ETV Bharat / state

ପ୍ରଦୀପ ପୁରୋହିତଙ୍କ ମନ୍ତବ୍ୟ ଭିତ୍ତିହୀନ କହିଲେ ମନ୍ତ୍ରୀ ନବ ଦାସ - ପ୍ରଦୀପ ପୁରୋହିତଙ୍କ ମନ୍ତବ୍ୟ ଭିତ୍ତିହୀନ

ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ମନ୍ତବ୍ୟ ଉପରେ ଉତ୍ତର ରଖିଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ । ମନ୍ତ୍ରୀଙ୍କ କଥାରେ କଂଗ୍ରେସ କର୍ମୀ ବିଜେଡିକୁ ଭୋଟ ଦେଇଥିବା ମନ୍ତବ୍ୟକୁ ଭିତ୍ତିହୀନ କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ଅଧିକ ପଢ଼ନ୍ତୁ

Health Minister Naba Kishore Das reaction
ପ୍ରଦୀପ ପୁରୋହିତଙ୍କ ମନ୍ତବ୍ୟ ଭିତ୍ତିହୀନ କହିଲେ ମନ୍ତ୍ରୀ ନବ ଦାସ
author img

By

Published : Dec 18, 2022, 10:22 PM IST

ପ୍ରଦୀପ ପୁରୋହିତଙ୍କ ମନ୍ତବ୍ୟ ଭିତ୍ତିହୀନ କହିଲେ ମନ୍ତ୍ରୀ ନବ ଦାସ

ଝାରସୁଗୁଡ଼ା: ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ମନ୍ତବ୍ୟ ଉପରେ ଉତ୍ତର ରଖିଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ । ମନ୍ତ୍ରୀଙ୍କ କଥାରେ କଂଗ୍ରେସ କର୍ମୀ ବିଜେଡିକୁ ଭୋଟ ଦେଇଥିବା କହିଥିଲେ ପ୍ରଦୀପ ପୁରୋହିତ । ବିଜେପି ନେତାଙ୍କର ଏଭଳି ବୟାନକୁ ଭିତ୍ତିହୀନ କହିଛନ୍ତି ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ।

ପଦ୍ମପୁର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଏକ ମନ୍ତବ୍ୟ ଦେଇ କହିଥିଲେ ଯେ, ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟମନ୍ତ୍ରୀଙ୍କ କହିବାରୁ କଂଗ୍ରେସ କର୍ମୀ ତାଙ୍କର ଭୋଟ ବିଜେଡି ଦଳକୁ ସମର୍ପିତ କରିଥିଲେ । ଏହାର ଜବାବ ରଖିଛନ୍ତି ମନ୍ତ୍ରୀ ନବ କିଶୋର ଦାସ । ସେ କହିଛନ୍ତି, "ମୁଁ ପଦ୍ମପୁର ଉପନିର୍ବାଚନରେ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିଲି । ଆମ ଦଳର ନିତି ଆଦର୍ଶ ଓ ଲୋକଙ୍କ ପାଇଁ ରହିଥିବା ଯୋଜନା ତାଙ୍କ ପାଖକୁ କେମିତି ପହଞ୍ଚି ପାରିବ ସେନେଇ ଭୋଟରଙ୍କୁ ଅବଗତ କରିଥିଲି । ତେବେ ଲୋକେ ଯାହାକୁ ଭରସା କରନ୍ତି ତାକୁ ହିଁ ତାଙ୍କର ଭଲପାଇବା ମିଳିଥାଏ । ଏହା ପଦ୍ମପୁର ଭୋଟର ଦେଖାଇଛନ୍ତି । ଏଥିରେ କେଉଁ ଦଳର ଭୋଟ ଆମ ଦଳକୁ ମିଳିଛି ତାହା ଭିତ୍ତିହୀନ । ତେବେ ସୂଚନା ଥାଉକି ଝାରସୁଗୁଡ଼ା ବିଧାୟକ ତଥା ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ପର୍ଯ୍ୟବେକ୍ଷକ ଭାବରେ ପଦ୍ମପୁର ଉପନିର୍ବାଚନରେ ଦଳର ମଙ୍ଗ ଧରିଥିଲେ । ଏଥିରେ ଦଳ ୪୦ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିଲା ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.