ETV Bharat / state

ପୂର୍ବତନ ବିଧାୟକ ଅନୁପ ସାଏ କୋରୋନା ପଜିଟିଭ, ସୂଚନା ଦେଲେ ଜେଲର - କୋରୋନା ଭାଇରସ

ଛତିଶଗଡ଼ ରାୟଗଡ଼ ଜେଲରେ ଥିବା ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ କୋରୋନା ପଜିଟିଭ ଆସିଛନ୍ତି । ଅନୁପ ସାଏ କୋରୋନା ପଜିଟିଭ ଥିବା ଜେଲର ସୂଚନା ଦେଇଛନ୍ତି ।

ପୂର୍ବତନ ବିଧାୟକ ଅନୁପ ସାଏ କୋରୋନା ପଜିଟିଭ, ସୂଚନା ଦେଲେ ଜେଲର

author img

By

Published : Aug 26, 2020, 2:08 PM IST

Updated : Aug 26, 2020, 8:05 PM IST

ଝାରସୁଗୁଡା: ଛତିଶଗଡ଼ ରାୟଗଡ଼ ଜେଲରେ ଥିବା ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ କୋରୋନା ପଜିଟିଭ। ମଙ୍ଗଳବାର ତାଙ୍କର ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା । ଏହାପରେ ଅନୁପଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଜେଲ କତ୍ତୃପକ୍ଷ ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

ପୂର୍ବତନ ବିଧାୟକ ଅନୁପ ସାଏ କୋରୋନା ପଜିଟିଭ

ତେବେ ସ୍ୱାସ୍ଥ୍ୟବସ୍ଥା ଜଟିଳ ହେବା ପରେ ତାଙ୍କୁ ରାୟଗଡ ସ୍ଥିତ ଫାର୍ଟିସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହା ପରେ ତାଙ୍କର କୋଭିଡ ପରୀକ୍ଷା କରାଯାଇଥିଲା । ଅନୁପ ସାଏ କୋରୋନା ପଜିଟିଭ ଥିବା ଜେଲର ସୂଚନା ଦେଇଛନ୍ତି । ଗତ ଫେବୃୟାରୀ ୧୨ ତାରିଖରେ ଏକ ଡବଲ ମର୍ଡର ମାମଲାରେ ଛତିଶଗଡ ପୁଲିସ ତାଙ୍କୁ ଗିରଫ କରିଥିଲା । କଳ୍ପନା ଦାସ ଓ ତାଙ୍କ ଛୋଟ ଝିଅ ବବଲି ହତ୍ୟାକାଣ୍ଡ ଘଟଣାର ଅଢେଇ ବର୍ଷ ପରେ ପୁଲିସ ଅନୁପ ସାଏଙ୍କୁ ଏହି ହତ୍ୟାକାଣ୍ଡରେ ସଂପୃକ୍ତି ଅଭିଯୋଗରେ ଗିରଫ କରିଥିଲା ।

କଳ୍ପନା ଦାଶ ଓ ଝିଅ ବବଲିକୁ ହତ୍ୟା କରି ଗାଡି ଚଢାଇ ରାୟଗଡ ନିକଟସ୍ଥ ଏକ ଜଙ୍ଗଲରେ ଫିଙ୍ଗି ଦେଇ ପ୍ରମାଣ ନଷ୍ଟ କରିବା ପାଇଁ ଉଦ୍ୟମ କରିଥିଲେ ଅନୁପ ଓ ସହଯୋଗୀ ଡ୍ରାଇଭର ବୋଲି ରାୟଗଡ ପୁଲିସ କହିଥିଲା।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Last Updated : Aug 26, 2020, 8:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.