ETV Bharat / state

ଝାରସୁଗୁଡାର ବେଦାନ୍ତର ବେଆଇନ କାର୍ଯ୍ୟ; ଲୋକେ ଭୋଗୁଛନ୍ତି ସମସ୍ୟା - ବେଦାନ୍ତ କମ୍ପାନୀ

ପ୍ରବଳ ବର୍ଷାରେ ପାଉଁଶ ଗଦା ପାହାଡ ଭୁଶୁଡି ପଡି ଏବେ ନଦୀ ଚାଷ ଜମି କରୁଛି ନଷ୍ଟ । କେଉଁଠି ପଢନ୍ତୁ ସମ୍ପୂର୍ଣ୍ଣ ଖବର...

jharsuguda
jharsuguda
author img

By

Published : Aug 15, 2020, 7:39 AM IST

ଝାରସୁଗୁଡା: ଗତ ଏକ ବର୍ଷରୁ ଅଧିକ ସମୟ ଧରି ଝାରସୁଗୁଡାରେ ଥିବା ବେଦାନ୍ତ କମ୍ପାନୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଛ ପଟ କାରଖାନାରୁ ବାହାରୁଥିବା ବର୍ଯ୍ୟଵସ୍ତୁ ପାଉଁଶ ଗଦା କରୁଛି । ଅବ୍ୟବହୃତ ଖାଲୁଆ ଅଞ୍ଚଳ ଜମି ପୋତିବାକୁ କହି ସମଗ୍ର ଅଞ୍ଚଳରେ ପାଉଁଶ ପାହାଡ ସୃଷ୍ଟି କରିଦେଇଛି ବେଦାନ୍ତ କମ୍ପାନୀ ।

ତେବେ ଗତ ଦୁଇଦିନ ଧରି ହୋଇଥିବା ପ୍ରବଳ ବର୍ଷାରେ ଏହି ପାଉଁଶ ଗଦା ପାହାଡ ଭୁଶୁଡି ପଡିଥିବା କୁହଯାଉଛି । ଫଳରେ ନିକଟରେ ବହି ଯାଇଥିବା ଏକ ପ୍ରାକୃତିକ ଜଳ ସ୍ରୋତ ପୋତି ହୋଇଯାଇଛି । ଏହି ସ୍ଥାନଟି ଝାରସୁଗୁଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଛପାଖରେ ରହିଛି ।

ଝାରସୁଗୁଡାର ବେଦାନ୍ତର ବେଆଇନ କାର୍ଯ୍ୟ; ଲୋକେ ଭୋଗୁଛନ୍ତି ସମସ୍ୟା

ସୂଚନା ଅନୁସାରେ ଝାରସୁଗୁଡା ସହରାଞ୍ଚଳର ୯ ନମ୍ବର ୱାର୍ଡର ପଞ୍ଚପଡା ଅଞ୍ଚଳରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଛ ପଟକୁ ଲାଗି ରହିଥିବା ସରକାରୀ ଜମିର ଖାଲୁଆ ଅଞ୍ଚଳରେ ବେଦାନ୍ତ କମ୍ପାନୀକୁ ପାଉଁଶ ପକାଇ ସମତଳ କରିବାକୁ ଅନୁମତି ମିଳିଛି । କିନ୍ତୁ ଖାଲୁଆ ଜମିକୁ ପୋତି ସମତଳ କରିବା ପରିବର୍ତ୍ତେ ବେଆଇନ ଭାବରେ ପାଉଁଶ ପାହାଡ ସୃଷ୍ଟି କରିଦେଇଛି କମ୍ପାନୀ । କେବଳ ପଞ୍ଚପଡା ନୁହେଁ ସହରାଞ୍ଚଳରେ ଅନେକ ସ୍ଥାନରେ ଏପରି ପାଉଁଶ ପାହାଡ ସୃଷ୍ଟି କରିଛି ବେଦାନ୍ତ। ବର୍ଷା ହେଲେ ସେହି ପାଉଁଶ ପାହାଡ ସବୁ ଭୁଶୁଡି ପଡି ନିକଟସ୍ଥ ଚାଷ ଜମି ଓ ପ୍ରାକୃତିକ ଜଳସ୍ରୋତ ଝରଣା ଓ ନଦୀ ନାଳରେ ମିଶୁଛି । ଯାହାର ଫଳ ଭୋଗୁଛନ୍ତି ସାଧାରଣ ଜନତା ।

ଏହି ଘଟଣାକୁ ନେଇ ଶୁକ୍ରବାର ପାଉଁଶ ପାହାଡ ଭୁଶୁଡିବା ସ୍ଥାନର ପରିଦର୍ଶନ କରିଛନ୍ତି ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ ଓ ଝାରସୁଗୁଡା ବିଜେପି ଜିଲ୍ଲା ସଭାପତି । ପରେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ପଦକ୍ଷେପ ନେବା ସହ ବେଦାନ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.