ETV Bharat / state

ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ହତ୍ୟା: ଅଭିଯୁକ୍ତ ପୋଲିସ କର୍ମଚାରୀ ଗିରଫ, ତଦନ୍ତର ଅନୁଧ୍ୟାନ ପାଇଁ ହାଇକୋର୍ଟଙ୍କୁ ଚିଠି

author img

By

Published : Jan 30, 2023, 6:47 PM IST

Updated : Jan 30, 2023, 9:44 PM IST

ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳି କରିଥିବା ପୋଲିସ ଏଏସ୍ଆଇ ଗୋପାଳ ଦାଶ ଗିରଫ । ନବ ଦାସଙ୍କ ହତ୍ୟା ଅଭିଯୁକ୍ତ ଗୋପାଳ ଦାସ କୋର୍ଟରେ ହାଜର । ଝାରସୁଗୁଡ଼ା JMFC କୋର୍ଟରେ ହାଜର କଲା ପୋଲିସ । ଅଧିକ ପଢନ୍ତୁ

ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ହତ୍ୟା
ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ହତ୍ୟା
Health minister Naba das murder case

ଝାରସୁଗୁଡା: ସ୍ୱାସ୍ଥ୍ୟ ମନ୍ତ୍ରୀ ଦାସ ଙ୍କୁ ଗୁଳି କରି ହତ୍ୟା ଘଟଣା। ଗତକାଲି ବ୍ରଜରାଜନଗରରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ କାର୍ଯ୍ୟକ୍ରମକୁ ଯୋଗଦେବାକୁ ଯାଉଥିବାବେଳେ ତାଙ୍କୁ ଜଣେ ପୋଲିସ ଏଏସ୍ଆଇ ଗୁଳି କରିଥିଲେ । ଏହାପରେ ତାଙ୍କୁ ଭୁବନେଶ୍ବରକୁ ଏୟାରଲିପ୍ଟ କରାଯାଇଥିଲା । ରାତି ପ୍ରାୟ ୭.୩୦ରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ ନବ ଦାସ । ଆଜି ପୋଲିସକର୍ମୀ ଗୋପାଳ ଦାଶ ବିରୁଧରେ ଏକ ମାମଲା ରୁଜୁ କରି ଗିରଫ କରିଛି ପୋଲିସ ।

ସେହିପରି ଅଭିଯୁକ୍ତ ଗୋପାଳ ଦାସଙ୍କୁ ରିମାଣ୍ଡ ରେ ନେବ କ୍ରାଇମବ୍ରାଞ୍ଚ ଟିମ। ଭୁବନେଶ୍ବର ଷ୍ଟେଟ ଫରେନସିକଲ୍ୟାବ ଟିମ୍ ବ୍ରଜରାଜନଗରରେ ତଦନ୍ତ କରୁଛି। ପ୍ରତ୍ୟକ୍ଷଦର୍ଶୀ ଓ ସୂଚନା ଦେଇଥିବା ବ୍ୟକ୍ତିଙ୍କୁ ମଧ୍ୟ ଜେରା କରାଯାଇଥିବା ସୂଚନା ମିଳିଛି। ଘଟଣା ସ୍ଥଳରୁ ତଦନ୍ତକାରୀ ଟିମ୍ କିଛି ପ୍ରମାଣ ସଂଗ୍ରହ କରିଥିବା ଜଣାପଡିଛି । ତେବେ ଏହି ହତ୍ୟା ଘଟଣାରେ ବ୍ୟବହାର ହୋଇଥିବା ବନ୍ଧୁକ, ଗୁଳି ଓ ଗୋପାଳ ଦାସଙ୍କ ମୋବାଇଲ୍ କୁ ଜବତ କରାଯାଇଛି। ଜବତ ହୋଇଥିବା ସାମଗ୍ରୀ ଗୁଡିକୁ ଟେଷ୍ଟ କରିବାକୁ ବାଲିଷ୍ଟିକ୍ ଲାବ୍ କୁ ପଠାଯାଇଛି ।

ତେବେ ଏହି ମାମଲାରେ କ୍ରାଇମବ୍ରାଞ୍ଚ୍ ଟିମ ତଦନ୍ତ ପ୍ରକ୍ରିୟା କୁ ଜୋରଦାର କରୁଥିବା କ୍ରାଇମବ୍ରାଞ୍ଚ୍ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ମାମଲାର ତଦନ୍ତ ପ୍ରକ୍ରିୟା ଜାରିରହିଥିବା ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ଗୋପାଳ ଦାଶ ଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି । ଏଥିସହ ନବ ଦାଶ ହତ୍ୟା ଘଟଣାରେ ତଦନ୍ତ ଅନୁଧ୍ୟାନ ପାଇଁ ଅବସରପ୍ରାପ୍ତ କିମ୍ବା ସିଟିଂ ହାଇକୋର୍ଟ ବିଚାରପତିଙ୍କୁ ମନୋନୀତ କରିବାକୁ ଓଡ଼ିଶା ସରକାର ଚିଠି ଲେଖିଛନ୍ତି । ଅନ୍ୟପଟେ ଅଭିଯୁକ୍ତଙ୍କୁ 7 ଦିନିଆ ରିମାଣ୍ଡରେ ନେବା ପାଇଁ କ୍ରାଇମବ୍ରାଞ୍ଚ ଆବେଦନ କରିବ । ଏପଟେ ଗୋପାଳ କୋର୍ଟରେ ହାଜର । ନବ ଦାସଙ୍କ ହତ୍ୟା ଅଭିଯୁକ୍ତ ଗୋପାଳ ଦାସ କୋର୍ଟରେ ହାଜର । ଝାରସୁଗୁଡ଼ା JMFC କୋର୍ଟରେ ହାଜର କଲା ପୋଲିସ । କଡ଼ା ସୁରକ୍ଷା ବଳୟରେ କୋର୍ଟକୁ ନିଆଗଲା ।

ଇଟିଭି ଭାରତ, ଝାରସୁଗୁଡା

Last Updated : Jan 30, 2023, 9:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.