ETV Bharat / state

ସରକାରୀ ଜମିରେ ବେଆଇନ ଭାବେ ଚାଲିଛି ବେଚିଂ ପ୍ଲାଣ୍ଟ, ନିରବଦ୍ରଷ୍ଟା ପ୍ରଶାସନ

ସରକାରୀ ଜମିରେ ତିଆରି ହୋଇଛି ଆଦିତ୍ୟ କନଷ୍ଟ୍ରକ୍ସନ୍‌ର ବେଚିଂ ପ୍ଲାଣ୍ଟ । ବେଆଇନ ଭାବେ ତିଆରି ହୋଇଥିବା ଏହି ପ୍ଲାଣ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ଅଧିକ ପଢନ୍ତୁ

author img

By

Published : Nov 6, 2022, 8:14 PM IST

Etv Bharat
Etv Bharat

ଝାରସୁଗୁଡ଼ା: ଜିଲ୍ଲାର କୁଦୋପାଳିରେ ବେଆଇନ ଭାବେ ତିଆରି ହୋଇଛି ଆଦିତ୍ୟ କନଷ୍ଟ୍ରକସନର ବେଚିଂ ପ୍ଲାଣ୍ଟ। ସରକାରୀ ଗ୍ରାମ୍ୟ ଜମିରେ ଏହି ପ୍ଲାଣ୍ଟ ତିଆରି ହୋଇଥିବା ବେଳେ ଏଥିପାଇଁ କିନ୍ତୁ କୌଣସି ଅନୁମତି ମିଳିନଥିଲା । 3 ବର୍ଷ ହେଲେଣି କୁଦୋପାଲିରେ ବେଆଇନ ଭାବରେ ଏହି ବେଚିଂ ପ୍ଲାଣ୍ଟ ବସାଯାଇ ଥିବାବେଳେ ପ୍ରଶାସନର ଏଥିପ୍ରତି ଜେମିତି ନିଘା ନଥିବା ପରି ମନେ ହେଉଛି । ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ଲୋକେ । ଏହି ଠିକା କମ୍ପାନୀ ଶହଶହ ଟ୍ରିପ ମୋରମ ଵେଆଇନ ଭାବରେ ଚାଲାଣ କରିଥିବାବେଳେ ନିଜର ବେଚିଂ ପ୍ଲାଣ୍ଟ ସ୍ଥାପନା ପାଇଁ ହାଜାରହଜାର ଗଛ କାଟି ଦେଇଛି । ହେଲେ ପ୍ରଶାସନ ପକ୍ଷରୁ ଏହି କମ୍ପାନୀକୁ ବନ୍ଦ କରିବା ପାଇଁ କୌଣସି ଦୃଢ଼ ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି ।

ସରକାରୀ ଜମିରେ ବେଆଇନ ଭାବେ ଚାଲିଛି ବେଚିଂ ପ୍ଲାଣ୍ଟ

ଅନ୍ୟପଟେ ଏହି ପ୍ଲାଣ୍ଟକୁ ଶହଶହ ଯାନବାହାନ ପ୍ରତିଦିନ ଆସୁଥିବରୁ ଗ୍ରାମର ଗାଇଗୋରୁ ଦୁର୍ଘଟଣାର ଶିକାର ହେବା ସହ ପ୍ରଦୂଷଣ ବଢ଼ିବାରେ ଲାଗିଛି । ତେଣୁ ବେଆଇନ ଭାବରେ ତିଆରି ହୋଇଥିବା ଏହି ପ୍ଲାଣ୍ଟକୁ ଶୀଘ୍ର ପ୍ରଶାସନ ପକ୍ଷରୁ ବନ୍ଦ କରାଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି । ଏହି ବେଚିଂ ପ୍ଲାଣ୍ଟ ନିର୍ମାଣ ପାଇଁ ପଞ୍ଚାୟତକୁ ମଧ୍ୟ କୌଣସି ସୂଚନା ପ୍ରଦାନ କରାଯାଇ ନଥିବା କୁଦୋପାଳି ସରପଞ୍ଚ କହିଛନ୍ତି । ବିନା ଅନୁମତିରେ ଏହା ଜଙ୍ଗଲ ଜମିରେ ନିର୍ମାଣ ହୋଇଥିବାରୁ କମ୍ପାନୀ କର୍ତ୍ତୃପକ୍ଷଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରାଯିବ ବୋଲି କୁଦୋପାଳି ସରପଞ୍ଚ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ରାୟଗଡ଼ା ଥାନା ପରିସରରୁ ପୋଲିସ ପାଟ୍ରୋଲିଂ ଗାଡି଼ ଚୋରି, ଆନ୍ଧ୍ର ପ୍ରଦେଶରୁ ଉଦ୍ଧାର

ତେବେ ଦୀର୍ଘ ବର୍ଷରୁ ଗ୍ରାମ୍ୟ ଜଙ୍ଗଲ ଜମିରେ ଵେଚିଂ ପ୍ଲାଣ୍ଟ ନିର୍ମାଣ କରି ସିମେଣ୍ଟ ଓ କଂକ୍ରିଟର ମିଶ୍ରଣ ପ୍ରସ୍ତୁତ କରାଯାଉଛି । ଯାହାଫଳରେ ଆଖପାଖ ଅଞ୍ଚଳରେ ଜଳବାୟୁ ପ୍ରଦୂଷିତ ହେଉଛି । ବେଆଇନ ଭାବରେ ଏକ ପ୍ଲାଣ୍ଟ ଗ୍ରାମ୍ୟ ଜଙ୍ଗଲରେ ନିର୍ମାଣ ହୋଇଥିଲେ ହେଁ ପ୍ରଶାସନ ପାଖରେ ଏହାର ଖବର ନରହିବା ଆଶ୍ଚର୍ଯ୍ୟଜନକ । ଏହି ପ୍ଲାଣ୍ଟ ନିର୍ମାଣ ପାଇଁ ହଜାରହଜାର ଗଛ କଟିଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଥିବାବେଳେ ବନ ବିଭାଗ ପାଖରେ ଏହାର ଖବର ନାହିଁ । ତେବେ ସ୍ଥାନୀୟ ରେଞ୍ଜରଙ୍କୁ ଏହାର ତଦନ୍ତ କରି 3 ଦିନ ମଧ୍ୟରେ ରିପୋର୍ଟର ଦେବାକୁ ଜିଲ୍ଲା ବନ ବିଭାଗ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି । ସେହପରି ଏହି ବେଚିଂ ପ୍ଲାଣ୍ଟର ନିର୍ମାଣ ଉପରେ ତହସିଲଦାରଙ୍କୁ ମଧ୍ୟ ଏକ ରିପୋର୍ଟ ମଗାଯାଇଥିବା ଉପ ଜିଲ୍ଲାପାଳ କହିଛନ୍ତି । ବିଗତ ୩ବର୍ଷ ଧରି ବେଆଇନ ଭାବେ ଚାଲିଥିବା ଏହି ପ୍ଲାଣ୍ଟ ବିରୁଦ୍ଧରେ ଜିଲ୍ଲା ପ୍ରଶାସନ କଣ ପଦକ୍ଷେପ ଗ୍ରହଣ କରିବ ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.