ETV Bharat / state

ଏଥର ବିଜୟ ନେଇ ଆଶାବାଦୀ: ଦିନେଶ ଜୈନ - bjp candidate

ଝାରସୁଗୁଡା ବିଧାନସଭାରେ ଲଢେଇ ବେଶ ପ୍ରତିଦ୍ୱନ୍ଦିତାପୂର୍ଣ୍ଣ ହେବାର ସମ୍ଭାବାନ ଦେଖାଦେଇଛି। ଚଳିତ ଥର ଏହି ନିର୍ବାଚନମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ଦିନେଶ ଜୈନ ନିଜର ବିଜୟ ନେଇ ଆଶାବାଦୀ ଅଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା
author img

By

Published : Apr 6, 2019, 3:49 PM IST

Updated : Apr 6, 2019, 3:55 PM IST

ଝାରସୁଗୁଡା: ପଶ୍ଚିମ ଓଡିଶାର ଅନ୍ୟତମ ଚର୍ଚ୍ଚିତ ବିଧାନସଭା ଆସନ ହେଉଛି ଝାରସୁଗୁଡା । ଏଠାରେ ଦ୍ବିମୁଖୀ ଲଢେଇ ହୋଇଥାଏ । ପୂର୍ବରୁ ଏଠାରେ କଂଗ୍ରେସ ଓ ବିଜେଡି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳୁଥିଲା । ଖଣିଖାଦାନ ଭରା ଏହି ନିର୍ବାଚନମଣ୍ଡଳୀରେ ଏଥର ଦେଖିବାକୁ ମିଳିବ ତ୍ରିକୋଣୀୟ ମୁକାବିଲା ।

ଝାରସୁଗୁଡା ଆସନରୁ ବିଜେଡି ପ୍ରାର୍ଥୀ ହୋଇଥିବା ନବ ଦାସଙ୍କୁ ଏଥର ଟକ୍କର ଦେବେ ବିଜେପି ଓ କଂଗ୍ରେସ । ଏ ନିର୍ବାଚନମଣ୍ଡଳୀ ଆଗରୁ କଂଗ୍ରେସର ଗଡ଼ କୁହାଯାଉଥିଲା । କାରଣ ଏଠାରୁ କଂଗ୍ରେସ ଟିକେଟର ଲଗାତାର ଦୁଇଥର ନିର୍ବାଚନ ଜିତିଥିବା ନବ ଦାସ ବର୍ତ୍ତମାନ ଦଳ ପରିବର୍ତ୍ତନ କରି ବିଜେଡ଼ି ଦଳରେ ସାମିଲ ହୋଇଛନ୍ତି ଓ ଏବଂ ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ଏଥରର ଲଢେଇ ମଧ୍ୟରେ ବିଜେପି ପ୍ରାର୍ଥୀ ଦିନେଶ ଜୈନ ମଧ୍ୟ ସାମିଲ ହୋଇଛନ୍ତି । ଗତ 2009 ନିର୍ବାଚନ ଏଠାରୁ ବିଜେପି ପ୍ରାର୍ଥୀ ଭାବେ ଦିନେଶ ମୈଦାନକୁ ଓହ୍ଲାଇଥିଲେ ମଧ୍ୟ ପରାସ୍ତ ହୋଇଥିଲେ । ଏଥର ବିଜୟୀ ହେବା ନେଇ ନିଜେ ଆଶାବାଦୀ ସେ ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଈଟିଭି ଭାରତ

ଏଥର ବୋଧେ ଅଭିନେତ୍ରୀ ଭାରି ଭାରି ପସନ୍ଦ ଆସିଲେ : ଶ୍ରିତମ ଦାସ

ଇଟିଭି ର ସ୍ୱତନ୍ତ୍ର ସାକ୍ଷାତ କାର ରେ ଏମିତି କିଛି କହିଛନ୍ତି ଅଭିନେତା ଶ୍ରିତମ ଦାସ।
ଆଗକୁ ଆସୁଛି ନିର୍ବାଚନ ତାକୁ ନେଇ ଏବେ ସାରା ଓଡ଼ିଶାରେ ସରଗର ଥିବା ବେଳେ ସମସ୍ତ ଦଳ ମାନଙ୍କ ଠାରେ ବି ଅଭିନେତା ରୁ ନେତା ହୋଉ ଥିବା ଲୋକ ବି ଟିକଟ ପାଇଁ ଆଶା ବାନ୍ଧି ଥିଲେ । ଅଭିନେତା ତଥା ନେତା  
ଶ୍ରିତମ ଦାସ ଙ୍କ କଥା କହୁଛୁ ଯିଏ ଦୀର୍ଘ ବର୍ଷ ହେଲା ଭାରତୀୟ ଜନତା ପାର୍ଟି ର ଷ୍ଟାର ପ୍ରଚାରକ ଭାବରେ କାମ କରି ଆସୁଛନ୍ତି ଆଉ ଚଳିତ ବର୍ଷ ନିର୍ବାଚନ ରେ ମଧ୍ୟ ସେ ଷ୍ଟାର ପ୍ରଚାରକ ରୂପ ରେ କାମ କରିବେ ବୋଲି ଦଳ ନିଷ୍ପତ୍ତି ନେଇଛି।  ଏହା ସହ ଶ୍ରିତମ କହିଛନ୍ତି ମୁ ଟିକେଟ ପାଇଁ ଆଶାଇ ନ ଥିଲି ,ମୁ ଏ ଓଡିଶା ର ଚୌକିଦାର ଅଟେ  ଆଉ ଆଗାମୀ 5 ବର୍ଷ ବି ଚୌକିଦାରି କରିବି।  
Last Updated : Apr 6, 2019, 3:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.