ETV Bharat / state

ବ୍ରଜରାଜନଗରରେ ଗୁଳିମାଡ଼, ଆହତ ଅଜିତ ମୃତ

ବ୍ରଜରାଜନଗରରେ ପୁଣି ଫୁଟିଲା ଗୁଳି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅମିତ ଧଳ ନାମକ ବ୍ୟକ୍ତିଙ୍କୁ ଗୁଳିମାଡ ହୋଇଥିବା ସନ୍ଦେହ କରୁଛି ପୋଲିସ । ପ୍ରାଥମିକ ଚିକିତ୍ସା ପରେ ଆହତଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କଲାବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା
author img

By

Published : Jun 24, 2019, 10:16 PM IST

Updated : Jun 24, 2019, 11:36 PM IST

ଝାରସୁଗୁଡା: ଜିଲ୍ଲାର ବ୍ରଜରାଜନଗର ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ହୋଇଛି ଗୁଳିମାଡ଼ । ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ବ୍ରଜରାଜନଗର ଅଞ୍ଚଳର ଅମିତ ଧଳକୁ ଦୁଇ ରାଉଣ୍ଡ ଗୁଳିମାଡ଼ କରି ଫେରାର ହୋଇଯାଇଛନ୍ତି । ଗୁରୁତର ଅବସ୍ଥାରେ ଅମିତଙ୍କୁ ପ୍ରଥମେ ମଣ୍ଡଳିଆ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ମେଡିକାଲକୁ ନେବାବେଳେ ତାଙ୍କର ମୃତ୍ୟୁ ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ସୂଚନା ଅନୁସାରେ ସୋମବାର ସନ୍ଧ୍ୟା ସମୟରେ ଅମିତ ଧଳ ବସଷ୍ଟାଣ୍ଡ ନିକଟରେ ବସି ନିଜ ସାଙ୍ଗମାନଙ୍କ ସହିତ ତାଶ ଖେଳୁଥିବା ସମୟରେ ବାଇକରେ ଦୁଇ ଦୁର୍ବୃତ୍ତ ଆସି ଅମିତ ଉପରକୁ ଦୁଇ ରାଉଣ୍ଡ ଗୁଳିମାଡ଼ କରିଥିଲେ । ଫଳରେ ଗୋଟିଏ ଗୁଳି ତାଙ୍କ ଛାତିରେ ବାଜିଥିବା ବେଳେ ଅନ୍ୟଟି ତାଙ୍କ ହାତରେ ବାଜିଥିଲା । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବୁର୍ଲା ମେଡିକାଲକୁ ନିଆଯିବା ସମୟରେ ରାସ୍ତାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।

ସେପଟେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଗୁଳିକାଣ୍ଡ ହୋଇଛି ବୋଲି ପୋଲିସ ସନ୍ଦେହ କରୁଛି । ଘଟଣାସ୍ଥଳରେ ବ୍ରଜରାଜନଗର ଏସ.ଡି. ପି.ଓ ଙ୍କ ସହିତ ବ୍ରଜରାଜନଗର ଥାନାଧିକାରୀ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି । ଗତ 10 ତାରିଖରେ ମଧ୍ୟ ମଣ୍ଡାଳିଆରେ ଆଉ ଏକ ଗୁଳିକାଣ୍ଡ ଘଟଣାରେ ଦୁଇଜଣ ବାଇକରେ ଆସି ଗୁଡ୍‌ଡୁ ଗୁପ୍ତାକୁ ଗୁଳି କରି ଫେରାର ହୋଇଯାଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଘଟଣାର ମୁଖ୍ୟ ଆସାମୀକୁ ପୋଲିସ ଚିହ୍ନଟ କରି ପାରି ନଥିଲା ବେଳେ ଏହି ଘଟଣା ପୁଣି ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଗୁଳିମାଡ଼। ଦୁଇ ଜଣ ଦୃବୁତ ବାଇକରେ ଆସି ବ୍ରଜରାଜନଗର ଅଞ୍ଚଳର ଅମିତ ଧଳକୁ ଦୁଇ ରାଉଣ୍ଡ ଗୁଳିମାଡ଼ କରି ଫେରାର ହେଇଯାଇଛନ୍ତି ଦୁଇ ଦୃବୁତ, ଅମିତଙ୍କ ପିଠି ରେ ଓ ହାତରେ ଗୁଳି ବାଜିଥିବା ସୂଚନା ମିଳିଛି।
ଗୁରୁତର ଅବସ୍ଥାରେ ଅମିତଙ୍କୁ ପ୍ରଥମେ ମଣ୍ଡଳିଆ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଘଟଣାନୁସାରେ ଆଜି ସନ୍ଧ୍ୟା ସମୟରେ ଅମିତ ଧଳ ବସଷ୍ଟାଣ୍ଡ ନିକଟରେ ବସି ନିଜ ସାଙ୍ଗମାନଙ୍କ ସହିତ ତାଶ ଖେଳୁଥିବା ସମୟରେ ବାଇକରେ ଦୁଇ ଦୃବୁତ ଆସି ଅମିତ ଉପରକୁ ଦୁଇ ରାଉଣ୍ଡ ଗୁଳିମାଡ଼ କରିଥିଲେ। ଫଳରେ ଗୋଟିଏ ଗୁଳି ତାଙ୍କ ପିଠିରେ ବାଜିଥିବା ବେଳେ ଅନ୍ୟ ଏକ ଗୁଳିଟି ତାଙ୍କ ହାତରେ ବାଜିଥିବା ସୂଚନା ମିଳିଛି।

ଅନ୍ୟପକ୍ଷରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଗୁଳିକାଣ୍ଡର କାରଣ ବୋଲି ପୋଲିସ ସନ୍ଦେହ କରୁଛି ଏବଂ ଘଟଣାସ୍ଥଳରେ ବ୍ରଜରାଜନଗର ଏସ.ଡି. ପି.ଓ ଙ୍କ ସହିତ ବ୍ରଜରାଜନଗର ଥାନାଧିକାରୀ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି ।Body:....Conclusion:
Last Updated : Jun 24, 2019, 11:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.