ETV Bharat / state

ଝାରସୁଗୁଡା ଗୁଳିକାଣ୍ଡ ଘଟଣାର ପର୍ଦ୍ଦାଫାସ, ବାପା ପୁଅ ସମେତ ୪ଜଣଙ୍କୁ ବାନ୍ଧିଲା ପୋଲିସ - ଝାରସୁଗୁଡ଼ା କ୍ରାଇମ

ଝାରସୁଗୁଡା ଗୁଳିକାଣ୍ଡ ଘଟଣାର ପର୍ଦ୍ଦାଫାସ । ବାପା ପୁଅ ସମେତ ୪ଜଣଙ୍କୁ ବାନ୍ଧିଲା ପୋଲିସ । ଝାରସୁଗୁଡ଼ା ବେହେରାମାଲ ସ୍ଥିତ ହୋଟେଲ କଳିଙ୍ଗା ବାରରେ ଘଟିଥିବା ଗୁଳିକାଣ୍ଡ ଘଟଣାର ପର୍ଦ୍ଦାଫାସ । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦୀପକ ସାହୁ ଓ ତାଙ୍କ ପୁଅ ଅର୍ଜୁନ ସାହୁଙ୍କ ସମେତ ମୁନୁ ପାଣ୍ଡେ ଏବଂ ବାବୁ ଖାନକୁ ଗିରଫ କରିଛି ପୋଲିସ । ଅଧିକ ପଢ଼ନ୍ତୁ

ଝାରସୁଗୁଡା ଗୁଳିକାଣ୍ଡ ଘଟଣାର ପର୍ଦ୍ଦାଫାସ, ୪ଜଣ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

author img

By

Published : Dec 13, 2022, 8:51 PM IST

ଝାରସୁଗୁଡା ଗୁଳିକାଣ୍ଡ ଘଟଣାର ପର୍ଦ୍ଦାଫାସ, ୪ଜଣ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଝାରସୁଗୁଡ଼ା : ଝାରସୁଗୁଡା ଗୁଳିକାଣ୍ଡ ଘଟଣାର ପର୍ଦ୍ଦାଫାସ । ବାପା ପୁଅ ସମେତ ୪ଜଣଙ୍କୁ ବାନ୍ଧିଲା ପୋଲିସ । ଝାରସୁଗୁଡ଼ା ବେହେରାମାଲ ସ୍ଥିତ ହୋଟେଲ କଳିଙ୍ଗା ବାରରେ ଘଟିଥିବା ଗୁଳିକାଣ୍ଡ ଘଟଣାର ପର୍ଦ୍ଦାଫାସ । ଏହି ଘଟଣାରେ ପୋଲିସ ୪ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଦୀପକ ସାହୁ ଓ ପୁଅ ଅର୍ଜୁନ ସାହୁ ସମେତ ମୁନୁ ପାଣ୍ଡେ ଏବଂ ବାବୁ ଖାନକୁ ଗିରଫ କରିଛି ପୋଲିସ । ଏମାନଙ୍କ ଠାରୁ ଦୁଇଟି ବନ୍ଧୁକ, 4ଟି ଜୀବନ୍ତ ଗୁଳି, ଦୁଇଟି ମୋବାଇଲ ଫୋନ ଏବଂ ଏକ ଧଳା ସ୍କର୍ପିଓ ଗାଡ଼ିକୁ ଜବତ କରାଯାଇଛି ।

ଝରସୁଗୁଡା ଏସପି ରାହୁଲ ଜୈନ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଦୀପକ ସାହୁ ନାଁରେ ପୂର୍ବରୁ ମଧ୍ୟ ବିଭିନ୍ନ ଥାନାରେ ଅନେକ ମାମଲା ରହିଛି । ସୂଚନା ମୁତାବକ ଗତ 4 ତାରିଖ ବଳମ୍ବିତ ରାତି ପ୍ରାୟ ୧୧ଟା ସମୟରେ ଝାରସୁଗୁଡ଼ା ବସଷ୍ଟାଣ୍ଡ ନିକଟ ପୁରୁଣାବସ୍ତି ଅଞ୍ଚଳର ଛୋଟୁ ସେନ୍ଦେରିଆ ଏବଂ ଅର୍ଜୁନ ସାହୁଙ୍କ ମଧ୍ୟରେ କୌଣସି ବ୍ୟକ୍ତିଗତ କଥାକୁ ନେଇ ଗଣ୍ଡଗୋଳ ହୋଇଥିଲା ।

ପରବର୍ତ୍ତୀ ସମୟରେ ଛୋଟୁ ସେନ୍ଦେରିଆ ମିମାନସା ପାଇଁ ଅର୍ଜୁନ ସାହୁ ପାଖକୁ ବେହେରାମାଲ ସ୍ଥିତ କଳିଙ୍ଗା ବାରକୁ ଯାଇଥିଲେ । ସେଠାରେ ସମାଧାନ ତ ଦୂରର କଥା ପୁଣି ଉଭୟ ଅର୍ଜୁନ ଓ ଛୋଟୁଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏତିକିରେ ଅର୍ଜୁନ ସାହୁ ଫୋନ କରି ତାଙ୍କ ବାପା ଦୀପକ ସାହୁଙ୍କୁ ଡାକିଥିଲେ । ସେଠାରେ କଥା ସମାଧାନ ହେବା ବଦଳରେ ସମ୍ପୂର୍ଣ୍ଣ ବିଗିଡ଼ି ଯାଇଥିଲା ।

ଯାହାକୁ ନେଇ ଦୀପକ ଏବଂ ତାଙ୍କ ପୁଅ ଅର୍ଜୁନ ଉତକ୍ଷୀପ୍ତ ହୋଇ ଉଠିଥିଲେ । ପରେ ପାଖରେ ଥିବା ବନ୍ଧୁକରୁ ୫ ରୁ ୭ ରାଉଣ୍ଡ ଗୁଳି ଚଳାଇଥିଲେ ଛୋଟୁ ଉପରକୁ । ଏନେଇ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ ଛୋଟୁର ପରିବାର ଲୋକେ । ଏହି ଘଟଣାକୁ କେନ୍ଦ୍ର କରି ଝାରସୁଗୁଡ଼ା ସଦର ପୋଲିସ ଏବଂ ଟାଉନ ଥାନା ପୋଲିସ ଦୁଇଟି ପୃଥକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲେ ।

ପୋଲିସ ଘଟଣାର ତଦନ୍ତ କରୁଥିବା ଜାଣିପାରି ଉଭୟ ବାପ ଦୀପକ ଓ ପୁଅ ଅର୍ଜୁନ ନିଜ ଅଞ୍ଚଳରୁ ଫେରାର୍ ହୋଇଯାଇଥିଲେ । ଆଜି ଝାରସୁଗୁଡା ପୋଲିସ ଏହି ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଏସପି ରାହୁଲ ଜୈନଙ୍କ ଠାରୁ ପ୍ରକାଶ । ଦୀପକ ଓ ଅର୍ଜୁୁନକୁ ମୁନୁ ପାଣ୍ଡେ ଏବଂ ବାବୁ ଖାନ ସହଯୋଗ କରିଥିଲେ । ଏହି ସମସ୍ତ ଚାରି ଅଭିଯୁକ୍ତଙ୍କୁ ଧରିବା ପାଇଁ ଏକ ସ୍ବତନ୍ତ୍ର ଟିମ ଗଠନ ହୋଇଥିଲା । ଏହି ଟିମ ବିଭିନ୍ନ ସ୍ଥାନରେ ଚଢଉ କରିଥିଲେ । ସାଇବର ସେଲ ସାହାଯ୍ୟରେ ଚାରି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.