ETV Bharat / state

Jharsuguda Result: ବିଜେଡିର ବାଜିମାତ, ବିଜୟ ପରେ ଦୀପାଳିଙ୍କ ପ୍ରଥମ ପ୍ରତିକ୍ରିୟା

author img

By

Published : May 13, 2023, 2:52 PM IST

Updated : May 13, 2023, 3:06 PM IST

ଝାରସୁଗୁଡ଼ା ଉପନିର୍ବାଚନରେ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦରେ ବାପାଙ୍କ ଅଧୁରା ସ୍ବପ୍ନକୁ ପୂରଣ କରିବା ସହ ନୂଆ ଝାରସୁଗୁଡ଼ା ଗଢି ତୋଳିବେ ବୋଲି କହିଛନ୍ତି ଦୀପାଳି । ଅଧିକ ପଢନ୍ତୁ

Etv Bharat
Etv Bharat
Jharsuguda Result: ବିଜେଡିର ବାଜିମାତ, ବିଜୟ ପରେ ଦୀପାଳିଙ୍କ ପ୍ରଥମ ପ୍ରତିକ୍ରିୟା

ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡିର ବାଜିମାତ । ନିଜ ବିରୋଧୀ ଦଳକୁ ୪୮୮୧୪ ଭୋଟରେ ବିଜୟୀ ହେଲେ ବିଜେଡି ପ୍ରାର୍ଥିନୀ ଦୀପାଳି ଦାସ । ବିଜୟ ପରେ ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି ଦୀପାଳି । ଏହି ବିଜୟ ଝାରସୁଗୁଡ଼ା ଲୋକଙ୍କ ବିଜୟ କହିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଜୟର ଶ୍ରେୟ ଦେଇଛନ୍ତି । ବାପାଙ୍କ ଅଧୁରା ସ୍ବପ୍ନକୁ ପୂରଣ କରିବା ସହ ନୂଆ ଝାରସୁଗୁଡ଼ା ଗଢି ତୋଳିବେ ବୋଲି ସେ କହିଛନ୍ତି ।

  • #WATCH | "This is a victory of the people of Jharsuguda, of those who loved my father, of the Chief Minister, of the people and BJD and of everyone associated with my father. This is a victory of Naba Das..," says Dipali Das, the BJD candidate & daughter of slain Odisha minister… https://t.co/KZbfeCArxP pic.twitter.com/Cw7V5s9B4n

    — ANI (@ANI) May 13, 2023 " class="align-text-top noRightClick twitterSection" data=" ">

ବିଜୟ ପରେ ପ୍ରତିକ୍ରିୟା ରଖି ଦୀପାଳି କହିଛନ୍ତି, "ଏହି ବିଜୟ ହେଉଛି ଝାରସୁଗୁଡ଼ାବାସୀଙ୍କ ବିଶ୍ବାସ ଓ ଭଲ ପାଇବା । ଝାରସୁଗୁଡ଼ା ବାସୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜୁ ଜନତା ଦଳର ସମସ୍ତ ନେତୃବୃନ୍ଦ ମୋ ସହିତ ବାପାଙ୍କ ଭଳି ଠିଆ ହୋଇଥିଲେ । ଏଥିଲାଗି ସେମାନଙ୍କୁ ଧନ୍ୟବାଦ । ଏହି ବିଜୟ ଦ୍ବାରା ମୋ ବାପା ନବ କିଶୋର ଦାସଙ୍କ ଅସ୍ତିତ୍ବ, ବ୍ୟକ୍ତିତ୍ବ ଫେରିଆସିଛି । ମୁଁ ଆଜି ବିଧାୟିକ ହୋଇସାରିଲିଣି, ମୋ ବାପା ବହୁ ଗର୍ବ ଅନୁଭବ କରୁଥିବେ । ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦରେ ବାପାଙ୍କ ଅଧୁରା ସ୍ବପ୍ନକୁ ପୂରଣ କରିବା ସହ ନୂଆ ଝାରସୁଗୁଡ଼ା ଗଢି ତୋଳିବି । ଝାରସୁଗୁଡ଼ାରେ ବିକାଶ କେବେ ଅଟକିବ ନାହିଁ । ଉପରୁ ମୋ ବାପାଙ୍କ ଆଶୀର୍ବାଦ ରହିଛି ।"

ଏହା ବି ପଢନ୍ତୁ- Jharsuguda By poll Results: ଦୀପାଳିଙ୍କ ବୃହତ ବିଜୟ, ଭାଙ୍ଗିଲେ ବାପାଙ୍କ ରେକର୍ଡ

ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡିର ବୃହତ ବିଜୟ ହୋଇଛି । ବିଜେଡି ପ୍ରାର୍ଥୀ ଦୀପାଳି ଦାସ ୪୮ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଦୀପାଳିଙ୍କୁ ୧ ଲକ୍ଷ ୭ ହଜାର ୩ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ୫୮ ହଜାର ୩୮୪ ଭୋଟ ଓ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ୪ ହଜାର ୪୭୩ ଖଣ୍ଡ ଭୋଟ ମିଳିଛି । ଦୀପାଳି ବାପା ନବ ଦାସଙ୍କ ରେକର୍ଡ କାଟିଛନ୍ତି । ୨୦୧୯ ସାଧାରଣ ନିର୍ବାଚନରେ ଦିବଙ୍ଗତ ନେତା ନବ ଦାସଙ୍କୁ ୯୮ ହଜାର ୬୨୦ ଖଣ୍ଡ ଭୋଟ ମିଳିଥିବା ବେଳେ ଦୀପାଳିଙ୍କୁ ୧ ଲକ୍ଷ ୭ ହଜାର ୧୯୮ ଖଣ୍ଡ ଭୋଟ ମିଳିଛି । ନବ ଦାସଙ୍କଠାରୁ ୮ ହଜାର ୫୭୮ ଖଣ୍ଡ ଅଧିକ ଭୋଟ ପାଇଛନ୍ତି ଦୀପାଳି ।

ଝାରସୁଗୁଡା ଉପନିର୍ବାଚନରେ ମୋଟ ୧୯ ରାଉଣ୍ଡ ଗଣତି ହୋଇଥିବା ବେଳେ ପ୍ରଥମ ରାଉଣ୍ଡରୁ ହିଁ ଦୀପାଳି ଦାସ ଆଗରେ ରହିଥିଲେ। ପ୍ରତି ରାଉଣ୍ଡରେ ଦୀପାଳି ଦାସ ନିଜ ପ୍ରତିଦ୍ବନ୍ଦୀଙ୍କୁ ପଛରେ ପକାଇ ଦେଇଥିଲେ । ଭୋଟ ବ୍ୟବଧାନ ସଂଖ୍ୟା ବଢି ଚାଲିଥିଲା । ଆଉ ଶେଷରେ ଦୀପାଳିଙ୍କର ହିଁ ବିଜୟ ହୋଇଛି । ଏହାପରେ ବିଜେଡି କାର୍ଯ୍ୟାଳୟରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ସେପଟେ ଝାରସୁଗୁଡ଼ାରେ ମଧ୍ୟ ବିଜେଡିର ସେଲିବ୍ରେସନ ଆରମ୍ଭ ହୋଇଛି ।

ଇଟିଭି ଭାରତ, ଝାରସୁଗୁଡ଼ା

Last Updated : May 13, 2023, 3:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.