହିଁ ଏଠି ଉପ ନିର୍ବାଚନ ହେଉଛି । ଦଳ ଯେଉଁ ଭାବେ ଲଢିବା କଥା ଲଢୁନାହିଁ । କିନ୍ତୁ ଅଶୋକ ମିଶ୍ର ଦଳରେ ରହିବେ ନା ନାହିଁ ତାହା ସ୍ପଷ୍ଟ କରିନଥିଲେ ମଧ୍ୟ ଦଳ ଛାଡିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ତେବେ ଅଶୋକଙ୍କ ଇସ୍ତଫା ଏବେ ସିଧା ଦଳ ଉପରେ ପଡିବା ନିଶ୍ଚିତ । କାରଣ ଜିଲ୍ଲା ସଭାପତିଙ୍କ ଇସ୍ତଫା ସିଧା ସଳଖ ଦଳୀୟ ନେତା କର୍ମୀଙ୍କ ଉପରେ ପଡିବ । ଏନେଇ ରାଜ୍ୟ ସଭାପତିଙ୍କ କୌଣସି ମତାମତ ମିଳିପାରି ନାହିଁ ।

ସୂଚନାଯୋଗ୍ୟଯେ ଝାରସୁଗୁଡା ଉପନିର୍ବାଚନ ପାଇଁ ଜୋରଦାର ଚାଲିଛି ନିର୍ବାଚନ ପ୍ରଚାର । ବିଜେଡି, ବିଜେପି ଓ କଂଗ୍ରେସର ଶୀର୍ଷ ନେତା ଝାରସୁଗୁଡାରେ ଡେରା ପକାଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗୁଛନ୍ତି । ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେଡିରୁ ଦୀପାଳି ଦାସ, ବିଜେପିରୁ ଟଙ୍କଧର ତ୍ରିପାଠୀ ଓ କଂଗ୍ରେସରୁ ତରୁଣ ପାଣ୍ଡେ ପ୍ରତିଦ୍ବନ୍ଦିତା କରୁଛନ୍ତି । ଚଳିତ ମାସ 10 ରେ ଉପନିର୍ବାଚନ ପାଇଁ ମତଦାନ ହେବାକୁ ଥିବାବେଳେ 13 ରେ ଫଳାଫଳ ପ୍ରକାଶ ପାଇବ ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.