ETV Bharat / state

ନାର୍କୋ ଟେଷ୍ଟ ପରେ ଝାରସୁଗୁଡା ଫେରିଲା ଗୋପାଳ, ଆଜି କୋର୍ଟରେ ହେବ ହାଜର

author img

By

Published : Feb 13, 2023, 7:03 AM IST

Updated : Feb 13, 2023, 9:48 AM IST

ଆଜି ସରୁଛି ଗୋପାଳର ତୃତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି । ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ ଗୋପାଳଙ୍କୁ ହାଜର କରିବ କ୍ରାଇମବ୍ରାଞ୍ଚ । ଅଧିକ ପଢନ୍ତୁ

Gopal will appear in JMFC court today
Gopal will appear in JMFC court today
Gopal will appear in JMFC court today

ଝାରସୁଗୁଡା: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିବା ଘଟଣା । ଗୁଜୁରାଟରେ ନାର୍କୋ ଓ ପଲିଗ୍ରାଫ ଟେଷ୍ଟ ପରେ ଝାରସୁଗୁଡା ଫେରିଲା ଅଭିଯୁକ୍ତ ଗୋପାଳ ଦାସ । ଗତକାଲି ରାତିରେ ଅଭିଯୁକ୍ତ ଗୋପାଳ ଦାସଙ୍କୁ ଧରି ଝାରସୁଗୁଡ଼ାରେ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ ଟିମ । ଏହାପରେ ଝାରସୁଗୁଡା ବିମାନ ବନ୍ଦର ଥାନାକୁ ଗୋପାଳକୁ ଅଣାଯାଇଥିବା ବେଳେ ପରେ ଓଏସଏପି ଦ୍ଵିତୀୟ ବାଟାଲିୟନକୁ ନିଆଯାଇଥିଲା । ଆଜି ଗୋପାଳର ରିମାଣ୍ଡ ଅବଧି ଶେଷ ହେବାକୁ ଥିବା ବେଳେ ଜେଏମଏଫସି କୋର୍ଟରେ ହାଜର ଗୋପାଳକୁ ହାଜର କରାଯିବ । ନାର୍କୋ ଟେଷ୍ଟ ସମୟରେ ଗୋପାଳର ବୟାନକୁ ଭିଡିଓ ରେକର୍ଡିଂ କରାଯାଇଥିବା ବେଳେ ଏହାକୁ ଆଜି କ୍ରାଇମବ୍ରାଞ୍ଚ କୋର୍ଟରେ ଦାଖଲ କରିପାରେ ।

ଗତକାଲି(ରବିବାର) ଗୁଜୁରାଟର ଗାନ୍ଧୀନଗର ସ୍ଥିତ ଏଫଏସଏଲରେ ଗୋପାଳର ନାର୍କୋ ଟେଷ୍ଟ କରାଯାଇଥିଲା । କ୍ରାଇମବ୍ରାଞ୍ଚର ଏକ ସ୍ବତନ୍ତ୍ର ଟିମ ଅଭିଯୁକ୍ତ ଗୋପାଳକୁ ଧରି ଗୁଜୁରାଟରେ ପହଞ୍ଚିଥିଲା । ଗୋପାଳର ନାର୍କୋ ଟେଷ୍ଟ କରିଥିବା FSL ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ଗୋପାଳ ଦାସ ନିଜେ ନାର୍କୋ ପରୀକ୍ଷାରେ ମାନସିକ ସ୍ତରରେ ଅସୁସ୍ଥ ଥିବା ଦାବି କରିଥିଲା ।

ସେ ଗତ ଦୁଇ ମାସ ଧରି କୌଣସି ଔଷଧ ସେବନ କରିନଥିଲା । ଫଳରେ ତାର ମାନସିକ ସ୍ଥିତି ଆହୁରି ବିଗିଡି ଯାଇଥିଲା । ମାନସିକ ଅସ୍ଥିରତା ପାଇଁ ରାଗରେ ସେ ମନ୍ତ୍ରୀ ନବ ଦାସଙ୍କୁ ଗୁଳି ଚଳାଇଥିବା ଅଭିଯୁକ୍ତ ଗୋପାଳ ନାର୍କୋ ଟେଷ୍ଟରେ ସ୍ବୀକାର କରିଥିବା ସୂଚନା ମିଳିଛି । ଏହାପରେ ଓଡିଶା ଅଭିମୁଖେ ବାହାରିଥିଲା ଗୋପାଳ ।

ପ୍ରଥମେ ଗୁଜୁରାଟରୁ ରାୟପୁରକୁ ବିମାନ ଯୋଗେ ଗୋପାଳକୁ ଅଣାଯାଇଥିଲା । ଏହାପରେ ରାୟପୁରରୁ ଝାରସୁଗୁଡ଼ାକୁ ଅଣା ଯାଇଥିବା ନେଇ ସୂଚନା ରହିଛି । ଆଜି ଗୋପାଳର ତୃତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହେଉଥିବା ବେଳେ ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ ଗୋପାଳକୁ ହାଜର କରିବ କ୍ରାଇମବ୍ରାଞ୍ଚ । ତେବେ ପୁଣି ଥରେ ଗୋପାଳକୁ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିପାରେ କ୍ରାଇମବ୍ରାଞ୍ଚ । ଏହା ପୂର୍ବରୁ ଅଭିଯୁକ୍ତ ଗୋପାଳକୁ କ୍ରାଇମବ୍ରାଞ୍ଚ ଦୁଇ ଥର ରିମାଣ୍ଡରେ ନେଇଥିଲେ ମଧ୍ୟ ନବ ଦାସଙ୍କୁ ହତ୍ୟାର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରି ନାହିଁ ।

ନାର୍କୋ ଟେଷ୍ଟ ଏବଂ ପଲିଗ୍ରାଫ ଟେଷ୍ଟରେ ଅଭିଯୁକ୍ତ ନିଜେ ସ୍ବୀକାର କରିଛି ଯେ, ତାର ମାନସିକ ଅବସ୍ଥା ଭଲ ନ ଥିବାରୁ ସେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ହତ୍ୟା କରିଛି । ମନ୍ତ୍ରୀଙ୍କ ସହ ଅଭିଯୁକ୍ତର କୌଣସି ପୂର୍ବ ଶତ୍ରୁତା କିମ୍ବା କୌଣସି ରାଜନୈତିକ ଶତ୍ରୁତା ନଥିଲା । କିନ୍ତୁ ଗତ 2 ମାସରୁ ସେ ମାନସିକ ଔଷଧ ସେବନ କରିନଥିଲା । ତେଣୁ ତାର ମାନସିକ ଅସ୍ଥିରତା ବଢିବାରେ ଲାଗିଥିଲା । ତେଣୁ ସେ ମନ୍ତ୍ରୀ ନବ ଦାସଙ୍କ ଉପରେ ଗୁଳି ଚଳାଇଥିଲା । କିନ୍ତୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଏନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ ।

ଇଟିଭି ଭାରତ, ଝାରସୁଗୁଡା

Last Updated : Feb 13, 2023, 9:48 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.