ETV Bharat / state

Jharsuguda By Elections: ନାମାଙ୍କନ ଦାଖଲ କଲେ ବିଜେପି ପ୍ରାର୍ଥୀ - ଝାରସୁଗୁଡା ଉପନିର୍ବାଚନ

ନାମାଙ୍କନ ପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ । ଅପରାହ୍ନ 1ଟାରେ ଦଳୀୟ ନେତୃତ୍ବଙ୍କ ଉପସ୍ଥିତିରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ବରିଷ୍ଠ ନେତା କନକ ବର୍ଦ୍ଧନ ସିଂଦେଓ କହିଛନ୍ତି ଝାରସୁଗୁଡାବାସୀ ପରିବର୍ତ୍ତନ ମୁହାଁ ହୋଇଛନ୍ତି । ଅଧିକ ପଢନ୍ତୁ

ନାମାଙ୍କନ ଦାଖଲ କଲେ ବିଜେପି ପ୍ରାର୍ଥୀ
ନାମାଙ୍କନ ଦାଖଲ କଲେ ବିଜେପି ପ୍ରାର୍ଥୀ
author img

By

Published : Apr 17, 2023, 6:25 PM IST

Updated : Apr 17, 2023, 7:14 PM IST

ନାମାଙ୍କନ ଦାଖଲ କଲେ ବିଜେପି ପ୍ରାର୍ଥୀ

ଝାରସୁଗୁଡା: ଝାରସୁଗୁଡା ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ । ନାମାଙ୍କନ ଦାଖଲ ପୂର୍ବରୁ ଏକ ବିଶାଳ ଶୋଭାଯାତ୍ରା କରି ଶକ୍ତି ପ୍ରଦର୍ଶନ କରିଥିଲେ ଟଙ୍କଧର ତ୍ରିପାଠୀ । ପରେ ଅପରାହ୍ନ 1ଟାରେ ଦଳୀୟ ନେତୃତ୍ବଙ୍କ ଉପସ୍ଥିତିରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

  • ଭାରତୀୟ ଜନତା ପାର୍ଟି ରାଜ୍ୟ ସଭାପତି ଶ୍ରୀ @SamalManmohan7 ଏବଂ ରାଜ୍ୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ଝାରସୁଗୁଡ଼ା ବିଧାନସଭା ଉପ-ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଶ୍ରୀ @tankadharbjp ନାମାଙ୍କନ ପତ୍ର ଦାଖଲ କରିଛନ୍ତି । pic.twitter.com/h0BHh73Uqy

    — BJP Odisha (@BJP4Odisha) April 17, 2023 " class="align-text-top noRightClick twitterSection" data=" ">

ପ୍ରାର୍ଥିପତ୍ର ଦାଖଲ ପରେ ଟଙ୍କଧର କହିଛନ୍ତି "ମୁଁ ବିଜେପି ପ୍ରାର୍ଥି ଭାବେ ନିମିତ୍ତ ମାତ୍ର । ନିର୍ବାଚନ ଲଢୁଛନ୍ତି ଝାରସୁଗୁଡାବାସୀ । ଏହି ନିର୍ବାଚନ ଝାରସୁଗୁଡାବାସୀ ବନାମ 24 ବର୍ଷର ସରକାର ମଧ୍ୟରେ ହେବ । ଗତ 24 ବର୍ଷ ଧରି ଝାରସୁଗୁଡାପ୍ରତି ଯେଉଁ ଅନ୍ୟାୟ ଅତ୍ଯାଚାର କରିଛନ୍ତି, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ପ୍ରଦୂଷଣ ଝାରସୁଗୁଡା, ଗୋଟିଏ ବି ସରକାରୀ କଲେଜ ନହେବା, ଶିକ୍ଷା, ସ୍ବାସ୍ଥ୍ୟ ପାନୀୟ ଜଳ ପ୍ରସଙ୍ଗରେ ଜନତା ବିଜେଡିକୁ ଜବାବ ଦେବେ ।’’

  • ପ୍ରାର୍ଥୀ ପତ୍ର ଦାଖଲ ପାଇଁ ଆଜି ଝାରସୁଗୁଡ଼ା ଠାରେ ଶୋଭା ଯାତ୍ରା....

    ଭାରତ ମାତା କି ଜୟ pic.twitter.com/BeufC2Fmwp

    — Tankadhar Tripathy 🇮🇳 (@tankadharbjp) April 17, 2023 " class="align-text-top noRightClick twitterSection" data=" ">

ସେହିପରି ବରିଷ୍ଠ ନେତା କନକ ବର୍ଦ୍ଧନ ସିଂଦେଓ କହିଛନ୍ତି, "ଝାରସୁଗୁଡାବାସୀ ପରିବର୍ତ୍ତନ ମୁହାଁ ହୋଇଛନ୍ତି । ଯେଉଁ ପରିବର୍ତ୍ତନର ଲହର ଆରମ୍ଭ ହୋଇଛି ତାହା ଝାରସୁଗୁଡାରେ ସଫଳ ହେବ । ଦଳୀୟ ପ୍ରାର୍ଥୀ ବହୁ ଭୋଟ ବ୍ୟବଧାନରେ ବିଜୟୀ ହେବେ । ସେହିଭଳି କଳହାଣ୍ଡି ସାଂସଦ ବସନ୍ତ ପଣ୍ଡା କହିଛନ୍ତି ଗତ 23 ବର୍ଷ ଧରି ବିଜେଡି ସରକାର ଦୁର୍ନୀତିରେ ବୁଡି ରହିଛି । ଗରିବ, ଖଟିଖିଆ, ବଞ୍ଚିତ, ଆଦିବାସୀ ବର୍ଗଙ୍କ ପାଇଁ କିଛି କରିନାହିଁ । ତାହାର ଜବାବ ଜନତା ଦେବେ ।"

  • ଆମ ଦଳର ସମସ୍ତ ବରିଷ୍ଠ ନେତ୍ରୁବର୍ଗଙ୍କ ଗହଣରେ ଆଜି ଝାରସୁଗୁଡ଼ା ଠାରେ ଉପ ନିର୍ବାଚନ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କଲି । ସମସ୍ତଙ୍କର ଆଶିର୍ବାଦ କାମନା କରୁଛି। pic.twitter.com/sEdFt7LxNu

କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ କହିଛନ୍ତି, "ଝାରସୁଗୁଡା ଜନତାଙ୍କ ଉତ୍ସାବ ବଢିଛି । ବିଜେପି ପ୍ରାର୍ଥୀଙ୍କୁ ବିପୁଳ ମାତ୍ରାରେ ଭୋଟ ଦେଇ ବିଜୟୀ କରାଇବେ । ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଶତ ପ୍ରତିଶତ ଆଶାବାଦୀ ଆମେ ବିଜୟୀ ହେବୁ । ଝାରସୁଗୁଡାବାସୀ ପରିବର୍ତ୍ତନ ଚାହୁଁଛନ୍ତି । କାର୍ଯ୍ୟକର୍ତ୍ତାଙ୍କ ଉତ୍ସାହ ରହିଛି । ଦଳ ସଫଳ ହେବ ।"

ଆଜି ନାମାଙ୍କନ ଦାଖଲ ପୂର୍ବରୁ ବିଜେପି ସ୍ଥାନୀୟ ମନମୋହନ ସ୍କୁଲ ପଡ଼ିଆରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହରର ମୁଖ୍ୟ ରାସ୍ତା, ରେଲୱେ ଷ୍ଟେସନ ଛକ, ବସଷ୍ଟାଣ୍ଡ ଛକ, ବେହେରାମାଲ ଛକ ଦେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା । ଏହି ଶୋଭାଯାତ୍ରାରେ ଜିଲ୍ଲାର ଲଇକେରା, କିର୍ମିରା, କୋଲାବିରାରୁ ଦଳୀୟ ନେତା କର୍ମୀ ସମର୍ଥକ ମାନେ ସାମିଲ ହୋଇଥିଲେ ।

ଦଳୀୟ ପ୍ରାର୍ଥୀ ଟଙ୍କଧର ବେହେରାଙ୍କ ନାମାଙ୍କନ ଦାଖଲ ବେଳେ ଆଜି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ, ରାଜ୍ୟ ସଭାପତି ମନମୋହନ ସାମଲ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ବରଗଡ ସାଂସଦ ସୁରେଶ ପୂଜାରୀ, ରାଜ୍ୟ ସାଧାରଣ ସମ୍ପାଦକ ଗୋଲଖ ମହାପାତ୍ର, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ପୂର୍ବତନ ମନ୍ତ୍ରୀ ଜୁଏଲ ଓରାମ, ରେଙ୍ଗାଲି ବିଧାୟକ ନାଉରୀ ନାଏକ, ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ, ସୁନ୍ଦରଗଡ଼ ସଦର ବିଧାୟିକା କୁଶୁମ ଟେଟେ, ବିଧାୟକ ସୁବାସ ପାଣିଗ୍ରାହୀ, ବିଧାୟକ ମୋହନ ମାଝୀ, ଲେଖାଶ୍ରୀ ସାମନ୍ତ ସିଂହାର, ଭବାନୀ ଭୋଇ, ସୀମାଞ୍ଚଳ ଖଟେଇ, ମାନସ ମହାନ୍ତି, ରବି ନାଏକ, ନିତ୍ୟାନନ୍ଦ ଗଣ୍ଡ, ନେତାଜୀ ପଟ୍ଟନାୟକ, ମଙ୍ଗଳ ସାହୁ, ରଘୁନନ୍ଦନ ପଣ୍ଡା, ସୁନିଲ ପଣ୍ଡା, ତପନ କାନ୍ତ ଜେନା, ପ୍ରଚଣ୍ଡ ଜୟସ୍ୱାଲ ପ୍ରମୁଖ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।

ଇଟିଭି ଭାରତ, ଝାରସୁଗୁଡା

Last Updated : Apr 17, 2023, 7:14 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.