ETV Bharat / state

ଝାରସୁଗୁଡାରେ ନିର୍ମାଣ ହେବ ବାଏ ପାସ, କେନ୍ଦ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲା BJP - ଝାରସୁଗୁଡା ଖବର

ଝାରସୁଗୁଡା ଦେଇଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ପାଇଁ ୫୮୭.୧୦କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ଧନ୍ୟବାଦ ଜଣାଇଛନ୍ତି ଝାରସୁଗୁଡା ଭାରତୀୟ ଜନତା ପାର୍ଟି । ଅଧିକ ପଢନ୍ତୁ

ଝାରସୁଗୁଡା ବାଏ ପାସ ରାସ୍ତା ନିର୍ମାଣ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲା ଜିଲ୍ଲା ବିଜେପି

author img

By

Published : Sep 22, 2022, 2:06 PM IST

ଝାରସୁଗୁଡା: ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ଝାରସୁଗୁଡା ସହର BTM ସ୍ଥିତ ବିଜେପି କାର୍ଯ୍ୟାଳୟରେ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଗତ କିଛିଦିନ ତଳେ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରି ଝାରସୁଗୁଡା ଦେଇଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ପାଇଁ ୫୮୭.୧୦କୋଟି ଟଙ୍କା ବ୍ୟୟ ଅଟକଳରେ ପ୍ରାୟ ୩୧.୨୪ କିଲୋମିଟର ବାଇପାସ ରାସ୍ତା ନିର୍ମାଣ କରିବା ନେଇ ମଞ୍ଜୁରୀ ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ଧନ୍ୟବାଦ ଜଣାଇଛନ୍ତି ଝାରସୁଗୁଡା ଭାରତୀୟ ଜନତା ପାର୍ଟି । ଏହି ବାଇପାସ ରାସ୍ତା ନିର୍ମାଣ ହେଲେ ଝାରସୁଗୁଡାବାସୀ ବହୁ ସୁବିଧା ପାଇପାରିବେ ବୋଲି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପିର ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।

ଏନେଇ ବିଜେପି ନେତା ତ୍ରିନାଥ ଗୁଆଲ କହିଛନ୍ତି "ଭାରତୀୟ ଜନତା ପାର୍ଟି ଏବଂ ଝାରସୁଗୁଡା ଜିଲ୍ଲା ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ତଥା ବରଗଡ ଲୋକସଭା ସାଂସଦ ସୁରେଶ ପୂଜାରୀଙ୍କୁ ଅନେକ ଅନେକ ଧନ୍ୟବାଦ ଦେବା ପାଇଁ ଚାହୁଁଛୁ । ଝାରସୁଗୁଡା ବାଏ ପାସ ପାଇଁ ଟଙ୍କା ଅନୁଦାନ କରାଯାଇଛି । ଏଠାକାର ବିଧାୟକ ତଥା ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଯେଉଁ ଲୋକମାନଙ୍କୁ ଭୁଆଁ ବୁଲାଉ ଥିଲେ ଏବଂ ଏହା ତାଙ୍କ ପ୍ରଚେଷ୍ଟାର ହୋଇଛି ବୋଲି ଲୋକଙ୍କୁ କହୁଥିଲେ ଆଜି ତାଙ୍କ ମୁଖା ଖୋଲିଛି । କେନ୍ଦ୍ର ସରକାରଙ୍କ ପ୍ରଚେଷ୍ଟାରେ ଆଜି ଝାରସୁଗୁଡାରେ ବାଏ ପାସ ନିର୍ମାଣ ହେବା ପାଇଁ ଯାଉଛି । ଏଥିପାଇଁ ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇବା ପାଇଁ ଚାହୁଁଛୁ ।’’

‘‘ଝାରସୁଗୁଡା ଡାକ୍ତରଖାନା ରାସ୍ତା ଯାହା ଏକ ମରଣଯନ୍ତା ପାଲଟିଛି । ଯାହାକୁ ନେଇ ଝାରସୁଗୁଡା ଜିଲ୍ଲାବାସୀ ଏବଂ ଝାରସୁଗୁଡା ଭାରତୀୟ ଜନତା ପାର୍ଟି ତରଫରୁ ଦାବି କରାଯାଉଛି କି ଡାକ୍ତରଖାନା ରାସ୍ତାକୁ ଭାରି ଯାନ ପ୍ରବେଶ ନିଷେଧ କରାଯାଉ । ନିକଟରେ ଗୋଟିଏ ଝିଅର ସେହି ରାସ୍ତାରେ ଅକାଳ ବିୟୋଗ ଘଟିଲା ତାହା ପାଇଁ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାର ଦାୟୀ ଅଟନ୍ତି । ତେଣୁ ପ୍ରଶାସନକୁ ଦାବି ଜଣାଉଛୁ କି ସେଠାରେ ସକାଳ ୬ରୁ ରାତି ୧୨ ଟା ପର୍ଯ୍ୟନ୍ତ ପ୍ରବେଶ ନିଷେଧ କରାଯାଉ । ଯେଉଁଠିକୁ ଲୋକ ଜୀବନ ବଞ୍ଚାଇବାକୁ ଯାଉଛନ୍ତି ସେହି ରାସ୍ତା ଦେଇ ଲୋକ ଯେମିତି ନିଜ ଜୀବନ ନ ହାରନ୍ତୁ " ବୋଲି କହିଛି ଜିଲ୍ଲା ବିଜେପି ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.