ETV Bharat / state

9 ଦିନ ପରେ ଘାସି ସମାଜର ଦାବି ଶୁଣିଲେ ସ୍ବାସ୍ଥ୍ୟମନ୍ତ୍ରୀ - ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ

ଘାସି ସମାଜର 4 ଦଫା ସମ୍ବଳିତ ଦାବିପତ୍ରକୁ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଅଧ୍ୟକ୍ଷତାରେ ମିଳିଲା ସ୍ବୀକୃତି । ଏହା ପରେ ଦୀର୍ଘ 9 ଦିନ ବ୍ୟାପି ଚାଲିଥିବା ଆନ୍ଦୋଳନରୁ ଓହରିବ ଘାସି ସମାଜ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା
author img

By

Published : Aug 6, 2019, 3:49 PM IST

ଝାରସୁଗୁଡା: ସ୍ଵାସ୍ଥ୍ୟ ମନ୍ତ୍ରୀ ତଥା ଝାରସୁଗୁଡ଼ା ବିଧାୟକ ନବ କିଶୋର ଦାସ ଝାରସୁଗୁଡା ଆସିବା ପରେ 9 ଦିନ ଧରି ଚାଲିଥିବା ଆନ୍ଦୋଳନର ସମାପ୍ତି ଘଟିଛି । 4 ଦଫା ଦାବି ନେଇ ଜୟ ଭୀମ ଘାସି ସମାଜ ପକ୍ଷରୁ କରାଯାଉଥିବା ଆନ୍ଦୋଳନର ସମସ୍ତ ଦାବିକୁ ମାନି ନେଇଛନ୍ତି ସରକାର ଓ ପ୍ରଶାସନ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ଝାରସୁଗୁଡା ସ୍ଥିତ ମଙ୍ଗଳବଜାରରେ ଥିବା ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ସହ 24 ଘଣ୍ଟିଆ ସେବା ପ୍ରଦାନ ଦାବିରେ ବନ୍ଦ ଆଦ୍ବାନ ଦେଇଥିଲେ ଘାସି ସମାଜ ଓ ସିଟିଜେନ ଫୋରମ୍‌ । ସେପଟେ ବନ୍ଦ ପାଳନ ଯୋଗୁଁ ଝାରସୁଗୁଡା ସହରର ସମସ୍ତ ଦୋକାନ ବଜାର ମଧ୍ୟ ବନ୍ଦ ରହିଥିଲା ।

ସୂଚନାନୁସାରେ, ଗତ ମାସ 27 ତାରିଖରେ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାରେ ଡ଼ାକ୍ତର ଅବହେଳା ଯୋଗୁଁ 9 ମାସର ଏକ ଶିଶୁର ମୃତ୍ୟୁ ହୋଇଥିଲା । ଘଟଣାଟି ସାମନାକୁ ଆସିବା ପରେ ଘାସି ସମାଜ ଏହାକୁ ପ୍ରତିବାଦ କରି ଆନ୍ଦୋଳନ ଡାକରା ଦେଇଥିଲେ ।

ସେହିପରି ସହରଟି ପରିମଳ ବ୍ୟବସ୍ଥାର ସଫେଇ କାର୍ଯ୍ୟରୁ ଦୂରେଇ ରହିଥିଲେ ସଫେଇ କର୍ମଚାରୀ । ଏହି ବ୍ୟବସ୍ଥାରେ ସୁଧାର ଆଣିବାକୁ ପୌରାଞ୍ଚଳ କର୍ତ୍ତୃପକ୍ଷ ବାହାରୁ ସଫେଇ କର୍ମଚାରୀ ଡକାଇ ପୋଲିସ ସହାୟତାରେ କାମ କରିଥିଲେ । କିନ୍ତୁ ଘଟଣାକୁ ନେଇ ମୁହାଁ ମୁହିଁ ହୋଇଥିଲା ପ୍ରଶାସନ ଓ ଘାସି ସମାଜ । ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ମାଲିମୁଣ୍ଡା ସ୍ଥିତ ନୂତନ କୋଠାକୁ ସ୍ଥାନାନ୍ତର କରିବାକୁ ଦୀର୍ଘ ଦିନ ଧରି ଝାରସୁଗୁଡାରେ ଅସନ୍ତୋଷ ଲାଗି ରହିଥିଲା । ଉକ୍ତ ପ୍ରସଙ୍ଗରେ ସ୍ଵାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଝାରସୁଗୁଡା ଆସି ଝାରସୁଗୁଡା ସର୍କିଟ ହାଉସରେ ଏକ ଜରୁରୀ ବୈଠକ ଡାକିଥିଲେ । ବୈଠକରେ ଜିଲ୍ଲାପାଳ, ସିଡ଼ିଏମଓ, ଏସପି, ଝାରସୁଗୁଡା ମୁନିସିପାଲିଟି ନିର୍ବାହୀ ଅଧିକାରୀ ସହ ବିଭିନ୍ନ ବିଭାଗ ଅଧିକାରୀ ସହିତ ଘାସି ସମାଜ ଓ ଝାରସୁଗୁଡା ନାଗରିକ ଯୋଗ ଦେଇଥିଲେ ।

ଆଲୋଚନାରେ ଘାସି ସମାଜ ଚିକିତ୍ସାରେ ଡାକ୍ତର ଅବହେଳା ଯୋଗୁଁ 9 ମାସର ଶିଶୁର ମୃତ୍ୟୁ ହୋଇଥଲା । କ୍ଷତିପୂରଣ, ମଙ୍ଗଳବଜାରରେ ଥିବା ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ 24 ଘଣ୍ଟିଆ ସେବା ପ୍ରଦାନ, ଆନ୍ଦୋଳନରେ ପୋଲିସ ଗିରଫ କରିଥିବା ଲୋକଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ସହିତ ଆନ୍ଦୋଳନରେ କାର୍ଯ୍ୟ ବନ୍ଦ କରିଥିବା ସଫେଇ କରମଚାରୀଙ୍କ ପାଉଣା ନକାଟିବାକୁ ଦାବି କରିଥିଲେ । ସ୍ଵାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ଅଧକ୍ଷତାରେ ଆଲୋଚନା ହେବା ପରେ ସରକାର ଉକ୍ତ ଦାବି ଗୁଡିକୁ ମାନି ନେଇଛନ୍ତି । ଏହା ପରେ ଘାସି ସମାଜ ଆନ୍ଦୋଳନରୁ ଓହରିବା ନେଇ ସୂଚନା ଦେଇଥିଲେ ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.