ETV Bharat / state

Jharsuguda Bypoll: ଉପନିର୍ବାଚନରେ କିଏ ହେବ କଂଗ୍ରେସ ପ୍ରାର୍ଥୀ ? ପିସିସିକୁ ରିପୋର୍ଟ ଦେଲା ପର୍ଯ୍ୟବେକ୍ଷକ ଟିମ୍

author img

By

Published : Apr 4, 2023, 8:07 PM IST

Updated : Apr 4, 2023, 10:29 PM IST

ଝାରସୁଗୁଡା ଉପନିର୍ବାଚନରେ ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ । ଝାରସୁଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀ ପରିଦର୍ଶନ କରି ପିସିସିକୁ ରିପୋର୍ଟ ଦେଲା ପର୍ଯ୍ୟବେକ୍ଷକ ଟିମ୍ । ଅଧିକ ପଢନ୍ତୁ

Jharsuguda Bypoll
Jharsuguda Bypoll

ଭୁବନେଶ୍ବର: ଝାରସୁଗୁଡା ଉପନିର୍ବାଚନ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି । ଉପନିର୍ବାଚନରେ ନବ ଦାସଙ୍କ ପରେ କିଏ ହେବେ ଝାରସୁଗୁଡା ବିଧାୟକ ତାକୁ ନେଇ ଆରମ୍ଭ ହୋଇଯାଇଛି ଅଙ୍କକଷା । ଶାସକ ବିଜେଡି ନବଙ୍କ ଝିଅ ଦୀପାଲି ଦାସଙ୍କୁ ଟିକେଟ ଦେଇ ନିର୍ବାଚନ କାଉଣ୍ଟଡାଉନ ଆରମ୍ଭ କରିଦେଇଛି । ବିଜେପି ମଧ୍ୟ ନିଜ ପ୍ରାର୍ଥୀ ପାଇଁ କେନ୍ଦ୍ରୀୟ ଟିମର ଇସାରାକୁ ଅପେକ୍ଷା କରିଛି । ବିଜେପି ପକ୍ଷରୁ ଟଙ୍କଧର ତ୍ରିପାଠୀଙ୍କୁ ଟିକେଟ ମିଳିବା ନେଇ ଚର୍ଚ୍ଚା ହେଉଛି । ସବୁଠୁ ବଡ଼ କଥା ଯେଉଛି ଝାରସୁଗୁଡାରେ କଂଗ୍ରେସ ବହୁବାର ଜିତିଛି । ନବ ଦାସ ବିଜେଡି ପୂର୍ବରୁ କଂଗ୍ରେସର ବିଧାୟକ ରହିଥିଲେ । ଏବେ ଉପନିର୍ବାଚନରେ କିଏ ପ୍ରାର୍ଥୀ ହେବ ସେନେଇ ପିସିସି ସଭାପତିଙ୍କ ନିର୍ଦ୍ଦେଶକ୍ରମେ 5 ଜଣିଆ ପର୍ଯ୍ୟବେକ୍ଷକ ଟିମ୍ ଝାରସୁଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀ ପରିଦର୍ଶନ କରି ଆଜି ଭୁବନେଶ୍ୱର ଫେରିଛି । ଟିମ୍ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳରୁ ମତାମତ ସଂଗ୍ରହ କରି ପିସିସିକୁ ରିପୋର୍ଟ ପ୍ରଦାନ କରିଛି ।

ସନ୍ତୋଷ ସିଂହ ସାଲୁଜାଙ୍କ ଅଧ୍ୟକ୍ଷତାରେ ପର୍ଯ୍ୟବେକ୍ଷକ ଟିମ୍ ଝାରସୁଗୁଡାର ପ୍ରତି ବ୍ଲକ, ମୁନିସିପାଲିଟିରେ ବୁଲି କର୍ମୀଙ୍କ ସହ ସମୀକ୍ଷା କରି ପିସିସିକୁ ରିପୋର୍ଟ ଦେଇଛି । କଂଗ୍ରେସ ସୂଚନା ଆଧାରରେ 6 ଜଣ ନିଜର ଦରଖାସ୍ତ ଆବେଦନ କରିଛନ୍ତି । AICC ଏହାର ଚୂଡାନ୍ତ ନିଷ୍ପତ୍ତି ନେବ । ତେବେ ମିଳିଥିବା ସୂଚନା ଅନୁଯାୟୀ ଝାରସୁଗୁଡାରେ କଂଗ୍ରେସର ପୂର୍ବତନ ବିଧାୟକ ବିରେନ୍ଦ୍ର ପାଣ୍ଡେଙ୍କ ପୁଅ ତରୁଣ ପାଣ୍ଡେ, ଝାରସୁଗୁଡା ଜିଲ୍ଲା ସଭାପତି ଅଶୋକ ମିଶ୍ର, ମହେନ୍ଦ୍ର ନାୟକ ଟିକେଟ ଲବିରେ ଆଗ ଧାଡ଼ିରେ ରହିଛନ୍ତି ।

ଏହାରି ଭିତରେ ଆଉ ଏକ କଥା ସାମ୍ନାକୁ ଆସିଛି । ବିଧାୟକ ସାଲୁଜାଙ୍କ ସୂଚନା ଅନୁଯାୟୀ ନବ ଦାସ ଯେତେବେଳେ ବିଜେଡି ଯାଇଥିଲେ ସେତେବେଳେ କିଛି କଂଗ୍ରେସ କର୍ମୀ ତାଙ୍କ ସହ ବିଜେଡିକୁ ଚାଲି ଯାଇଥିଲେ । ଏବେ ସେମାନେ ନବଙ୍କ ପରେ କଂଗ୍ରେସକୁ ଫେରୁଛନ୍ତି ଯାହା କଂଗ୍ରେସ ପାଇଁ ଶୁଭ ସଙ୍କେତ ।

ପର୍ଯ୍ୟବେକ୍ଷକ ଟିମ୍‌ର ମୁଖ୍ୟ ସାଲୁଜା କହିଛନ୍ତି ଯେ, ଆମେ ଝାରସୁଗୁଡାର ବିଭିନ୍ନ ବ୍ଲକ ଓ ମୁନିସିପାଳିଟି ସର୍ଭେ କରି କର୍ମୀଙ୍କ ସହ ଆଲୋଚନା କରିଛୁ । 6 ଜଣ ଆବେଦନ କରିଛନ୍ତି । ଯେଉଁ ପ୍ରାର୍ଥୀଙ୍କର ଜିତିବାର ସମ୍ଭାବନା ଅଧିକ ସେହି ପ୍ରାର୍ଥୀ ଟିକେଟ ପାଇବେ । ପିସିସିକୁ ରିପୋର୍ଟ ପ୍ରଦାନ କରାଯାଇଛି । ଖୁବଶୀଘ୍ର AICC ଅନୁମୋଦନ ହୋଇ ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ ହେବ । କଂଗ୍ରେସ ଉପନିର୍ବାଚନରେ ଭଲ ପ୍ରଦର୍ଶନ କରିବ । ସେପଟେ ପିସିସି ସଭାପତି ଶରତ ପଟ୍ଟନାୟକ ମଧ୍ୟ ସମାନ କଥା କହିଛନ୍ତି । 6ଟି ନାଁ ଆସିଛି । AICCକୁ ପଠାଯିବ । ସେମାନେ ଯାହା ଉପରେ ଆସ୍ଥା ପ୍ରକଟ କରିବେ ତାକୁ ପ୍ରାର୍ଥୀ କରାଯିବ । ଜିତିବାର ସମ୍ଭାବନା ଯାହାର ଅଧିକ ସେ ହିଁ ଟିକେଟ ପାଇବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 4, 2023, 10:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.