ଝାରସୁଗୁଡ଼ା: ବେଆଇନ ମଦ ତିଆରି ବେଳେ ଧରାପଡିଲେ ପୂର୍ବତନ ସରପଞ୍ଚ। ଏହି ଘଟଣାରେ ପୂର୍ବତନ ସରପଞ୍ଚ ସହ 8 ଜଣ ଗିରଫ ହୋଇଥିବା ସୂଚନା।
ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ ନିକଟସ୍ଥ ମୋହନପୁର ଗ୍ରାମରେ ବେଆଇନ ଦେଶୀ ମଦ ତିଆରି କରୁଥିବା ବେଳେ ଅବକାରୀ ବିଭାଗର ଚଢ଼ାଉ। ଚଢ଼ାଉ ବେଳେ ପିପିଲିମାଲର ପୂର୍ବତନ ସରପଞ୍ଚ ମାଳତି ଦିଗିଙ୍କୁ ବେଳେପାହାଡ଼ ଅବକାରୀ ବିଭାଗ ଗିରଫ କରିଛି l ମୋହନପୁର ଅଞ୍ଚଳରେ ମଧ୍ୟ ବେଆଇନ ମଦ ତିଆରି ସାମଗ୍ରୀ ଜବତ କରିଛି ଅବକାରୀ ବିଭାଗ। ଏବଂ ଏଥିରେ 8 ଜଣଙ୍କୁ ଗିରଫ କରିଥିବା ସୂଚନା ରହିଛି।
ଗିରଫ ହୋଇଥିବା ପୂର୍ବତନ ସରପଞ୍ଚ 2012ମସିହାରୁ 2017 ପର୍ଯ୍ୟନ୍ତ ପିପିଲିମାଲ ଗ୍ରାମପଞ୍ଚାୟତରେ ସରପଞ୍ଚ ଥିଲେ l ତେବେ ଏହି ଘଟଣାରେ ଅବକାରୀ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଚାଲିଥିବା ଅବକାରୀ ଅଧିକ୍ଷକ ଦିଲ୍ଲୀପ କୁମାର ପଲେଇ ସୂଚନା ଦେଇଛନ୍ତି।
ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ