ETV Bharat / state

ରେଳବାଇ ଠିକାଦାରଙ୍କ ଶିକାର ଜମୁଆ ଡୁଙ୍ଗୁରି: ଚାଲିଛି ବେଧଡକ ଗଛ କଟା, ମୋରମ ଚାଲାଣ

ଝାରସୁଗୁଡାର ଜମୁଆ ଡୁଙ୍ଗୁରି ଉପରେ ରେଳବାଇ ଠିକାଦାରଙ୍କ ରାଜ୍ । ବେଧଡ଼କ ଗଛ କାଟିବା ସହ ହଜାର ହଜାର ଟ୍ରିପ୍‌ ମୋରମ ଚାଲାଣ କରୁଛନ୍ତି । ହେଲେ ଠିକାଦାରଙ୍କ ବିରୋଧରେ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନେଉନି ଜିଲ୍ଲା ପ୍ରଶାସନ । ଫଳରେ ଡୁଙ୍ଗୁରର ଜୈବ ବିିବିଧତା ନଷ୍ଟ ହେବାରେ ଲାଗିଛି । ଅଧିକ ପଢନ୍ତୁ

ଜମୁଆ ଡୁଙ୍ଗୁରିରୁ ବେଆଇନ ମୋରମ ଖନନ
ଜମୁଆ ଡୁଙ୍ଗୁରିରୁ ବେଆଇନ ମୋରମ ଖନନ
author img

By

Published : Jun 8, 2023, 5:06 PM IST

ରେଳବାଇ ଠିକାଦାରଙ୍କ ଶିକାର ଜମୁଆ ଡୁଙ୍ଗୁରି

ଝାରସୁଗୁଡା: ଝାରସୁଗୁଡାରେ ଚାଲିଛି ରେଳବାଇ ଠିକାଦାରଙ୍କ ରାଜ୍ । ପ୍ରଶାସନର ନାକ ତଳେ ବେଧଡ଼କ ଭାବେ ଶହଶହ ମୂଲ୍ୟବାନ ଗଛ କାଟୁଛନ୍ତି । ଆଖିରେ ଆଙ୍ଗୁଠି ଗେଞ୍ଜି ବେଆଇନ ଭାବେ ହଜାର ହଜାର ଟ୍ରିପ୍‌ ମୋରମ ବୋହି ନେଉଛନ୍ତି ଠିକାଦାର । ଝାରସୁଗୁଡା ଜମେରା ପଞ୍ଚାୟତର ଜମୁଆ ଡୁଙ୍ଗୁରି ଉପରେ ଠାକିଦାରଙ୍କ ଏଭଳି ରାଜ୍ ଚାଲିଥିବା ଅଭିଯୋଗ ହୋଇଛି । ଝାରସୁଗୁଡା-ବିଳାସପୁର ମଧ୍ୟରେ ନୂତନ ରେଳ ଲାଇନ ନିର୍ମାଣ ପାଇଁ ଠିକା କାମ ପାଇଥିବା ଠିକାଦାର ବେଧଡ଼କ ଭାବେ ମୂଲ୍ୟବାନ ଗଛ କାଟିବା ସହ ବେଆଇନ ଭାବେ ମୋରମ ଖନନ କରି ଚାଲାଣ କରୁଛନ୍ତି । କିନ୍ତୁ ଜିଲ୍ଲା ପ୍ରଶାସନ ଏ ଦିଗରେ କୌଣସି ଆଖିଦୃଶିଆ ପଦକ୍ଷେପ ନେଉନାହିଁ । ଯାହାଫଳରେ ଜମୁଆ ଡୁଙ୍ଗୁରିର(ଛୋଟ ପାହାଡ) ଜୈବ ବିବିଧତା ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହେଉଛି l

ଗତ ୬ ମାସ ଧରି ସମ୍ପୃକ୍ତ ଠିକାଦାର ଜମୁଆ ଡୁଙ୍ଗୁରିରୁ ବେଆଇନ ଭାବରେ ମୋରମ ଖନନ କରୁଛନ୍ତି । ଯାହାଫଳରେ ଡୁଙ୍ଗୁରିର ୫୦୦ ମିଟର ପର୍ଯ୍ୟନ୍ତ ରାସ୍ତା ଏବେ ଗାଡିଆ ପାଲଟିଛି । ଗ୍ରାମବାସୀମାନେ ଏହି ବେଆଇନ ମୋରୁମ ଚାଲାଣ ଦିଗରେ ଅଭିଯୋଗ କରିଥିଲେ ସୁଦ୍ଧା ପ୍ରଶାସନ ପକ୍ଷରୁ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ l ବନ ବିଭାଗ ଏହା ରାଜସ୍ବ ବିଭାଗର କାର୍ଯ୍ୟ କହି ଚୁପ୍ ବସୁଥିବା ବେଳେ, ଅନୁରୂପ ଭାବେ ରାଜସ୍ବ ବିଭଗ ମଧ୍ୟ ବନ ବିଭାଗର କାର୍ଯ୍ୟ ବୋଲି ଭାବି ଅବହେଳା କରୁଛି । ଉଭୟ ବିଭାଗ ମଧ୍ୟରେ ସମନ୍ବୟରେ ଅଭାବ ଯୋଗୁଁ ଜମୁଆ ଡୁଙ୍ଗୁରେ ଏବେ ଧ୍ବଂସ ହେବାକୁ ବସିଛି ।

ଜାମୁଆ ଡୁଙ୍ଗୁରି ଭେଡେନ ଓ ଇବ ନଦୀର ମିଳନସ୍ଥଳୀ ତଥା ହୀରକୁଦ ଜଳ ଭଣ୍ଡାର ପାଖରେ ଥିବାରୁ ଏଠାରେ ଅନେକ ପ୍ରଜାତିର ବନ୍ୟପ୍ରାଣୀ, ପଶୁପକ୍ଷୀ ବସବାସ କରନ୍ତି । ଡୁଙ୍ଗୁରି ଉଜୁଡିବା ପରେ ଏହି ବନ୍ୟପ୍ରାଣୀ ଏବେ ମୃତ୍ୟୁ ମୁଖକୁ ଠେଲି ହୋଇଛନ୍ତି । ଡୁଙ୍ଗୁରିର ଅଧାରୁ ଅଧିକ ସ୍ଥାନ ଧ୍ବଂସ ହୋଇ ସାରିଥିବା ବେଳେ ଏହାକୁ ବଞ୍ଚାଇବା ପାଇଁ ବାରମ୍ବାର ସ୍ଥାନୀୟ ଲୋକଙ୍କ ଦାବି ପରେ ଏବେ ପ୍ରଶାସନର ନିଦ ଭାଙ୍ଗିଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ତହସିଲଦାର ଝାରସୁଗୁଡା ଏବଂ ବିଭାଗୀୟ ଅଧିକାରି ମାନେ ଘଟଣାସ୍ଥଳକୁ ଯାଇ ସ୍ଥିତି ଯାଞ୍ଚ କରିଛନ୍ତି ।

ତେବେ ଜିଲ୍ଲା ପ୍ରଶାସନ ଆଗକୁ ଠିକାଦାର ବିରୋଧରେ କ'ଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ସମୟ କହିବ । ବେଆଇନ ଭାବରେ ଜଙ୍ଗଲ ନଷ୍ଟ ଏବଂ ମୋରମ ଚାଲାଣ କରି ଜୈବ ବିଭିଦତା ନଷ୍ଟ କରୁଥିବା ଠିକାଦାରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ଥିବା ସାଧାରଣରେ ମତ ପ୍ରକାଶ ପାଇଛି ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.