ETV Bharat / state

ନିର୍ବାଚନ ପାଇଁ ପ୍ରସ୍ତୁତି, ଝାରସୁଗୁଡାରେ ଲୋକଙ୍କୁ ସଚେତନ କରିବ ‘ମିତା’

ଭୋଟରମାନଙ୍କୁ ତାଲିକାରେ ନାମ ପଞ୍ଜୀକରଣ ନିମନ୍ତେ ସଚେତନତା ସୃଷ୍ଟି କରିବା ମିତା । ଲୋକଙ୍କୁ ସଚେତନ ସହ ପ୍ରୋତ୍ସାହିତ କରିବା ପାଇଁ ‘ମୁଁ ବି ମିତା’ କାର୍ଯ୍ୟକ୍ରମ ଆରମ୍ଭ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Sep 3, 2023, 8:27 AM IST

ଭୋଟରମାନଙ୍କୁ ତାଲିକାରେ ନାମ ପଞ୍ଜୀକରଣ ନି
ଭୋଟରମାନଙ୍କୁ ତାଲିକାରେ ନାମ ପଞ୍ଜୀକରଣ ନି
ଭୋଟରମାନଙ୍କୁ ତାଲିକାରେ ନାମ ପଞ୍ଜୀକରଣ ନିମନ୍ତେ ସଚେତନତା ସୃଷ୍ଟି କରିବା ମିତା

ଝାରସୁଗୁଡା: ଏଥର ଓଡ଼ିଶା ଆଗୁଆ ନିର୍ବାଚନ ହୋଇପାରେ । ଏନେଇ ଧିରେ ଧିରେ ନିର୍ବାଚନ ପ୍ରସ୍ତୁତି ପ୍ରଣାଳୀ ଆରମ୍ଭ କରାଯାଇଛି । ଗତକାଲି(ଶନିବାର) ଝାରସୁଗୁଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟରେ ଥିବା DMF ହଲ ଠାରେ ମୁଁ ମିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଝାରସୁଗୁଡ଼ା ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ, ଝାରସୁଗୁଡ଼ା ଜିଲ୍ଲାର କଲେଜ ଛାତ୍ରୀମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ କରାଯାଇଥିଲା । ବିଶେଷ ଭାବେ ନୂତନ ଭୋଟରଙ୍କୁ ସଚେତନ କରାଇବା, ଭୋଟର ଲିଷ୍ଟରେ ଯେଉଁମାନଙ୍କର ନାଁ ନାହିଁ ସେମାନଙ୍କୁ ଅନ୍ତର୍ଭୁକ୍ତ କରାଇବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ କରାଯାଉଛି ବୋଲି ଉପଜିଲ୍ଲାପାଳ କହିଥିଲେ ।

ଉପଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ବାଇଁ କହିଛନ୍ତି, ‘‘ମିତା ହେଉଛି ଜନସାଧାରଣଙ୍କୁ ନିର୍ବାଚନ ପାଇଁ ସଚେତନ କରାଇବା ପ୍ରକ୍ରିୟା । ଏହି ପ୍ରକ୍ରିୟା ପାଇଁ ବିଭିନ୍ନ କଲେଜର 98 ଜଣ ଛାତ୍ରୀ ଚୟନ କରାଯାଇଛି । ତୃଣମୂଳସ୍ତରରେ ଲୋକଙ୍କୁ ସଚେତନ କରିବା ପାଇଁ ସେମାନଙ୍କୁ ମିତାଙ୍କ ମୂଳ କାର୍ଯ୍ୟ । ମୁଖ୍ୟତଃ ଭୋଟର ତାଲିକାରେ ଥିବା ସଂଶୋଧନ ଯେପରିକି ମୃତ ଭୋଟରଙ୍କ ଅନାବଶ୍ୟକ ପଞ୍ଜିକରଣ, ଗୋଟିଏ ଭୋଟରଙ୍କ ଏକାଧିକ ଜାଗାରେ ପଞ୍ଜିକରଣ, ୨୦୨୪ ସୁଦ୍ଧା ଯୋଗ୍ୟ ଭୋଟରଙ୍କ ନୂଆ ପଞ୍ଜିକରଣ କରିବା ଉପରେ କାର୍ଯ୍ୟକରିବେ । ଏତଦବ୍ୟତୀତ ମିତା ଦିଦି ମାନଙ୍କୁ ‘ଭୋଟର ହେଲୋ ଲାଇନ ଆପ୍’ ଏବଂ “ ‘ଭୋଟର ସର୍ଭିସ ପୋର୍ଟାଲ’ ” ଉପରେ ଟ୍ରେନିଂ ପ୍ରଦାନ କରାଯିବ । ମିତା ଦିଦି ମାନେ ସ୍ୱେଚ୍ଛାସେବୀ ଭାବେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ତରଫରୁ ପ୍ରତିନିଧି ଭାବେ କାର୍ଯ୍ୟ କରିବେ । ’’

ଅଧିକ ପଢନ୍ତୁ.. ନୂଆ ଭୋଟରଙ୍କୁ ‘ମିତା’ କରିବ ସଚେତନ; କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ CEO

ଏଥିରେ କିର୍ମ୍ମିରା, କୋଲାବିରା, ବ୍ରଜରାଜନଗର, ଝାରସୁଗୁଡ଼ାରେ ଥିବା ବିଭିନ୍ନ ମହାବିଦ୍ୟାଳୟର ଛାତ୍ରୀମାନ ଯୋଗଦେଇଥିଲେ । ଏଥିରେ ସମ୍ପୃକ୍ତ ଥିବା ଛାତ୍ରୀମାନେ ବୁଥସ୍ତରୀୟ ମୁଖ୍ୟଙ୍କ ମାସ୍କଟ ଭାବେ ଯୋଗଦେବେ । ଏହି ଛାତ୍ରୀ ମାନଙ୍କୁ "ମିତା " ନାମରେ ଜଣାଯିବ ଓ ଏମାନଙ୍କୁ ଏକ କ୍ୟାପ୍ ଓ ବେଚ ଦିଆଯିବ ଦିଆଯାଇଛି । ଏମାନଙ୍କ ମୁଖ୍ୟ କାର୍ଯ୍ୟ ହେଲା ଭୋଟରଙ୍କୁ ସଚେତନ କରାଇବା ଯେପରିକି ନୂଆ ଭୋଟର୍ ପଞ୍ଜିକରଣ, ମୃତକ ବ୍ୟକ୍ତିଙ୍କ ଭୋଟର୍ ତାଲିକାରୁ ବାଦ୍ କରିବା, ନୂତନ ଭାବେ ବାହା ହୋଇ ଆସିଥିବା ମହିଳାଙ୍କୁ ଭୋଟର୍ ତାଲିକାରେ ପଞ୍ଜିକରଣ କରାଇବା, ଏକାଧିକ ଜାଗାରେ ପଞ୍ଜୀକୃତ ଥିବା ଭୋଟରଙ୍କ ସଂଶୋଧନ କରାଇବା, ଭୁଲ ଥିବା ନାମକୁ ସଂଶୋଧନ କରାଇବା ଇତ୍ୟାଦିରେ ସହଯୋଗ କରିବେ ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.