ETV Bharat / state

Double Murder Case: ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡାଦେଶ - ବ୍ରଜରାଜନଗ ପୂର୍ବତନ ବିଧାୟକ ଙ୍କୁ ଆଜୀବନ କାରାଦଣ୍ଡାଦେଶ

ବହୁ ଚର୍ଚ୍ଚିତ କଳ୍ପନା ଦାସ ଓ ତାଙ୍କ ଝିଅ ବବଲି ଦାସ ହତ୍ୟା ମାମଲାର ଆଜି ଚୂଡାନ୍ତ ରାୟ ଦେଇଛନ୍ତି ଅତିରିକ୍ତ ଦୌରା ଜଜ । ଘଟଣାର ମୁଖ୍ୟ ଅଭିଯୁକ୍ତ ଥିବା ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି ଛତିଶଗଡ ରାୟଗଡ ସେସନ୍ସ କୋର୍ଟ କୋର୍ଟ । ଅଧିକ ପଢନ୍ତୁ

ବ୍ରଜରାଜନଗ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡାଦେଶ

author img

By

Published : Apr 2, 2022, 4:40 PM IST

Updated : Apr 2, 2022, 6:59 PM IST

ଝାରସୁଗୁଡା: ବହୁ ଚର୍ଚ୍ଚିତ କଳ୍ପନା ଦାସ ଓ ତାଙ୍କ ଝିଅ ବବଲି ଦାସ ହତ୍ୟା ମାମଲାର ଆଜି ଚୂଡାନ୍ତ ରାୟ ଦେଇଛନ୍ତି ଅତିରିକ୍ତ ଦୌରା ଜଜ। ଘଟଣାର ମୁଖ୍ୟ ଅଭିଯୁକ୍ତ ଥିବା ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି ଛତିଶଗଡ ରାୟଗଡ ସେସନ୍ସ କୋର୍ଟ କୋର୍ଟ ।

ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡାଦେଶ

ଘଟଣା ଅନୁସାରେ ୨୦୧୬ ଏପ୍ରିଲ ମାସରେ ଝାରସୁଗୁଡା ସୀମାନ୍ତ ଛତିଶଗଡ ରାୟଗଡ ଅଞ୍ଚଳରେ ବ୍ରଜରାଜନଗର ଅଞ୍ଚଳର କଳ୍ପନା ଦାସ ଓ ତାଙ୍କର ଝିଅ ବବଲି ଦାସଙ୍କୁ ହତ୍ୟା କରାଯାଇଥିଲା। ଉଭୟଙ୍କୁ ହତ୍ୟା କରି ଛତିଶଗଡ ସୀମାରେ ଫିଙ୍ଗିଥିଲେ ଅଭିଯୁକ୍ତ। ଛତିଶଗଡ ଚକ୍ରଧର ପୋଲିସ ମୃତଦେହ ଜବତ କରି ତଦନ୍ତ କରିଥିଲା। ଏହାକୁ ନେଇ ବିଭିନ୍ନ ଥାନାରେ ତଦନ୍ତ କରିବା ସହ ମୃତକଙ୍କ ପରିଚୟ ପାଇଥିଲା । ପରେ ମୃତକଙ୍କ ମୋବାଇଲ ଫୋନ ପୋଲିସ ପାଇବା ପରେ ପୋଲିସ ରାଡାରକୁ ଆଥିଲେ ଅନୁପ । ତଦନ୍ତ ପାଇଁ ଅନୁପଙ୍କୁ ବିଭିନ୍ନ ସମୟରେ ପୋଲିଲ ନୋଟିସ ଦେଇଥିଲା । ହେଲେ ତଦନ୍ତରେ ଅନୁପ ସହଯୋଗ କରିନଥିଲେ । ଏହାପରେ ଛତିଶଗଡ ପୋଲିସ ଅନୁପଙ୍କ ଉପରେ ପୁରା ନଜର ରଖି ପ୍ରମାଣ ସଂଗ୍ରହ କରିଥିଲା ।

ବ୍ରଜରାଜନଗ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡାଦେଶ

ଜାମିନ ପାଇଁ ଅନୁପ ବାରମ୍ବାର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ମଧ୍ୟ ନିରାଶ ହୋଇଥିଲେ । ଆଉ ଆଜି ଶେଷରେ ଅନୁପଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଏନେଇ ସୂଚନା ଦେଇ ରାୟଗଡା ଅତିରିକ୍ତ ଦୌରା ଜଜ ବୋଲି ପବ୍ଲିକ ପ୍ରସିକ୍ୟୁଟର ଦୀପକ ଶର୍ମା ଭାରତୀୟ ଦଣ୍ଡ ବିଧାନ ଅନୁଯାୟୀ, 1860 ର ଧାରା 302, 201 ଏବଂ 12-B ଅନୁଯାୟୀ ଦଣ୍ଡନୀୟ ଅପରାଧରେ ଅଭିଯୁକ୍ତମାନେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। 06-07 / 05/2016। ମିଟର ଭିତରେ, ଚକ୍ରଧରନଗର, ଜିଲ୍ଲା-ରାୟଗଡ, ଛତିଶଗଡରେ କଳ୍ପନା ଦାସ ଏବଂ ବବଲିଙ୍କୁ ଏକ ଲୁହା ରଡରେ ମୁଣ୍ଡରେ ଆଘାତ କରି ହତ୍ୟା କରାଯାଇ ତାଙ୍କ ଉପରେ ଗାଡି ଚଢେଇ ହତ୍ୟା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏହି ଦଣ୍ଡ ଅନୁଯାୟୀ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡ ମିଳିଥିବା ବେଳେ ତାଙ୍କ ସହଯୋଗୀ ଡ୍ରାଇଭର ବର୍ଦ୍ଧନ ଟପୋଙ୍କୁ ପ୍ରମାଣ ଅଭାବରୁ ନିର୍ଦୋଷରେ ଖଲାସ କରିଛନ୍ତି କୋର୍ଟ ।

ଅନ୍ୟପକ୍ଷରେ ଏହି ରାୟ ବିରୋଧପରେ ହାଇକୋର୍ଟରେ ଅପିଲ କରିବେ ବୋଲି ଅନୁପଙ୍କ ଓକିଲ ବିଜୟ ସରାଫ କହିଛନ୍ତି।

ସୂଚନାଯୋଗ୍ୟ ଯେ ବ୍ରଜରାଜନଗର ବିଧାନସଭା କ୍ଷେତ୍ରରୁ ତିନି ଥର ବିଧାୟକ ନିର୍ବାଚିତ ହୋଇଥିବା ଅନୁପ କଂଗ୍ରେସ ଛାଡି ବିଜେଡିରେ ଯୋଗଦେଇଥିଲେ । ୨୦୧୪ ନିର୍ବାଚନରେ ସେ ବ୍ରଜରାଜନଗର ବିଧାନସଭା ଆସନରୁ ହାରିବା ପରେ ୨୦୧୯ ରେ ଦଳୀୟ ଟିକଟରୁ ବଞ୍ଚିତ ହୋଇଥିଲେ । ପରେ ଦଳ ତାଙ୍କୁ ଥଇଥାନ କରିଥିଲା ।

ଝାରସୁଗୁଡାରୁ ଗୁରୁଚରଣ ବାଘ, ଇଟିଭି ଭାରତ

Last Updated : Apr 2, 2022, 6:59 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.