ଝାରସୁଗୁଡା: ଝାରସୁଗୁଡ଼ା ଲହଣ୍ଡାବୁଡ଼ରେ ୫ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ଆଜି ପୁଣି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଗତକାଲି ବଡ ପୁଅର ମୃତ୍ୟୁ ହୋଇଥିବା ବେଳେ ବିଳମ୍ବିତ ରାତ୍ରିରେ ସାନ ଝିଅ ପିଙ୍କି ବିଶ୍ବାଳ ଓ ଆଜି ସକାଳେ ମାଆ ପୁଷ୍ପାବତୀ ବିଶ୍ବାଳ ପ୍ରାଣ ହରାଇଥିବା ଜଣାପଡିଛି ।
ସୂଚନାନୁଯାୟୀ, ଝାରସୁଗୁଡା ସହର ନିକଟସ୍ଥ ଲହଣ୍ଡାବୁଡ ରାସ୍ତା ନିକଟରେ ରହୁଥିବା ଏକ ପରିବାର ସାନ ଭାଇର ମୃତ୍ୟୁକୁ ସହି ନପାରି ପରିବାରର 5 ଜଣ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ମାଆ, ତିନି ଝିଅ ଓ ଭାଇଙ୍କ ମଧ୍ୟରୁ ଗତକାଲି ପ୍ରଥମେ ବଡ ପୁଅଙ୍କର ମୃତ୍ୟୁ ହୋଇଥିଲା । ପରେ ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା । ଏବେ ମାଆ ଓ ସାନ ଝିଅ ଆରପାରିକୁ ଚାଲିଯାଇଥିବା ବେଳେ ଅନ୍ୟ ଦୁଇ ଭଉଣୀ ଏବେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ