ETV Bharat / state

Naba Das Murder: ସରିଲା ୩ୟ ପର୍ଯ୍ୟାୟ ରିମାଣ୍ଡ ଅବଧି, ନ୍ୟାୟିକ ହେପାଜତକୁ ଗଲା ଗୋପାଳ

ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋପାଳର ସରିଛି ୩ୟ ପର୍ଯ୍ୟାୟ ରିମାଣ୍ଡ ଅବଧି । ଏହାପରେ କୋର୍ଟ ତାକୁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି । ଅଧିକ ପଢନ୍ତୁ

Gopal Das
Gopal Das
author img

By

Published : Feb 13, 2023, 6:39 PM IST

Naba Das Murder

ଝାରସୁଗୁଡ଼ା: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସର ସରିଲା ୩ୟ ପର୍ଯ୍ୟାୟ ରିମାଣ୍ଡ ଅବଧି । ଝାରସୁଗୁଡ଼ା JMFC କୋର୍ଟରେ ଗୋପାଳକୁ ହାଜର କରାଯିବା ପରେ କୋର୍ଟ ତାକୁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି । ୧୬୪ ଧାରାରେ ଗୋପାଳର ବୟାନ ରକର୍ଡ କରାଯାଇଥିବା ସୂଚନା ମିଳିଛି । ନାର୍କୋ ଟେଷ୍ଟ ଲାଗି ଗୋପାଳ ଗୁଜୁରାଟ ଯାଇଥିବା ବେଳେ ସେଠାରେ ମନ୍ତ୍ରୀଙ୍କୁ ହତ୍ୟା କରିବାର କାରଣ କହିଥିବା କ୍ରାଇମବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ଆଜି ତୃତୀୟ ପର୍ଯ୍ୟାୟ ରିମାଣ୍ଡର ଶେଷ ଦିନରେ ଝାରସୁଗୁଡ଼ା ଓଏସିଏପି ଦ୍ବିତୀୟ ବାଟାଲିୟନ ପରିସରରୁ JMFC କୋର୍ଟରେ ହାଜର କରିଥିଲେ କ୍ରାଇମବ୍ରାଞ୍ଚ ଟିମ୍ । ରିମାଣ୍ଡର ଅବଧି ଶେଷ ହୋଇଥିବା ବେଳେ ଆଜି କ୍ରାଇମବ୍ରାଞ୍ଚ ସ୍ବରେଜ ଟ୍ୟାଙ୍କରୁ ବାହାରିଥିବା କାଗଜ ଖଣ୍ଡଠାରୁ ଆରମ୍ଭ କରି ୧୩ଦିନ ଧରି ୩ଟି ପର୍ଯ୍ୟାୟରେ ଚାଲିଥିବା ରିମାଣ୍ଡ ଅବଧି ଭିତରେ ମିଳିଥିବା ତଥ୍ୟ ଜମା କରିଛନ୍ତି । ଗୋପାଳର ନାର୍କୋଟିକ୍ ଟେଷ୍ଟ, ପଲିଗ୍ରାଫି ଟେଷ୍ଟ ଭଳି ସମସ୍ତ ତଥ୍ୟ ଜେଏମ୍ଏଫସି କୋର୍ଟରେ ଜମା କରିବା ପରେ କୋର୍ଟ ଅଭିଯୁକ୍ତ ଗୋପାଳକୁ ନ୍ୟାୟିକ ହେପାଜତକୁ ପଠାଇଦେଇଛନ୍ତି ।

ଏହା ବି ପଢନ୍ତୁ- ନାର୍କୋ ଟେଷ୍ଟ ପରେ ଝାରସୁଗୁଡା ଫେରିଲା ଗୋପାଳ, ଆଜି କୋର୍ଟରେ ହେବ ହାଜର

ଅନ୍ୟପଟେ ଗୋପାଳ ନାର୍କୋ ଟେଷ୍ଟ ବେଳେ ସବୁ ସତ କହିଥିବା କ୍ରାଇମବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ମନ୍ତ୍ରୀ ନବ ଦାସଙ୍କୁ କାହିଁକି ମାରିଲା ? ସେତେବେଳେ ତାର ମାନସିକ ସ୍ଥିତି କିପରି ଥିଲା ? ଏ ସମସ୍ତ ବିଷୟରେ ସେ କ୍ରାଇମବ୍ରାଞ୍ଚକୁ କହିଛି । ନାର୍କୋ ଟେଷ୍ଟ ବେଳେ ଗୋପାଳ ଏ ସମସ୍ତ ସମ୍ପର୍କରେ ସୂଚନା ଦେଇଥିବା ବେଳେ ଏହି ରିପୋର୍ଟ ଖୁବଶୀଘ୍ର ଆସିବ ବୋଲି କ୍ରାଇମବ୍ରାଞ୍ଚ କହିଛି ।

ସେପଟେ ଗୋପାଳର ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଛି ଜେଲ ବିଭାଗ । ଝାରସୁଗୁଡ଼ାରୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଲାଗି ଜେଲ ବିଭାଗ ପ୍ରସ୍ତାବ ଦେଇଛି । ଝାରସୁଗୁଡ଼ା ଜେଲ ଅଧୀକ୍ଷକଙ୍କ ଜରିଆରେ ଏ ନେଇ କୋର୍ଟଙ୍କୁ ଅବଗତ କରାଯାଇଛି । ନାର୍କୋ ଟେଷ୍ଟ ପାଇଁ କ୍ରାଇମବ୍ରାଞ୍ଚର ଏକ ସ୍ବତନ୍ତ୍ର ଟିମ ଅଭିଯୁକ୍ତ ଗୋପାଳକୁ ଧରି ଗୁଜୁରାଟରେ ପହଞ୍ଚିଥିଲା । ସୂଚନା ଥାଉ କି ଗାନ୍ଧୀନଗର ସ୍ଥିତ ଏଫଏସଏଲରେ ଗୋପାଳର ନାର୍କୋ ଟେଷ୍ଟ କରାଯିବା ପରେ ଗତକାଲି ଗୁଜୁରାଟରୁ ରାୟପୁରକୁ ବିମାନ ଯୋଗେ ଗୋପାଳକୁ ଅଣାଯାଇ ରାତିରେ ଝାରସୁଗୁଡାରେ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.