ETV Bharat / state

ସବୁଜ ହେବ ସୁବର୍ଣ୍ଣପୁର, ଆରମ୍ଭ ହେଲା ବୃକ୍ଷରୋପଣ ଅଭିଯାନ

ଦିନକୁ ଦିନ ବିଗିଡିବାରେ ଲାଗିଛି ବାୟୁର ଗୁଣବତ୍ତା । ନଷ୍ଟ ହେଉଛି ପରିବେଶ । ଏପରି ସ୍ଥିତିରେ ଜିଲ୍ଲାକୁ ଚିର ସବୁଜ ରଖିବା ପାଇଁ ଆରମ୍ଭ ହୋଇଛି ବୃକ୍ଷ ରୋପଣ ଅଭିଯାନ।

author img

By

Published : Aug 25, 2019, 3:22 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ଦିନକୁ ଦିନ ବିଗିଡିବାରେ ଲାଗିଛି ବାୟୁର ଗୁଣବତ୍ତା । ନଷ୍ଟ ହେଉଛି ପରିବେଶ । ଏପରି ସ୍ଥିତିରେ ଜିଲ୍ଲାକୁ ଚିର ସବୁଜ ରଖିବା ପାଇଁ ଆରମ୍ଭ ହୋଇଛି ବୃକ୍ଷ ରୋପଣ ଅଭିଯାନ। ଏନେଇ ରବିବାର ସହରର ଝାଙ୍କୀ ଟିକିରାଠାରେ ଅଭିଯାନର ଶୁଭାରମ୍ଭ ହୋଇଛି । ଏହି ଅବସରରେ ଜିଲ୍ଲାରେ ରୋପଣ କରାଯାଇଛି ଏକ ଲକ୍ଷ ଚାରା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ରବିବାର ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ଉଚ୍ଚ ନ୍ୟାୟାଳୟ ବିଚାରପତି ଜଷ୍ଟିସ ଚିତ୍ତ ରଞ୍ଜନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଥମେ ଚାରା ରୋପଣ କରିଥିଲେ । ଯୋଜନା ଅନୁଯାୟୀ ଜିଲ୍ଲା ସଦର ମହକୁମାଠାରୁ ଆରମ୍ଭ କରି ପ୍ରତିଟି ଗ୍ରାମ ପଞ୍ଚାୟତକୁ 1000ଟି ଲେଖାଏଁ ଚାରା ପୂର୍ବରୁ ପ୍ରଦାନ କରାଯାଇଥିଲା । ସେହିପରି ପ୍ରତିଟି ବିଦ୍ୟାଳୟ, ସ୍ବେଚ୍ଛାସେବୀ ସଙ୍ଗଠନ, ସରକାରୀ କାର୍ଯ୍ୟାଳୟ ଓ କ୍ଲବ ଆଦିକୁ ମଧ୍ୟ ଚାରା ପ୍ରଦାନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଓକିଲ ସଂଘ ସମେତ ଜିଲ୍ଲାର ରାମପୁର, ବିନିକା, ତରଭା, ବୀରମହାରାଜପୁର ସଂଘର ଓକିଲମାନେ ମଧ୍ୟ ସାମିଲ ହୋଇଥିଲେ । ଜିଲ୍ଲାର ସମସ୍ତ ବିଚାରପତି, ଆଇନଜୀବୀ, ଛାତ୍ରଛାତ୍ର, ଶିକ୍ଷକ, ଅବିଭାବକଙ୍କ ସମେତ ଜିଲ୍ଲା ପ୍ରଶାସନର ସମସ୍ତ କର୍ମଚାରୀ ମଧ୍ୟ ସାମିଲ ହୋଇଥିଲେ । ବିଶେଷକରି ପ୍ରତିଟି ଗାଁର କୃଷକମାନେ ବେଶ୍‌ ଉତ୍ସାହର ସହ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

ତେବେ ରବିବାର ପ୍ରବଳ ବର୍ଷା ସତ୍ତ୍ବେ ହଜାର ହଜାର ଜନସାଧାରଣ ଏହି ମହତ କାର୍ଯ୍ୟରେ ନିଜକୁ ସାମିଲ କରିଥିଲେ । ଅନ୍ୟପଟେ ଲକ୍ଷେରୁ ଅଧିକ ଚାରା ରୋପଣ କରି ଜିଲ୍ଲା ଆଇନ ସେବା ପ୍ରାଧିକରଣ ଏକ ନୂଆ ରେକର୍ଡ ସୃଷ୍ଟି କରିଛି ନିଶ୍ଚିତ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଆଜି ସାରା ଜିଲ୍ଲାରେ ଏକ ଲକ୍ଷ ଚାରା ରୋପଣ କରାଯାଇଛି। ଜିଲ୍ଲାକୁ ଚୀର ସବୁଜରେ ପରିଣତ କରିବା ପାଇଁ ଆରମ୍ଭ କରାଯାଇଛି ବୃକ୍ଷ ରୋପଣ ଅଭିଯାନ । ଏହି ଅବସରରେ ସହରର ଝୀଂକି ଟିକିରା ଠାରେ ଏହି ଅଭିଯାନ ର ଶୁଭାରମ୍ଭ କରାଯାଇଥିଲା।ରାଜ୍ୟ ଉଚ୍ଚ ନ୍ୟାୟାଳୟ ବିଚାରପତି ଜଷ୍ଟିସ ଚିତ୍ତ ରଞ୍ଜନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଥମେ ଚାରା ରୋପଣ କରିଥିଲେ।ଜିଲ୍ଲା ସଦର ମହକୁମା ଠାରୁ ଆରମ୍ଭ କରି ପ୍ରତିଟି ଗ୍ରାମ ପଞ୍ଚାୟତ କୁ 1000ଟି ଲେଖାଏଁ ଚାରା ପୂର୍ବରୁ ପ୍ରଦାନ କରାଯାଇ ଥିଲା। ସେହିପରି ପ୍ରତିଟି ବିଦ୍ୟାଳୟ , ସ୍ବେଚ୍ଛାସେବୀ ସଂଗଠନ , ସରକାରୀ କାର୍ଯ୍ୟାଳୟ , କ୍ଲବ ଆଦି ଗୁଡିକୁ ଚାରା ପ୍ରଦାନ କରାଯାଇ ଥିଲା।Body:ଆଜି ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଓକିଲ ସଂଘ ସମେତ ଜିଲ୍ଲାର ରାମପୁର, ବିନିକା , ତରଭା , ବିରମହରାଜପୁର ସଂଘର ଓକିଲ ମାନେ ନିଜକୁ ସାମିଲ କରିଥିଲେ।ଜିଲ୍ଲାର ସମସ୍ତ ବିଚାରପତି , ଆଇନଜୀବି , ଛାତ୍ରଛାତ୍ରଛାତ୍ରୀ , ଶିକ୍ଷକ , ଅବିଭାବକ ସମେତ ଜିଲ୍ଲା ପ୍ରଶାସନର ସମସ୍ତ କର୍ମଚାରୀ ସାମିଲ ହୋଇଥିଲେ।ବିଶେଷକରି ଏହି କାର୍ଯ୍ୟକ୍ରମ ରେ ପ୍ରତିଟି ଗାଁରେ କୃଷକ ମାନକୁ ସାମିଲ କରାଯାଇ ଥିଲା।Conclusion:ଆଜି ପ୍ରବଳ ବର୍ଷା ସତ୍ତ୍ୱେ ହଜ଼ାର ହଜ଼ାର ଜନସାଧାରଣ ଏହି ମହତ କାର୍ଯ୍ୟରେ ନିଜକୁ ସାମିଲ କରିଥିଲେ।ଲକ୍ଷେ ରୁ ଅଧିକ ଚାରା ରୋପଣ କରି ଆଜି ଜିଲ୍ଲା ଆଇନ ସେବା ପ୍ରାଧିକରଣ ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଛି ନିଶ୍ଚିତ। ସୁବର୍ଣପୁର ରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.