ଝାରସୁଗୁଡା: ବାସଭବନରେ ରୋଷେୟା ଭାବରେ କାମ କରୁଥିବା ଲଳିତ ସାହୁ ଆତ୍ମହତ୍ୟା ଘଟଣାରେ ମୁହଁ ଖୋଲିଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ।
ରୋଷେୟା ଲଳିତ ସାହୁ ମୃତ୍ୟୁ ମାମଲାରେ ବିଜେପି ବାରମ୍ବାର ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଟାର୍ଗେଟ କରିବା ପରେ ଶେଷରେ ମୁହଁ ଖୋଲିଲେ ମନ୍ତ୍ରୀ । କହିଲେ ଆଇନକୁ ତା ବାଟରେ ଯିବାକୁ ଦିଅ, ଆଇନ ଅନୁଯାୟୀ ତଦନ୍ତ ହେବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଏଥିରେ ବିରୋଧୀ ଦଳ ନେତାମାନେ ଅଯଥାରେ ରାଜନୀତି କରୁଛନ୍ତି ବୋଲି କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ।
ଝାରସୁଗୁଡାରୁ ଗୁରୁ ଚରଣ ବାଘ, ଇଟିଭି ଭାରତ