ETV Bharat / state

କୋଇଲା ଖଣି ବିସ୍ଥାପିତଙ୍କ ସମସ୍ୟାର ସମାଧାନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ - ଝାରସୁଗୁଡା କୋଇଲା ଖଣି ବିସ୍ଥାପିତଙ୍କ ସମସ୍ୟାର ସମାଧାନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କୋଇଲା ଖଣି ବିସ୍ଥାପିତଙ୍କ ସମସ୍ୟାର ସମାଧାନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଦୀର୍ଘ ବର୍ଷ ଧରି ବିସ୍ଥାପନ ସମସ୍ୟା ରହିଥିଲେ ମଧ୍ୟ ଏମସିଏଲ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ କରି ନଥିବାରୁ ହାଇକୋର୍ଟର ଦ୍ବାରସ୍ଥ ଗ୍ରାମବାସୀ । ଅଧିକ ପଢନ୍ତୁ...

କୋଇଲା ଖଣି ବିସ୍ଥାପିତଙ୍କ ସମସ୍ୟାର ସମାଧାନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

author img

By

Published : Oct 5, 2020, 10:30 PM IST

ଝାରସୁଗୁଡା: କୋଇଲା ଖଣି ବିସ୍ଥାପିତଙ୍କ ସମସ୍ୟାର ସମାଧାନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ବିସ୍ଥାପନ ସମସ୍ୟାର ତଦନ୍ତ କରି ପଦକ୍ଷେପ ନେବାକୁ ଝାରସୁଗୁଡା ଜିଲାପାଳଙ୍କୁ ନିର୍ଦେଶ ଦିଆଯାଇଛି ।

କୋଇଲା ଖଣି ବିସ୍ଥାପିତଙ୍କ ସମସ୍ୟାର ସମାଧାନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଲଖନପୁର ବ୍ଲକ କୁଡ଼ାଲୋଇ ପଞ୍ଚାୟତର ଟିଙ୍ଗିସମାଲ ଅଞ୍ଚଳରେ ହୋଇଥିବା କୋଇଲାଖଣି ଦ୍ବାରା ଟିଙ୍ଗିସମାଲ ଗ୍ରାମବାସୀ ମୌଳିକ ସୁବିଧା ସହିତ ନାହିଁନଥିବା ଅସୁବିଧା ଭୋଗୁଛନ୍ତି । ଦୀର୍ଘ ବର୍ଷ ଧରି ବିସ୍ଥାପନ ସମସ୍ୟା ରହିଥିଲେ ମଧ୍ୟ ଏମସିଏଲ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ କରି ନଥିବାରୁ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ଗ୍ରାମବାସୀ । କୋଇଲାଖଣିର ସଂପ୍ରସାରଣ କରି କୋଇଲା ଉତ୍ତୋଳନ କରି ଖଣି ଭିତରେ ବିସ୍ପୋରଣ କରିବା ଦ୍ବାରା ଗ୍ରାମବାସୀ ଆତଙ୍କିତ ହୋଇ ରହିଛନ୍ତି । କୋଇଲାଖଣି ପାଇଁ କିଛି ପରିବାର ଚାକିରୀ ଓ ବିସ୍ଥାପିତ ପାଇଁ ଆର୍ଥିକ ପ୍ରାପ୍ୟ ପାଉନଥିବାରୁ ଜିଲ୍ଲା ପ୍ରଶାସନ ଓ କୋଇଲାଖଣି କର୍ତ୍ତୃପକ୍ଷଙ୍କୁ ଦାବି ଜଣାଉଥିବା ସତ୍ତ୍ବେ କେହି ନ ଶୁଣିବାରୁ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ।

ମାନ୍ୟବର ହାଇକୋର୍ଟର ନିର୍ଦ୍ଦେଶକ୍ରମେ ଏହାର ତଦନ୍ତ କରି ପଦକ୍ଷେପ ନେବାକୁ ଝାରସୁଗୁଡା ଜିଲାପାଳଙ୍କୁ ନିର୍ଦେଶ ଦେଇଥିବା ଜଣାଯାଇଛି । ଆଜି ଗ୍ରାମବାସୀ ଝାରସୁଗୁଡା ଜିଲ୍ଲାପାଳଙ୍କ ଠାରେ ଉପସ୍ଥିତ ହୋଇଥିଲେ । ଆଜିର ଶୁଣାଣି ପରେ ଗ୍ରାମବାସୀ କିଛି ଉପକୃତ ହେବେ ବୋଲି ଗ୍ରାମବାସୀ ଆଶାପ୍ରକାଶ କରିଛନ୍ତି।

ଝାରସୁଗୁଡାରୁ ରବିନାରାୟଣ ସାହୁ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.