ETV Bharat / state

ଆବାସ କେଳେଙ୍କାରୀ ଭିଡିଓ ଭାଇରାଲ ପରେ ତଦନ୍ତ ଆରମ୍ଭ

author img

By

Published : Nov 28, 2019, 4:24 AM IST

ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗର ଭିଡିଓ ଭାଇରାଲ ପରେ ଚେତିଲା ଜିଲ୍ଲା ପ୍ରଶାସନ । ତଦନ୍ତ ଆରମ୍ଭ କଲେ ପିଡି ଡିଆରଡିଓ । ଲକ୍ଷାଧିକ ଟଙ୍କାକୁ ବିଭାଗୀୟ କର୍ମୀ ଚଳୁ କରିଥିବାର ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

PHOTO
ପଞ୍ଚଗାଁ ପଞ୍ଚାୟତ

ଝାରସୁଗୁଡା: ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ । ମନରେଗା(ଏମଜିଏନଆରଇଜିଏ)ରୁ ଆସିଥିବା ଲକ୍ଷାଧିକ ଟଙ୍କାକୁ ବିଭାଗୀୟ କର୍ମୀ ଚଳୁ କରିଥିବାର ଅଭିଯୋଗ ହୋଇଛି । ଝାରସୁଗୁଡା ଲଖନପୁର ବ୍ଲକ ପଞ୍ଚାୟତର କନିଷ୍ଠ ଯନ୍ତ୍ରୀ ପ୍ରକାଶ ସାହୁ ଓ ପଞ୍ଚଗାଁ ପଞ୍ଚାୟତର ଜିଆରଏସ ପ୍ରଭାତ ସାଙ୍କ ମଧ୍ୟରେ ଦୁର୍ନୀତି ହୋଇଥିବା ନେଇ ଏକ ଭିଡିଓ ଭାଇରାଲ ହୋଇଥିଲା । ଯାହାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଯେଉଁଥିରେ ପଞ୍ଚଗାଁ ପଞ୍ଚାୟତକୁ ଗତ 6 ବର୍ଷ ମଧ୍ୟରେ ଆବାସ ଯୋଜନାରେ(ଇନ୍ଦିରା ଆବାସ, ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଓ ବିଜୁ ପକ୍କା ଘର)ମନରେଗାରୁ ଆସିଥିବା ମୋଟ 22ଲକ୍ଷ 32 ହଜାର ଶ୍ରମିକମାନଙ୍କୁ ପାଉଣା ଦିଆଯାଇଥିଲା । ହେଲେ ବର୍ଷକୁ 6 ଲକ୍ଷ ରୁ 16 ଲକ୍ଷ ଟଙ୍କା ଶ୍ରମିକ ପାଉଣାରେ ଦୁର୍ନୀତି ହୋଇଥିବା ନେଇ ଏହି ଭିଡିଓରେ ଭାଇରାଲ ହୋଇଛି । ଏହାକୁ ନେଇ କନିଷ୍ଠ ଯନ୍ତ୍ରୀ ତାଙ୍କର ସ୍ପଷ୍ଟୀକରଣ ମଧ୍ୟ ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ଏ ସମ୍ପର୍କିତ ଭିଡିଓ ଭାଇରାଲ ହେବା ପରେ ଅଭିଯୋଗର ଶିକାର ହୋଇଥିବା ଜିଆରଏସ ପ୍ରଭାତ ସା ନିଜ ଆଡୁ ତଦନ୍ତ କରିବାଜୁ ବିଡିଓଙ୍କ ସମେତ ଜିଲ୍ଲା ପ୍ରଶାସନକୁ ଚିଠି ଲେଖି ଅନୁରୋଧ କରିଛନ୍ତି। ଏତେ ବଡ ଦୁର୍ନୀତି ସମ୍ପର୍କରେ କାହିଁକି ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ନାହାଁନ୍ତି ଜେଇ ? ଯଦ୍ବାରା ରାଜ୍ୟ ସରକାର ସହିତ ପ୍ରଶାସନ ମଧ୍ୟ ବଦନାମ ହେଉଛି, ଏହା ଉପରେ ନିରପେକ୍ଷ ତଦନ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି ।

ତେବେ ଏ ନେଇ ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ କହିଛନ୍ତି ଯେଉଁ ଅଧିକାରୀଙ୍କ ପାଇଁ ସରକାର ଉପରେ ଦାଗ ଲାଗୁଛି ତାଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ସହିତ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ । ଅନ୍ୟପଟେ ଭିଡିଓ ଭାଇରାଲ ପରେ ଝାରସୁଗୁଡା ଜିଲ୍ଳାପାଳଙ୍କ ନିର୍ଦ୍ଦେଶ କ୍ରମେ ପିଡି ଡିଆରଡିଓ ତପିରାମ ମାଝୀଙ୍କ ନେତୃତ୍ବରେ ତିନି ଜଣିଆ କମିଟି ଘଟଣାର ସତ୍ୟାସତ୍ୟ ଉପରେ ତଦନ୍ତ ଆରମ୍ଭ କରିଛନ୍ତି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:ଦୁର୍ନୀତି ସମ୍ପର୍କିତ ଭିଡ଼ିଓ ଭାଇରାଲ ଭିଡ଼ିଓରେ ଦେଖାଯାଉଛନ୍ତି
ପଞ୍ଚଗାଁ ପଞ୍ଚାୟତ ଜେଇ। ପଞ୍ଚାୟତ ରେ ବର୍ଷକୁ 8ରୁ 16 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦୁର୍ନୀତି ହୋଇଥିବା କହୁଛନ୍ତି ଜେଇ। ଗୋଟିଏ ପଟେ ଲଖନପୁର ବ୍ଲକ ଅନ୍ତର୍ଗତ ପଞ୍ଚଗାଁ ଗ୍ରାମ ପଞ୍ଚାୟତ ରେ ଗତ ଛଅ ବର୍ଷ 2013-14 ରୁ 2019-20 ଆର୍ଥିକ ବର୍ଷ ମଧ୍ୟରେ ଆବାସ ଯୋଜନାରେ(ଇନ୍ଦିରା ଆବାସ, ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଏବଂ ବିଜୁ ପକ୍କା ଘର) ମନରେଗା MGNREGA ରୁ ମୋଟ 22 ଲକ୍ଷ 32 ହଜାର ଶ୍ରମିକ ମାନଙ୍କୁ ପାଉଣା ଦିଆ ଯାଇଥିବା ବେଳେ ଅନ୍ୟପଟେ ବର୍ଷକୁ 6 ଲକ୍ଷ ରୁ 16 ଲକ୍ଷ ଟଙ୍କା ଶ୍ରମିକ ପାଉଣା ରେ ଦୁର୍ନୀତି ହୋଇଥିବା କନିଷ୍ଠ ଯନ୍ତ୍ରୀ ପ୍ରକାଶ ସାହୁ ପଞ୍ଚଗାଁ ପଂଚାୟତ ର GRS ପ୍ରଭାତ ସା ବିରୋଧ ଭାଇରଲ ଭିଡ଼ିଓ ରେ ଆକ୍ଷେପ କରିଛନ୍ତି।ଏହିଭଳି ଆକ୍ଷେପ ସମ୍ପର୍କରେ ଭିଡ଼ିଓ ଭାଇରାଲ ହେବା ପରେ ପୁଣି ନିଜେ ଆଉ ଏକ ଭିଡ଼ିଓ କରି ତାଙ୍କ ଭିଡିଓ କୁ ଏଡିଟିଙ୍ଗ କରି ବଦନାମ କରିବାକୁ ଷଡଯନ୍ତ୍ର କରାଯାଇଛି ବୋଲି ଅଭିଯୋଗ କରି ସ୍ୱୟଂ ଜେଇ ଭାଇରାଲ କରିଛନ୍ତି।ଯାହା ବର୍ତ୍ତମାନ ଜିଲ୍ଲାରେ ଚର୍ଚ୍ଚା ର ବିଷୟ ପାଲଟିଛି।Body:ଏ ସମ୍ପର୍କିତ ଭିଡ଼ିଓ ଭାଇରାଲ ହେବା ପରେ ଅଭିଯୋଗ ର ଶିକାର ହୋଇଥିବା ଜିଆରଏସ ପ୍ରଭାତ ସା ନିଜ ଆଡୁ ତଦନ୍ତ କରିବାଜୁ ବିଡ଼ିଓଙ୍କ ସମେତ ଜିଲ୍ଲା ପ୍ରଶାସନ କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ଏତେ ବଡ ଦୁର୍ନୀତି ସମ୍ପର୍କରେ କାହିଁକି ଉପରିସ୍ଥ ଅଧିକାରୀ ଙ୍କୁ ଜଣାଇ ନାହାନ୍ତି ଜେଇ ?? ଯଦ୍ୱାରା ରାଜ୍ୟ ସରକାର ସହିତ ପ୍ରଶାସନ ମଧ୍ୟ ବଦନାମ ହେଉଛି । ଏହା ଉପରେ ନିରପେକ୍ଷ ତଦନ୍ତ ଦରକାର । ତେବେ ଏ ନେଇ ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ କହିଛନ୍ତି ଯେଉଁ ଅଧିକାରୀ ଙ୍କ ପାଇଁ ସରକାର ଉପରେ ଦାଗ ଲାଗୁଛି ତାଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ସହିତ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।ଅନ୍ୟପଟେ ଭିଡିଓ ଭାଇରଲ ପରେ ଝାରସୁଗୁଡା ଜିଲ୍ଳାପାଳ ଙ୍କ ନିର୍ଦେଶ କ୍ରମେ PD, DRDA ତପିରାମ ମାଝୀ ଙ୍କ ନେତୃତ୍ବରେ ତିନି ଜଣିଆ କମିଟି ଘଟଣା ର ସତ୍ୟାସତ୍ୟ ଉପରେ ତଦନ୍ତ ଆରମ୍ଭ କରିଛନ୍ତି ।
ବାଇଟ1:ସଞ୍ଜିତ ପଧାନ, ସ୍ତାନୀୟ ବାସିନ୍ଦା
ବାଇଟ2:ପ୍ରଭାତ ସା, GRS, ପଞ୍ଚଗାଁ ଗ୍ରାମ ପଞ୍ଚାୟତ ।
ବାଇଟ3: ପ୍ରକାଶ ସାହୁ , କନିଷ୍ଠଯନ୍ତ୍ରୀ
ବାଇଟ4: ତପିରାମ ମାଝୀ , PD- DRDA
ବାଇଟ5:ସରୋଜ କୁମାର ସାମଲ, ଜିଲ୍ଲାପାଳ, ଝାରସୁଗୁଡା ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.