ଝାରସୁଗୁଡା: ଦୁବାଇରେ ଆଇପିଏଲ ଖେଳ ଚାଲିଥିବା ବେଳେ ଛତିଶଗଡ଼ରୁ ଆସି ଝାରସୁଗୁଡ଼ା ବେଲପାହଡରେ ବେଟିଂ କରୁଥିଲେ ସଟ୍ଟା ଦଲାଲ | ଗୁରୁବାର ସନ୍ଧ୍ୟାରେ ଆଇପିଏଲର ପ୍ରଥମ କ୍ବାଲିଫାୟର ମ୍ୟାଚ ମୁମ୍ବାଇ ଓ ଦିଲ୍ଲୀ ମଧ୍ୟରେ ଚାଲିଥିବା ବେଳେ ବେଲପାହଡର ଏକ ହୋଟେଲରେ ବେଟିଂ ଚାଲିଥିଲା । କିଏ ଜିତିବ ଆଉ କିଏ ହାରିବ ତାକୁ ନେଇ ଲାଗୁଥିଲା ବାଜି ।
ତେବେ ବେଲପାହଡ ପୋଲିସ ହୋଟେଲ ଉପରେ ଚଢାଉ କରି ଘଟଣାସ୍ଥଳରୁ ଛତିଶଗଡର ପ୍ରଦୀପ ପଟେଲ,ଅରିଫ୍ ଅହମ୍ମଦ୍,ୱାସିମ୍ ଅହମ୍ମଦ, ଶେର୍ ଖାନ୍,ବିଜୟ ଶର୍ମା ଓ ଜଗନ୍ନାଥ ସିଂହଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ନଗଦ ଏକ ଲକ୍ଷ ଏକ ହଜାର 3ଶହ ଟଙ୍କା ,20ଟି ମୋବାଇଲ ,ଗୋଟିଏ ଲାପଟପ୍ ଓ ଗୋଟିଏ କାର୍ ଜବତ କରିଥିଲା ।

ତେବେ ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ