ETV Bharat / state

ଝାରସୁଗୁଡାରେ ଓକିଲ ସଂଘ ନିର୍ବାଚନ, ଦ୍ୱିତୀୟ ଥର ପାଇଁ ସଭାପତି ହେଲେ ଭାବେ ତ୍ରିନାଥ ଗୁଆଲ - ଝାରସୁଗୁଡାରେ ସଭାପତି ହେଲେ ଭାବେ ତ୍ରିନାଥ ଗୁଆଲ

ଝାରସୁଗୁଡାରେ ଓକିଲ ସଂଘ ନିର୍ବାଚନ ଫଳ ଘୋଷଣା ହୋଇଛି । ଲଗାତାର ଦ୍ବିତୀୟ ଥର ବାଜି ମାରିଲେ ତ୍ରିନାଥ ଗୁଆଲ । ଅଧିକ ପଢନ୍ତୁ

bar association election
bar association election
author img

By

Published : Mar 26, 2023, 12:22 PM IST

bar association election

ଝାରସୁଗୁଡା: ଜିଲ୍ଲା ଓକିଲ ସଂଘର ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଫଳାଫଳ ମଧ୍ୟ ଘୋଷଣା ହୋଇଯାଇଛି । ଲଗାତାର ଦ୍ବିତୀୟ ଥର ବାଜି ମାରିଲେ ତ୍ରିନାଥ ଗୁଆଲ । ସଭାପତି ଭାବେ ତ୍ରିନାଥ ଗୁଆଲ, ଉପସଭାପତି ଭାବେ ଅମୀୟ କୁମାର ପାଣିଗ୍ରାହୀ, ସମ୍ପାଦକ ଭାବେ ଅସିତ କୁମାର ବେହେରା ନିର୍ବାଚିତ ହୋଇଛନ୍ତି ।

ସୂଚନାଅନୁସାରେ, ଗତକାଲି(ଶନିବାର) ସକାଳ ୮ଟାରୁ ୩ଟା ପର୍ଯ୍ୟନ୍ତ ମତଦାନ ପ୍ରକ୍ରିୟା ଚାଲିଥିଲା । ୩ଟା ପରେ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଶାନ୍ତି ଶୃଙ୍ଖଳା ସହିତ ଏହି ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଥିଲା । ତେବେ ମତଦାତା ମଧ୍ୟ ବେଶ ଉତ୍ସାହର ସହିତ ତାଙ୍କର ମତଦାନ କରିଥିବା ବେଳେ ଯେଉଁ ପ୍ରାର୍ଥୀ ଝାରସୁଗୁଡ଼ା ଓକିଲ ସଂଘର ସୁରକ୍ଷା, ବିକାଶ ଓ ଝାରସୁଗୁଡ଼ା ଓକିଲଙ୍କ ସମସ୍ୟାକୁ ଦୂର କରିବ ସେହି ଭଳି ପ୍ରାର୍ଥୀଙ୍କୁ ମତ ଦେଇଥିବା କହିଥିଲେ ମତଦାତା ।

ଏହି ନିର୍ବାଚନରେ ମହିଳା ମତଦାତାଙ୍କ ଉପରେ ପ୍ରାର୍ଥୀଙ୍କ ନଜର ରହିଥିଲା । ପ୍ରାୟ ୪୦ରୁ ଊର୍ଦ୍ଧ୍ବ ମହିଳା ମତଦାତା ରହିଥିଲେ । ସଭାପତି ପଦବୀ ପାଇଁ ବିଜୟ କୁମାର ସାରଙ୍ଗୀ, ରାଧକାନ୍ତ ସା, ସିୟାରାମ ଦାସ, ତ୍ରିନାଥ ଗୁଆଲ ନିର୍ବାଚନ ଲଢ଼ିଥିଲେ । ୬ଟି ରାଉଣ୍ଡରେ ଭୋଟ ଗଣତି ହେବା ପରେ ତ୍ରିନାଥ ଗୁଆଲ ନିଜ ପ୍ରତିଦ୍ୱନ୍ଦୀ ଠାରୁ ୧୮ଭୋଟରେ ବିଜୟୀ ହୋଇଛନ୍ତି । ଲଗାତାର ସେ ଦ୍ବିତୀୟ ଥର ପାଇଁ ସଭାପତି ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ବେଲପାହାଡ଼ ଷ୍ଟେସନରେ ରେଳ ୟୁଜର ଫୋରମର ପ୍ରତିବାଦ, ପ୍ରତିଶୃତି ପରେ ହଟିଲା ଆନ୍ଦୋଳନ

ଉପସଭାପତି ପାଇଁ ଅମିୟ କୁମାର ପାଣିଗ୍ରାହୀ, ଦେବାନନ୍ଦ ତିୱରୀ, ସାଧାରଣ ସମ୍ପାଦକ ପାଇଁ ଅସିତ କୁମାର ବେହେରା ଓ ସୁନିଲ କୁମାର ଦାସ ଉପସଭାପତି ପଦବୀ ପାଇଁ ନିର୍ବାଚନ ଲଢ଼ି ଥିଲେ । ଉପସଭାପତି ଭାବେ ଅମୀୟ କୁମାର ପାଣିଗ୍ରାହୀ ବିଜୟୀ ହୋଇଛନ୍ତି । ସେହି ପରି କୋଷାଧ୍ୟକ୍ଷ ପାଇଁ ବିକାଶ ପଣ୍ଡା ଓ ରଶ୍ମିରାଣୀ ପଣ୍ଡା ନିର୍ବାଚନ ଲଢ଼ି ଥିଲେ । ଉପଦେଷ୍ଟା କମିଟି ପାଇଁ ଅହଲ୍ୟା ନାୟକ, ଅକ୍ଷୟ କୁମାର ନାୟକ, କଳ୍ପନା ସାହୁ, ପ୍ରଭୁ ଚରଣ ଆଇଣ୍ଡ, ସଂଜୀବ କୁମାର ପାଟ୍ଟଜୋସି, ଶୁଭ୍ରାନ୍ତ ଭୋଇ ପ୍ରମୁଖ ପ୍ରାର୍ଥୀ ଭାବେ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। ସେପଟେ ଯୁଗ୍ମ ସମ୍ପାଦକ ପାଇଁ ମନିସ କୁମାର ବାଜପେୟୀ ଓ ସଂଜୀବ ପ୍ରସାଦ ରାଏ ନିର୍ଦ୍ବନ୍ଦରେ ଏକ ପ୍ରକାର ନିର୍ବାଚିତ ହୋଇଛନ୍ତି ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.