ଝାରସୁଗୁଡା: ରବିବାର ଠାରୁ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ପୁଣି ବିମାନ ସେବା ଆରମ୍ଭ ହୋଇଛି । ଦିଲ୍ଲୀରୁ ଝାରସୁଗୁଡ଼ା ଆସି ପହଞ୍ଚିଲା ପ୍ରଥମ ବିମାନ ।
ନୂଆଦିଲ୍ଲୀ, ହାଇଦ୍ରାବାଦ ଓ କୋଲକାତାକୁ ନିୟମିତ ଉଡ଼ିବ ବିମାନ । ଏକ ଘରୋଇ ସଂସ୍ଥା ସ୍ପାଇସ୍ ଜେଟ୍ ଏହି ସେବା ଆରମ୍ଭ କରିଛି। ଉଡାଣ-3ରେ ଝାରସୁଗୁଡା ଦେଶର 3ଟି ପ୍ରମୁଖ ସ୍ଥାନକୁ ବିମାନ ଯାତ୍ରା ଆରମ୍ଭ ହୋଇଛି।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ